ଜାମିନ୍‌ରେ ମୁକୁଳି କରନ୍‌ଙ୍କ ପାଲଟା ଅଭିଯୋଗ: ମୋତେ ଫସାଇବା ପାଇଁ ସ୍ତ୍ରୀ ନିଜେ କାନ୍ଥରେ ନିଜ ମୁଣ୍ଡ ପିଟିଥିଲେ, ପରିବାରକୁ…

ବମ୍ବେ: ବିବାହର ୯ ବର୍ଷ ପରେ ସମ୍ପର୍କରେ ଫାଟ ନେଇ ନାନାଦି ଚର୍ଚ୍ଚା ପରେ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି କଥା। ଆମେ କଥା ହେଉଛୁ ‘ୟେ ରିସ୍ତା କ୍ୟା କହଲାତା ହୈ’ର ଅଭିନେତା କରନ୍‌ ମେହେରାଙ୍କ କଥା। ସ୍ତ୍ରୀ ନିଶାଙ୍କ ସହ ତାଙ୍କର ବୈବାହିକ ଜୀବନ ସୁରୁଖୁରୁରେ ଚାଲୁ ନ ଥିବା ନେଇ କୁହାଯାଉଥିଲା। ଗତକାଲି ସେ କରନ୍‌ଙ୍କ ନାମରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ। ଏନେଇ ପୋଲିସଷ୍ଟେଶନରେ ଅଭିଯୋଗ କରିବା ପରେ କରନ୍‌ଙ୍କୁ ଗିରଫ କରାଯାଇଥିଲା। ଏବେ ସେ ଜାମିନରେ ମୁକୁଳି ସ୍ତ୍ରୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି।

ଏକ ସାକ୍ଷାତକାରରେ କରନ୍‌ କହିଛନ୍ତି, ନିଶା ଓ ତାଙ୍କ ଭାଇ ରୋହିତ ସେଠିୟା ଗତ ରାତିରେ ଉଭୟଙ୍କ ଝଗଡ଼ା ସମାଧାନ କରିବାକୁ ଆସିଥିଲେ। ଅଲଗା ହେବାକୁ ଅଧିକ ଟଙ୍କା ଦାବି କରିବାରୁ କରନ୍‌ ଅରାଜି ହୋଇଥିଲେ। ଏହାପରେ ନିଶାଙ୍କ ଭାଇ ଆଇନର ଆଶ୍ରୟ ନେବେ ବୋଲି କହିଥିଲେ। ପରେ କରନ୍‌ ନିଜ ମା’ଙ୍କ ସହ କଥା ହେଉଥିଲେ। ଏହି ସମୟରେ ନିଶା ତାଙ୍କ ମା’, ସେ ଏବଂ ତାଙ୍କ ଭାଇଙ୍କୁ ଗାଳି ଦେବାରେ ଲାଗିଥିଲେ। ପରେ ସେ ନିଶାଙ୍କୁ ବାହାରକୁ ଚାଲିଯିବାକୁ କହିଥିଲେ। ହେଲେ ସେ ଆଗକୁ ମୁଁ କ’ଣ କରୁଛି ବୋଲି କହି ଧମକ ଦେଇଥିଲେ। କେବଳ ସେତିକି ନୁହେଁ ନିଶା ନିଜ ମୁଣ୍ଡକୁ କାନ୍ଥରେ ପିଟି ଦେଇଥିଲେ। ସମସ୍ତଙ୍କୁ ପରେ ମୁଁ ତାଙ୍କର ଏଭଳି ଅବସ୍ଥା କରିଛି ବୋଲି କହିଥିଲେ। ହେଲେ ନିଶାଙ୍କ ଭାଇ ତାଙ୍କୁ ଚାପୁଡ଼ା ସହ ଛାତିକୁ ମାରିଥିବା କରନ୍‌ କହିଛନ୍ତି। ଯଦି ସେ କେସ୍‌ କରନ୍ତି ତେବେ ସହଜରେ ସତ ସମ୍ମୁଖକୁ ଆସିଯିବ ବୋଲି କରନ୍‌ କହିଛନ୍ତି।

ତେବେ ୫ ବର୍ଷ କାଳ ନିଶାଙ୍କୁ ଡେଟ୍‌ କରିବା ପରେ ୨୦୧୨ ନଭେମ୍ବର ୨୪ରେ ବିବାହ କରିଥିଲେ କରନ୍‌। ସ୍ବଭାବରେ ଲାଜକୁଳା ଥିବା ଅଭିନେତା ମିଡିଆ ସମ୍ମୁଖରେ ପ୍ରପୋଜ କରିଥିଲେ। ଉଭୟ ୨୦୧୭ରେ ମାତାପିତା ହୋଇଛନ୍ତି। ଏବେ ସେମାନଙ୍କର ଏକ ଶିଶୁପୁତ୍ର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri