ଏବେଠୁ ଡରିଲେଣି କରନ୍‌ ଜୋହର…

ବମ୍ବେ: ଫିଲ୍ମ ରିଲିଜ ହୋଇନି। ହେଲେ ଏବେଠାରୁ ଡରିଲେଣି ନିର୍ମାତା ତଥା ନିର୍ଦ୍ଦେଶକ କରନ୍‌ ଜୋହର। କାରଣ ଆଗାମୀ ଦିନରେ ତାଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ ହେବାକୁ ଯାଉଛି। ଏଭଳି ସ୍ଥିତିରେ ଯଦି ଅକ୍ଷୟ କୁମାର ଏବଂ ଆମିର ଖାଁଙ୍କ ଚଳଚ୍ଚିତ୍ର ପରି ତାଙ୍କ ଫିଲ୍ମର ଅବସ୍ଥା ହୁଏ ତେବେ ଯେ କ’ଣ ହେବ ସେ ଚିନ୍ତାରେ ଏବେ ସେ।

ଚଳିତ ବର୍ଷ ହିନ୍ଦୀ ସିନେମା ଦର୍ଶକଙ୍କ ମନକୁ ଜିଣିଲା ପରି ମନେ ହେଉନାହିଁ। କିଛି ଫିଲ୍ମକୁ ଛାଡ଼ିଦେଲେ ବାକି ଫ୍ଲପ ହେଉଛି। ବିଶେଷକରି ସୋସିଆଲ ମିଡିଆରେ ବଏକଟ୍‌ ଟ୍ରେଣ୍ଡ କରିବା ଫିଲ୍ମ ବ୍ୟବସାୟକୁ ଠପ୍‌ କରିଛି। ଏସବୁ ଦେଖି କରନ୍‌ ନିଜର ଇନ୍‌ଷ୍ଟାଗ୍ରାମର ଏକ ପୋଷ୍ଟ କରି ନିର୍ଦ୍ଦେଶକ ଅୟାନ ମୁଖାଜୀଙ୍କ ସାହସ ବଢ଼ାଇଛନ୍ତି।

କରନ୍‌ ଲେଖିଛନ୍ତି, ପ୍ରେମ ଏକ ଅତ୍ୟନ୍ତ ଶକ୍ତିଶାଳୀ ଭାବନା ଏବଂ ଅନୁଭବ ଅଟେ। ଏହାକୁ ବାଣ୍ଟିବା ପରେ ବି ଅନୁଭବ କରିପାରିବେ। ଅୟାନ ମୁଁ ତୁମକୁ ବହୁତ ଭଲ ପାଏ। ତୁମେ ମୋ ପିଲାମାନଙ୍କ ପ୍ରତି ଯେପରି ଅନୁଭବ କରୁଛ, ମୁଁ ତୁମ ପ୍ରତି ସେଭଳି କରୁଛି। ମୁଁ ଜାଣେ ବ୍ରହ୍ମାସ୍ତ୍ରରେ ତୁମେ କେତେ ପରିଶ୍ରମ କରିଛ। ତୁମେ କେତେ ବର୍ଷ ବିତାଇଛ। କାଲି କ’ଣ ହେବ କିମ୍ବା ସେପ୍ଟେମ୍ବର ୯ରେ ବ୍ରହ୍ମାସ୍ତ୍ରର ଭବିଷ୍ୟତ କ’ଣ ହେବ ଜାଣେନା, ହେଲେ ତୁମର ପରିଶ୍ରମ ଏବଂ ତୁମର ଉତ୍ସର୍ଗୀକୃତ ଭାବନା କାରଣରୁ ଆମେ ପୂର୍ବରୁ ଜିତି ସାରିଛେ। କେବଳ ତୁମେ ଉଡିବା ଜାରି ରଖ ଏବଂ ଲକ୍ଷ୍ୟ ଉଚ୍ଚ ରଖ। ତୁମର ସ୍ବପ୍ନ ହେଉଛି ପ୍ରେମ, ଯାହାକୁ ଦୁନିଆ ଶୀଘ୍ର ଦେଖିବ। ଲଭ୍‌ ୟୁ ମୋ’ ଛୁଆ। ଆଉ ହଁ ଜନ୍ମଦିନର ଶୁଭେଚ୍ଛା। କରନ୍‌ଙ୍କ ଏହି ପୋଷ୍ଟ ତାଙ୍କ ଡରକୁ ସ୍ପଷ୍ଟ କରିଛି।

କହିରଖୁଛୁ, ୨୦୨୦ରେ ‘ବ୍ରହ୍ମାସ୍ତ୍ର’ ରିଲିଜ ହୋଇଥାନ୍ତା। ହେଲେ କରୋନା ଯୋଗୁ ଏହାର ଶୁଟିଂ ସମ୍ପୂର୍ଣ୍ଣ ହୋଇ ନ ଥିଲା। ଏହାର ଦୁଇ ବର୍ଷ ପରେ ଆସନ୍ତା ମାସରେ ଏହାକୁ ରିଲିଜ କରାଯିବ। ଫିଲ୍ମରେ ରଣବୀର କପୁରଙ୍କ ବ୍ୟତିତ ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୌନି ରୟ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri