ଡ୍ରଗ୍ସ ମାମଲାରେ ନୋଟିସ୍‌ ପରେ ଟ୍ରୋଲ ହେଉଛନ୍ତି କରନ୍‌ ଜୋହର: ଲୋକେ କହୁଛନ୍ତି ଏବେ ‘କଫି ଉଇଥ୍‌ ଏନ୍‌ସିବି’ର ସମୟ

ବମ୍ବେ: ବଲିଉଡ୍‌ ପାଇଁ ଅଡ଼ୁଆ ପାଲଟିଲାଣି ଏନ୍‌ସିବି ଯାଞ୍ଚ। ଗୋଟିଏ ପରେ ଗୋଟିଏ ଅଭିନେତାଙ୍କୁ ଏନ୍‌ସିବିରୁ ଡାକରା ଆସୁଛି। ଡ୍ରଗ୍ସ ସେବନଠାରୁ ଆରମ୍ଭ କରି ବିଭିନ୍ନ ଦିଗକୁ ନେଇ ସେମାନଙ୍କୁ ପଚରାଉଚରା କରାଯାଉଛି। ନିକଟରେ କମେଡିଆନ ଭାରତୀ ସିଂହ, ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ, ଅଭିନେତା ଅର୍ଜୁନ ରାମପାଲଙ୍କୁ ଏନ୍‌ସିବି ସମନ କରି ପଚରାଉଚରା କରିଥିଲା। ଏବେ କରନ୍‌ ଜୋହରଙ୍କ ପାଳି ପଡ଼ିଛି।

ଗତ ବର୍ଷ କରନ୍‌ଙ୍କ ପାର୍ଟିକୁ ନେଇ ତାଙ୍କ ପାଖକୁ ନୋଟିସ ପଠାଯାଇଛି। ସେ କରୁଥିବା ସମସ୍ତ ପାର୍ଟି ବିଷୟରେ ସୂଚନା ଦେବାକୁ କୁହାଯାଇଛି। ଏହି ଖବର ବ୍ୟାପିବା ପରେ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ନିର୍ମାତା କରନ୍‌। ଏପରିକି ସେ ଟୁଇଟରରେ ଟ୍ରେଣ୍ଡ ମଧ୍ୟ କରୁଛନ୍ତି। କିଛି ବ୍ୟବହାରକାରୀ ପ୍ରତିକ୍ରିୟା ରଖି ‘କଫି ଉଇଥ୍‌ ଏନ୍‌ସିବି’ର ସମୟ ଆସିଛି ବୋଲି କହୁଛନ୍ତି। ସେହିଭଳି ଆଉ କିଛି ଗୋଟିଏ ଦିନ ଆମକୁ ଆମ ପାପର ପ୍ରାୟଶ୍ଚିତ କରିବାକୁ ପଡେ ବୋଲି କହୁଛନ୍ତି।

କହିରଖୁଛୁ, କରନ୍‌ଙ୍କ ପ୍ରତିଟି ପାର୍ଟିରେ ଡ୍ରଗ୍ସ ସେବନ କରାଯାଏ ବୋଲି ଅନେକ ଥର ଚର୍ଚ୍ଚା ହୋଇଛି। ହେଲେ ଏହାକୁ ପ୍ରତ୍ୟାଖ୍ୟାନ କରିଥାନ୍ତି ଫିଲ୍ମ ନିର୍ମାତା। ଏବେ ତାଙ୍କୁ ନୋଟିସ୍‌ କରାଯିବା ପରେ ଓକିଲ ସାହାଯ୍ୟରେ ସେ ଏଜେନ୍ସିଂକୁ ଜବାବ ଦେଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପା ହେବାକୁ ଯାଉଛନ୍ତି କପିଲ

ମୁମ୍ବାଇ: ଟେଲିଭିଜନ ଜଗତର ହାସ୍ୟ ଅଭିନେତା ଭାବେ ବେଶ୍‌ ପରିଚିତ କପିଲ ଶର୍ମା। କିଛିଦିନ ତଳେ ସେ ତାଙ୍କ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ...

