କପିଳାସ ହେବ ଗ୍ରୀନ୍‌ କରିଡର

ଢେଙ୍କାନାଳ ଅଫିସ, ୩।୨ – ପ୍ରସିଦ୍ଧ ଶୈବପୀଠ କପିଳାସ ହେବ ଗ୍ରୀନ୍‌ କରିଡର। ମନ୍ଦିର ପରିସର ସମେତ ଆଖପାଖ ଅଞ୍ଚଳକୁ ମାର୍ଚ୍ଚ ୧ ସୁଦ୍ଧା ପ୍ଲାଷ୍ଟିକ ଏବଂ ପଲିଥିନ ମୁକ୍ତ କରାଯିବ। ଏଥିଲାଗି ଅଣ୍ଟା ଭିଡ଼ିଛି ପ୍ରଶାସନ। ଏ ସଂକ୍ରାନ୍ତରେ ମଙ୍ଗଳବାର ଜିଲା ଦେବୋତ୍ତର ବିଭାଗ ଏବଂ ବନ ବିଭାଗ ମଧ୍ୟରେ ବିସ୍ତୃତ ଆଲୋଚନା କରାଯାଇଛି। ଆସନ୍ତା ଜାଗରଯାତ୍ରା ପୂର୍ବରୁ ପୀଠକୁ ଗ୍ରୀନ୍‌ ଜୋନ୍‌ରେ ପରିଣତ କରିବାକୁ ନିଷ୍ପତ୍ତି ନିଆଯାଇଛି।
ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖରଙ୍କୁ ଦର୍ଶନ କରିବାକୁ ପ୍ରତିବର୍ଷ ଦେଶବିଦେଶରୁ ହଜାର ହଜାର ଶ୍ରଦ୍ଧାଳୁ କପିଳାସ ଆସିଥାନ୍ତି। ସେମାନଙ୍କ ସହିତ ପୀଠକୁ ଆସିଥାଏ ଶତାଧିକ କୁଇଣ୍ଟାଲ ପଲିଥିନ ଏବଂ ପ୍ଲାଷ୍ଟିକ। ପୀଠ ପରିସର ଏବଂ ପାହାଡ଼ ପାଦ ଦେଶରେ ଥିବା ଦୋକାନରେ ଭୋଗ ଏବଂ ଜଳଖିଆ ବିକ୍ରି ହେଉଛି। ଦୋକାନୀମାନେ ସହଜରେ ବ୍ୟବସାୟ କରିବାକୁ ପଲିଥିନରେ ସାମଗ୍ରୀ ଦେଇଥାନ୍ତି। ବ୍ୟବହାର ପରେ ଏସବୁ ରାସ୍ତାଘାଟ, ମନ୍ଦିର ବେଢ଼ାରେ ପକାଇ ଦିଆଯାଉଛି। ମାଟିରେ ସହଜରେ ମିଶୁ ନ ଥିବା ଏଭଳି ବର୍ଜ୍ୟବସ୍ତୁ ମନ୍ଦିର ସୌନ୍ଦର୍ଯ୍ୟ ବିଗାଡ଼ିବା ସହ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଏହାର ପ୍ରଭାବରେ ନଷ୍ଟ ହେଉଛି ପ୍ରାକୃତିକ ଝରଣା ଏବଂ ସବୁଜବନାନୀ। ଅଭୟାରଣ୍ୟକୁ ଲାଗି ରହିଥିବାରୁ ପ୍ଲାଷ୍ଟିକ ବର୍ଜ୍ୟ ବନ୍ୟଜୀବନକୁ ମଧ୍ୟ ପ୍ରଭାବିତ କରୁଛି। ଆବର୍ଜନାକୁ ମାଙ୍କଡ଼, କୁକୁର, କାଉ ଟାଣି ନେଇ ରାସ୍ତାରେ ପକାଉଛନ୍ତି। ଏହିସବୁ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦୀର୍ଘଦିନରୁ ଦାବି ହୋଇ ଆସୁଛି। ଏଥିଲାଗି ପୂର୍ବରୁ ବହୁବାର ପ୍ରୟାସ କରାଯାଇଥିଲେ ମଧ୍ୟ ଯୋଜନା ଫଳପ୍ରସୂ ହୋଇପାରିନାହିଁ। ତେବେ ମଙ୍ଗଳବାର ସମସ୍ୟା ସମାଧାନ ଲାଗି ଉଭୟ ବନ ବିଭାଗ ଏବଂ ଦେବୋତ୍ତର ବିଭାଗ ମଧ୍ୟରେ ମିଳିତ ବୈଠକ ଅନୁଷ୍ଠିତ ହୋଇଛି। ଜିଲା ବନଖଣ୍ଡ ଅଧିକାରୀ ଏବଂ ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ଏ କ୍ଷେତ୍ରରେ ମିଳିତ ଭାବେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି କପିଳାସ ପାଦଦେଶରେ ଥିବା ପ୍ରାଣୀ ଉଦ୍ୟାନକୁ ମଧ୍ୟ ଗ୍ରୀନ କରିଡରରେ ସାମିଲ କରାଯାଇଛି। ଚଳିତବର୍ଷ ଯେ କୌଣସି ପ୍ରକାରେ ଏହି ଅଭିଯାନକୁ ସଫଳ ରୂପ ଦେବାକୁ ଯୋଜନା ରହିଛି।

ଚଳିତବର୍ଷ କରାଯିବ ପ୍ଲାଷ୍ଟିକ୍‌ ଫ୍ରି ଜୋନ୍‌
କପିଳାସ ପୀଠ ଏବଂ ଅଭୟାରଣ୍ୟକୁ ଚଳିତବର୍ଷ ପ୍ଲାଷ୍ଟିକ୍‌ ଫ୍ରି କରିବାକୁ ଯୋଜନା କରାଯାଇଛି। ମାର୍ଚ୍ଚ ୧ ସୁଦ୍ଧା ସମ୍ପୂର୍ଣ୍ଣ ଅଞ୍ଚଳକୁ ଗ୍ରୀନ୍‌ ଜୋନରେ ପରିଣତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିରେ ଦେବୋତ୍ତର ବିଭାଗ ସହଯୋଗ କରୁଛି।
-ଡା. ପ୍ରକାଶଚାନ୍ଦ ଗୋଗିନେନି, ଡିଏଫ୍‌ଓ
ଶ୍ରଦ୍ଧାଳୁଙ୍କୁ ସଚେତନ କରାଯିବ
ଜାଗର ଯାତ୍ରା ପୂର୍ବରୁ କପିଳାସ ପୀଠକୁ ପ୍ଲାଷ୍ଟିକ ଏବଂ ପଲିଥିନ ମୁକ୍ତ କରାଯିବ। ଏଥିପାଇଁ ଡିଏଫ୍‌ଓଙ୍କ ସହ ଆଲୋଚନା ହୋଇଛି। ପୀଠକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ସଚେତନ କରାଯିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ।
-ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲା ଦେବୋତ୍ତର ଅଧିକାରୀ
ସ୍ବାଗତଯୋଗ୍ୟ ପଦକ୍ଷେପ
ବିଶ୍ୱପ୍ରସିଦ୍ଧ ଶୈବପୀଠ କପିଳାସକୁ ପ୍ଲାଷ୍ଟିକ୍‌ ଫ୍ରି ଜୋନ୍‌ କରିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ। ମନ୍ଦିର ନିକଟରେ ଅଭୟାରଣ୍ୟ ଥିବାରୁ ଏହା ଜରୁରୀ। ଆବର୍ଜନା ପକାଇବାକୁ ଡଷ୍ଟବିନ୍‌ ସହ ସଫେଇ ଲାଗି ପଦକ୍ଷେପ ନିଆଯିବ ଉଚିତ।
-ପ୍ରଦ୍ୟୁମ୍ନ ରଥ, ପରିବେଶବିତ୍‌
ସ୍ବଚ୍ଛତା ସମସ୍ତଙ୍କ ନୈତିକ କର୍ତ୍ତବ୍ୟ
ମନ୍ଦିର ବେଢ଼ାରେ ସ୍ବଚ୍ଛତା ରକ୍ଷା ସମସ୍ତଙ୍କ ନୈତିକ କର୍ତ୍ତବ୍ୟ। କପିଳାସ ପୀଠ ଜିଲାର ଗୌରବ। ଏହାର ସୁରକ୍ଷା, ପରିଚ୍ଛନ୍ନତା ଲାଗି ସମସ୍ତେ ବଦ୍ଧପରିକର ହେବା ଉଚିତ। ସବୁଜିମା, ବନ୍ୟଜନ୍ତୁ ଏବଂ ଜଳସ୍ରୋତର ସୁରକ୍ଷା ଲାଗି ଏହା ଜରୁରୀ।
-ଦୀପ୍ତିମୟୀ ଲେଙ୍କା, ପରିବେଶବିତ୍‌


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri