Categories: ଖେଳ

ଭାରତ ନିୟନ୍ତ୍ରଣରେ କାନପୁର ଟେଷ୍ଟ

କାନପୁର,୨୮।୧୧: ସ୍ଥାନୀୟ ଗ୍ରୀନ ପାର୍କଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଚତୁର୍ଥ ଦିନ ଶେଷ ସୁଦ୍ଧା ଭାରତୀୟ ଦଳର ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସରେ ୪୯ ରନ୍‌ର ଇନିଂସ ଅଗ୍ରଣୀ ହାସଲ କରିଥିବା ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଇନିଂସ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏପରି କି ଦଳ ମାତ୍ର ୮୪ ରନ୍‌ରେ ୫ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଶ୍ରେୟାସ ଆୟାର ଓ ରିଦ୍ଧିମାନ ଶାହାଙ୍କ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟ କ୍ଷତିରେ ଏକ ୨୩୪ ରନ୍‌ର ସମ୍ମାନଜନକ ସ୍କୋରରେ ପହଞ୍ଚିବା ପରେ ପାଳି ଘୋଷଣା କରିଥିଲେ ଅଧିନାୟକ ଅଜିଙ୍କ୍ୟ ରାହାନେ। ପରେ ୨୮୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଚତୁର୍ଥ ଦିନ ଶେଷ ସୁଦ୍ଧା ୧ ଉଇକେଟ ହରାଇ ୪ ରନ୍‌ କରିଛି।

Share