ପ୍ରଶଂସକଙ୍କ ସହ ରଣବୀରଙ୍କ ସେଲ୍‌ଫି ସୋସିଆଲ ମିଡିଆରେ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଷ୍ଟାର ରଣବୀର ସିଂ ଏବେ ଲଣ୍ଡନରେ ତାଙ୍କ ଅପ୍‌ କମିଂ ଫିଲ୍ମ ‘୮୩’ ପାଇଁ ବ୍ୟସ୍ତ ଅଛନ୍ତି। ହେଲେ ସେଠାରେ ସେ ତାଙ୍କ...

ରିିଲିଜ୍‌ ହେଲା ‘ସାହୋ’,ଫିଲ୍ମ ହଲ୍‌ରେ ଜମୁଛି ଭିଡ

ଅପେକ୍ଷାର ଅନ୍ତ ଘଟିଛି। ବାଳୁବଳୀ ଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାହୋ’ ଫିଲ୍ମ ଫ୍ରାଇଡେରେ ରିଲିଜ୍‌ ହୋଇଛି। ୩୫୦ କୋଟି ଟଙ୍କାରେ...

ଟ୍ରୋଲର୍ସଙ୍କୁ ଏମିତି ଜବାବ ଦେଲେ ବିଗ୍‌ ବି

ଗୁଟଖା ବିଜ୍ଞାପନ ଛାଡିବା ପରେ ମଧ୍ୟ ଅମିତାଭ ବଚ୍ଚନଙ୍କ ଉପରେ ଅନେକ କମେଣ୍ଟ ଦେଉଛନ୍ତି। ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରଙ୍କର ଏକ କମେଣ୍ଟରେ ବିଗ୍‌...

ମା’ କୋଳ ସ୍ବର୍ଗ

ବଲିଉଡ ଅଭିନେତା ସଲମାନ ଖାନ ଇଣ୍ଡଷ୍ଟ୍ରିର ଭାଇଜାନ ଭାବେ ଜଣାଶୁଣା। ସଲମାନ ତାଙ୍କ ପରିବାରକୁ ବହୁତ ଭଲ ପାଆନ୍ତି। ସେ ଏବେ ଫିଲ୍ମର ଶୁଟିଂରେ ବ୍ୟସ୍ତ...

ଏକାଠି ନଜର ଆସିବେ ରବିନା-ସଞ୍ଜୟ ଯୋଡି

ମୁମ୍ବାଇ: ୯୦ ଦଶକରେ ସଞ୍ଜୟ ଦତ୍ତ ଓ ରବିନା ଟଣ୍ଡନଙ୍କ ଯୋଡିକୁ ଦର୍ଶକେ ଖୁବ୍ ପସନ୍ଦ କରୁଥିଲେ । ଏହି ଯୋଡି ଦର୍ଶକଙ୍କ ଭଲପାଇବା ପାଇଥିବା...

ଶାହରୁଖଙ୍କୁ ବିବାହ ପ୍ରସ୍ତାବ ଦେଲେ ଉର୍ଫି

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ୍‌’ ବକ୍ସ ଅଫିସରେ ଧମାକାଦାର ରେକର୍ଡ କରୁଛି। ୩ ଦିନରେ ପ୍ରାୟ ୩୦୦ କୋଟି ଆୟ କରିସାରିଲାଣି। ଏହି...

ରିଲ୍‌ ଲାଇଫ୍‌ରେ ସଫଳତା ସାଉଁଟି ଥିବା ସୀମା ରିୟଲ ଲାଇଫ୍‌ରେ ବିଫଳ…

ମୁମ୍ବାଇ,୧୪।୧: ବଲିଉଡ୍‌ ଅଭିନେତ୍ରୀ ସୀମା ବିଶ୍ୱାସ ଗୁରୁବାର ୫୫ ବର୍ଷ ପୂରଣ କରିଛନ୍ତି। ସେ ୫୬ବର୍ଷରେ ପାଦ ଦେଇଛନ୍ତି। ୧୯୬୫ ଜାନୁୟାରୀ ୧୪ରେ ସେ ଆସାମର...

Advertisement
Archives

Model This Week