Posted inରାଜ୍ୟ

କପିଳାସ ଜୁ’ ଦେଖିବ କଲରାପତରିଆ

ବଦଳିବ କପିଳାସ ପ୍ରାଣୀ ଉଦ୍ୟାନର କଳେବର। ମାନ୍ୟତା ମିଳିବାର ଦୀର୍ଘ ୨୫ବର୍ଷ ପରେ ଜୁ’କୁ ଅଣାଯିବ କଲରାପତରିଆ। ଗୁରାଣ୍ଡି, କୃଷ୍ଣସାର ମୃଗ, ଗୟଳ, କୋକିଶିଆଳି ଭଳି ଅନ୍ୟ ୧୦ ପ୍ରଜାତିର ବନ୍ୟପ୍ରାଣୀ ଏହାର ବାତାବରଣକୁ ସମୃଦ୍ଧ କରିବେ। ଏମାନଙ୍କ ରହିବା ପାଇଁ ନିର୍ମାଣ କରାଯାଉଛି ସ୍ବତନ୍ତ୍ର ଏନ୍‌କ୍ଲୋଜର। ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ଜୋର୍‌ସୋର୍‌ରେ ଆଗେଇ ଚାଲିଛି। ଯଦି ସବୁକିଛି ଠିକ୍‌ଠାକ୍‌ ରୁହେ, ତେବେ ବର୍ଷ ଶେଷସୁଦ୍ଧା କପିଳାସ ଚିଡ଼ିଆଖାନାରେ ପର୍ଯ୍ୟଟକ ସାଉଁଟିବେ ନୂଆ ଅନୁଭୂତି।

ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଆସ୍ଥାନ କପିଳାସ, ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ସପ୍ତଶଯ୍ୟା, ଓଡ଼ିଶାର ଏକମାତ୍ର ନିଜସ୍ବ ଧର୍ମର ପ୍ରମୁଖ ପୀଠ ମହିମାଗାଦି ଯୋରନ୍ଦା, ସରାଙ୍ଗ ଅନନ୍ତଶୟନ ପରେ କପିଳାସ ପ୍ରାଣୀ ଉଦ୍ୟାନ ଢେଙ୍କାନାଳକୁ କରିଛି ଗୌରବାନ୍ବିତ। ତେବେ ଜୁ’ ମାନ୍ୟତା ମିଳିବାର ଦୀର୍ଘ ୨୭ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହାର ବିକାଶ ଆଶାନୁରୂପକ ହୋଇପାରିନାହିଁ। ସୀମିତ ପ୍ରଜାତିର ପ୍ରାଣୀ ଅବ୍ୟବସ୍ଥିତ ଢଙ୍ଗରେ ରହୁଛନ୍ତି। ହେଲେ ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର କାର୍ଯ୍ୟକ୍ଷମ ହେବା ଏବଂ ଏହାକୁ ନୂଆରୂପ ଦେବା ଲାଗି ଜୋର୍‌ଦାର ଦାବି ଉଠିବାପରେ ଏଥିଲାଗି ଦୃଷ୍ଟି ଆବଦ୍ଧ କରିଛନ୍ତି ରାଜ୍ୟ ସରକାର। ପ୍ରାୟ ୯୦ ଲକ୍ଷ ଟଙ୍କା ବ୍ୟୟରେ ହେବାକୁଥିବା ଉନ୍ନୟନମୂଳକ କାର୍ଯ୍ୟ ଜୋର୍‌ସୋର୍‌ରେ ଆଗେଇ ଚାଲିଛି। ପ୍ରାଣୀ ଉଦ୍ୟାନକୁ ନୂଆ ପ୍ରଜାତିର ପ୍ରାଣୀ ଆସିଲେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ିବ, ଯାହା ରାଜସ୍ବ ଆଦାୟର ମାଧ୍ୟମ ପାଲଟିବ ବୋଲି ମତପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ୧୯୭୯ ଜାନୁୟାରୀ ୨୬ରେ ୫ ହେକ୍ଟର ପରିଧିରେ କପିଳାସ ପାଦଦେଶରେ ଡିୟରପାର୍କରୁ ଆରମ୍ଭ ହୋଇଥିବା କପିଳାସ ଜୁ’ର ଐତିହାସିକ ଯାତ୍ରା। ପରବର୍ତ୍ତୀ ସମୟରେ ୨୪.୬୪ ହେକ୍ଟର ଜମିରେ ଏକ ମିନି ଜୁ’ ନିର୍ମାଣ କରାଯାଇଥିଲା। ୧୯୯୫ ଏପ୍ରିଲ ୧ରେ ସେଣ୍ଟ୍ରାଲ ଜୁ’ ଅଥରିଟି ଅଫ୍‌ ଇଣ୍ଡିଆ ଏହାକୁ ପୂର୍ଣ୍ଣାଙ୍ଗ ପ୍ରାଣୀ ଉଦ୍ୟାନର ମାନ୍ୟତା ଦେଇଥିଲା। ଏବେ ଏଠାରେ କାର୍ଯ୍ୟକ୍ଷମ ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟରରେ ୮ଟି ହାତୀ ଅଛନ୍ତି। ତନ୍ମଧ୍ୟରୁ ଢେଙ୍କାନାଳ-ଅନୁଗୋଳ ସୀମାନ୍ତରେ ମଣିଷ ମାରି ଆତଙ୍କ ସୃଷ୍ଟି କରିଥିବା ଦନ୍ତାହାତୀ ‘ରାକେଶ’ ମୁକ୍ତ ପରିବେଶରେ ଛଡ଼ାଯାଇଛି। ବନ ବିଭାଗର ଯତ୍ନରେ ଏହାର ସ୍ବଭାବ ପରିବର୍ତ୍ତନ ହୋଇଛି। ଧୀରେ ଧୀରେ ସେ ବୋଲ ମାନିବା ଆରମ୍ଭ କରିଛି। ହାତୀଙ୍କୁ ବାଦ୍‌ଦେଲେ ମୋଟ୍‌ ୨୪୭ ଜୀବଜନ୍ତୁ ଅଛନ୍ତି। ସେଥିରୁ ୧୨୪ଟି ହରିଣ, ସମ୍ବର, ମିଥୁନ ଗାଈ, ଭାଲୁ, କୁମ୍ଭୀର, ଅଜଗର, ଠେକୁଆ, ମୟୂର ସମେତ ବିଭିନ୍ନ ପ୍ରଜାତିର ପକ୍ଷୀ ଅଛନ୍ତି।
ଚଳିତବର୍ଷ ପ୍ରାଣୀ ଉଦ୍ୟାନକୁ କଲରାପତରିଆ ବାଘ ଅଣାଯିବାକୁ ବନ ବିଭାଗ ଯୋଜନା କରିଛି। ଏହାବାଦ୍‌ ଗୁରାଣ୍ଡି, କୃଷ୍ଣସାର ମୃଗ, ଗୟଳ, କୋକିଶିଆଳି ସମେତ ୧୦ ନୂତନ ପ୍ରଜାତିର ପ୍ରାଣୀ ଅଣାଯିବ। ସେମାନେ ସ୍ବତନ୍ତ୍ର ଏନ୍‌କ୍ଲୋଜରରେ ରହିବେ। ସ୍ବତନ୍ତ୍ର ଏନକ୍ଲୋଜର ମଧ୍ୟରେ ପ୍ରାଣୀଙ୍କ ପାଇଁ କ୍ରଲ୍‌ ମଧ୍ୟ କରାଯିବ। ବୋଟିଂ ବ୍ୟବସ୍ଥାକୁ ଆକର୍ଷଣୀୟ କରାଯିବ। ଫୁଲ ବଗିଚାକୁ ଅଧିକ ସୌନ୍ଦର୍ଯ୍ୟକରଣ କରାଯିବ। ଏସବୁ କାର୍ଯ୍ୟ ଜୋର୍‌ସୋର୍‌ରେ ଆଗେଇ ଚାଲିଥିବାବେଳେ ବର୍ଷ ଶେଷଆଡ଼କୁ ଏହା ପୂର୍ଣ୍ଣାଙ୍ଗ ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ୨୦୨୩ରେ କପିଳାସ ପ୍ରାଣୀ ଉଦ୍ୟାନର ଚିତ୍ର ସମ୍ପୂର୍ଣ୍ଣ ବଦଳିଯିବ। ଏଠାରେ କଲରାପତରିଆ ବାଘ ସମେତ ୧୦ ପ୍ରଜାତିର ବନ୍ୟପ୍ରାଣୀଙ୍କୁ ରଖିବା ପାଇଁ ସ୍ବତନ୍ତ୍ର ଏନ୍‌କ୍ଲୋଜର ନିର୍ମାଣ ହେଉଛି। ସେହିପରି କପିଳାସ ରେଞ୍ଜ୍‌ କାର୍ଯ୍ୟାଳୟ ନିକଟରୁ ଜଙ୍ଗଲ ସଫାରି ଆରମ୍ଭ ହୋଇଛି। ଏହା ପର୍ଯ୍ୟଟକଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri