ଭାରତର ସର୍ବଶ୍ରେଷ୍ଠ ମ୍ୟାଚ୍‌ ବିଜେତା ଭାବେ କେଉଁ ଖେଳାଳିଙ୍କ ନାମ କହିଲେ ଗାଭାସ୍କର

ନୂଆଦିଲ୍ଲୀ, ୨୫।୩- କପିଳ ଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ଲାଗି ୧୯୮୩ ମସିହାରେ ଦିନିକିଆ ବିଶ୍ୱକପ୍‌ ଜିତିବାର ସୌଭାଗ୍ୟ ଲାଭ କରିଥିଲା। ଏହି ସ୍ମରଣୀୟ ବିଶ୍ୱକପ୍‌ ଜିତିବାର ୩୭ ବର୍ଷ ପୂର୍ତ୍ତି ପାଳନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କପିଳ ଦେବଙ୍କୁ ଭାରତର ସର୍ବଶ୍ରେଷ୍ଠ ମ୍ୟାଚ୍‌ ବିଜେତା ବୋଲି ପ୍ରାକ୍ତନ ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର କହିଛନ୍ତି। ଏକ ସାକ୍ଷାତ୍‌କାର ଅବସରରେ ଗାଭାସ୍କର କହିଛନ୍ତି, ମୁଁ ବିନମ୍ରତାର ସହ କହିବାକୁ ଚାହୁଁଛି କି ମୋ ବିଚାରରେ ଭାରତ ଆଜି ପର୍ଯ୍ୟନ୍ତ ଯେତେଜଣ କ୍ରିକେଟର୍‌ ସୃଷ୍ଟି କରିଛି ସେମାନଙ୍କ ମଧ୍ୟରୁ କପିଳ ମହାନ ଏବଂ ସର୍ବଶ୍ରେଷ୍ଠ ମ୍ୟାଚ୍‌ ବିଜେତା। କାହିଁକି ନା ସେ ଉଭୟ ବ୍ୟାଟ୍‌ ଓ ବଲ୍‌ରେ ମ୍ୟାଚ୍‌ ଜିତାଇବାର ଦକ୍ଷତା ରଖୁଥିଲେ। ସେହିଭଳି କପିଳଙ୍କ ସହ ପ୍ରଥମ ସାକ୍ଷାତ୍‌କାରକୁ ନେଇ ଗାଭାସ୍କର କହିଛନ୍ତି, ୧୯୭୮ରେ ଆମେ ଅଷ୍ଟ୍ରେଲିଆ ଗସ୍ତରୁ ଫେରିଥାଉ। ଚେନ୍ନାଇର ଏମ୍‌. ଚିନ୍ନସ୍ବାମୀ ଷ୍ଟାଡିୟମରେ ମୁମ୍ବାଇ ଓ ହରିୟାଣା ମଧ୍ୟରେ ଏକ ମ୍ୟାଚ୍‌ ଖେଳାଯାଉଥାଏ। କପିଳ ଏବଂ ରାଜେନ୍ଦ୍ର ଜାଡେଜା ନାମକ ଆଉ ଜଣେ ଅଲ୍‌ରାଉଣ୍ଡର ପ୍ରାରମ୍ଭିକ ବୋଲିଂ କରୁଥାନ୍ତି। କପିଳ ସେହି ମ୍ୟାଚ୍‌ରେ ଭଲ ଆଉଟ୍‌ ସୁଇଂ କରୁଥିଲେ ମଧ୍ୟ କ୍ରିଜ ବାହାରୁ ବୋଲିଂ କରୁଥିବାରୁ ସହଜରେ ଆମେ ତାଙ୍କୁ ଖେଳି ଦେଉଥିଲୁ। ଏହାପରେ ମୁଁ କପିଳଙ୍କ ପାଖକୁ ଯାଇ ଷ୍ଟମ୍ପ୍ସ ନିକଟରୁ ବୋଲିଂ କରିବା ପାଇଁ ତାଙ୍କୁ ପରାମର୍ଶ ଦେଇଥିଲି। କିନ୍ତୁ କପିଳ ଭାବିଥିଲେ ଯେ, ମୁଁ ତାଙ୍କ ସହ ସ୍ଲେଜିଂ କରୁଛି। ତେବେ ପରବର୍ତ୍ତୀ ଓଭରରେ ସେ ଷ୍ଟମ୍ପ୍ସ ନିକଟରୁ ବୋଲିଂ କରିଥିଲେ ଏବଂ ପୁରା ମୁମ୍ବାଇ ବ୍ୟାଟ୍ସମ୍ୟାନଙ୍କ ଅଡ଼ୁଆରେ ପକାଇବାରେ ସଫଳ ହୋଇପାରିଥିଲେ ବୋଲି ଗାଭାସ୍କର ଏହି ସାକ୍ଷାତ୍‌କାର ଅବସରରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri