ରାଗିଲେ କପିଲ

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ବିମାନ ବୁଧବାର ବିଳମ୍ବ ହୋଇଥିଲା, ଯାହା ପରେ ସେ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ରାଗିଥିବା ଦେଖାଯାଇଛି। ଏହି ରାଗକୁ ନେଇ ସେ ସୋସିଆଲ ମିଡିଆରେ କହିଛନ୍ତି ଯେ ଅନ୍ୟ ଯାତ୍ରୀମାନଙ୍କ ସହିତ ସେ ପ୍ରାୟ ଏକ ଘଣ୍ଟା ଧରି ଟ୍ରାଞ୍ଜିଟ ବସରେ ଅଟକି ରହିଥିଲେ ଏବଂ ତାଙ୍କୁ ବିମାନ ସମ୍ପର୍କରେ କୌଣସି ଅପଡେଟ ଦିଆଯାଇନଥିଲା। କପିଲ କହିଛନ୍ତି ଯେ ତାଙ୍କୁ କେବଳ କୁହାଯାଇଥିଲା ଯେ ପାଇଲଟ ଟ୍ରାଫିକରେ ଅଟକି ରହିଛନ୍ତି।
ତାଙ୍କ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି କମେଡିଆନ ଲେଖିଛନ୍ତି, ଡିୟର ଇଣ୍ଡିଗୋ ଆପଣ ଆମକୁ ୫୦ ମିନିଟ ପର୍ଯ୍ୟନ୍ତ ବସରେ ଅପେକ୍ଷା କରାଇଲେ ଆଉ ଏବେ ଆପଣଙ୍କ ଟିମ କହୁଛନ୍ତି କି ପାଇଲଟ ଟ୍ରାଫିକରେ ଫସିଯାଇଛନ୍ତି। ଏହା କ’ଣ ସତ। ଆମେ ରାତି ୮ ଟା ସୁଦ୍ଧା ବିମାନ ଉଡ଼ାଣ କରିବାର ଥିଲା ଏବଂ ଏବେ ୯ଟା ୨୦ ହୋଇସାରିଲାଣି,ତଥାପି କକପିଟରେ କୌଣସି ପାଇଲଟ ନାହାଁନ୍ତି, ଆପଣ ଭାବୁଥିବେ କି ଏହି ୧୮୯ଯାତ୍ରୀ ପୁନର୍ବାର ଇଣ୍ଡିଗୋରେ ଉଡ଼ିବେ? କଦାପି # ଇଣ୍ଡିଗୋ 6E 5149 # ଲଜ୍ଜାଜନକ।
କମେଡିଆନ ଆହୁରି ଏକ ଅପଡେଟରେ ଲେଖିଛନ୍ତି – ‘ବର୍ତ୍ତମାନ ସେମାନେ ବିମାନରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦେଇଛନ୍ତି ଏବଂ କହିଛନ୍ତି ଯେ ଆମେ ଆପଣଙ୍କୁ ଅନ୍ୟ ବିମାନକୁ ପଠାଇବୁ କିନ୍ତୁ ପୁନର୍ବାର ସୁରକ୍ଷା ଯାଞ୍ଚ ବା ସିକ୍ୟୁରିଟି ଚେକ ପାଇଁ ଟର୍ମିନାଲକୁ ଫେରିବାକୁ ପଡିବ।
ଏହା ପରେ କପିଲ ଶର୍ମା ଅନ୍ୟ ଏକ ପୋଷ୍ଟ କରି ଲେଖିଛନ୍ତି – ତୁମ ପାଇଁ ଲୋକମାନେ ସଂଘର୍ଷ କରୁଛନ୍ତି ଏବଂ ଇଣ୍ଡିଗୋ କେବଳ ମିଥ୍ୟା, ମିଥ୍ୟା ଏବଂ ମିଥ୍ୟା କହୁଛନ୍ତି। ହ୍ବିଲ ଚେୟାରରେ କେତେଜଣ ପୁରୁଣା ଯାତ୍ରୀ ଅଛନ୍ତି, ଯାହାର ସ୍ବାସ୍ଥ୍ୟ ଅବସ୍ଥା ଭଲ ନୁହେଁ । ଏହାକୁ ନେଇ ଲଜ୍ଜିତ ହେବା କଥା।


Enter your email to get our daily news in your inbox.

All Right Reserved By Dharitri.Com

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍‌…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?