ନିର୍ମାଣକୁ ବର୍ଷେ ପୂରିନି, କନପୁର ସେତୁ ଭାଙ୍ଗିଲାଣି

ରାଜକନିକା,୩୦ା୬ (ରବୀନ୍ଦ୍ର କୁମାର ଦାସ): କେନ୍ଦ୍ରାପଡ଼ା ଜିଲାରେ ଚଳିତବର୍ଷ ଆରମ୍ଭରେ ରାଜକନିକା ବ୍ଲକର କନପୁର ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ମାତ୍ର ୬ ମାସ ମଧ୍ୟରେ ଏହି ସେତୁର ବିଭିନ୍ନ ସ୍ଥାନରେ ଭାଙ୍ଗିବା ଆରମ୍ଭ ହେଲାଣି। ଅତି ନିମ୍ନମାନର କାମକୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବାରମ୍ବାର ଅବଗତ ସତ୍ତ୍ୱେ ଯୋଜନାର ସୁଫଳ ମିଳିଲା ନାହିଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଏ ନେଇ ଭିଜିଲାନ୍ସ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ବାର୍‌ହା ଦୋମୁଣ୍ଡା ସରପଞ୍ଚ ପ୍ରସନ୍ନ ମଲ୍ଲିକ, ପୂର୍ବତନ ସରପଞ୍ଚ ପ୍ରଦୀପ ବେହୁରିଆ, ପୂର୍ବତନ ସମିତିସଭ୍ୟ ଦିବ୍ୟଲୋଚନ ନାୟକ, ସୁରେନ୍ଦ୍ର ଶତପଥୀ, ଅକ୍ଷୟ କୁମାର ନାୟକ, ଭଜଗୋବିନ୍ଦ ସେଠୀ ପ୍ରମୁଖ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ସେମାନେ କହିଛନ୍ତି ଯେ, ବ୍ଲକର କନପୁର କେନ୍ଦ୍ରାପଡ଼ା ଜିଲାର ଶେଷ ଗ୍ରାମ ହୋଇଥିବା ବେଳେ ଭଦ୍ରକ ଜିଲାର ଆରଡି ଧାମ ଓ ଯାଜପୁର ଜିଲାର ଅତି ନିକଟତର। ଏହି ଗ୍ରାମ ନିକଟରେ ପେଟା ନଦୀ ଯାତାୟାତରେ ବାଧକ ହୋଇଥିଲା। ସ୍ବର୍ଗତ ନରୋତ୍ତମ ମହାପାତ୍ର ଓ ରାଜ୍ୟ ଓଷ୍ଟାର ପୂର୍ବତନ ସଭାପତି ପୀତବାସ ବେହୁରିଆଙ୍କ ଉଦ୍ୟମକ୍ରମେ ଏହି ନଦୀ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସେତୁ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଥିଲା। ୨୦୧୬ ମସିହାରେ ଏଠାରେ ୬୧.୯୯ ମିଟର ଦୈର୍ଘ୍ୟର ସେତୁ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୫,୭୬,୦୭,୨୬୪ ଟଙ୍କାର ବ୍ୟୟ ବରାଦ ହୋଇ ଟେଣ୍ଡର ହେଲା। ନିର୍ମାଣ କାର୍ଯ୍ୟ ସେହିବର୍ଷ ଡିସେମ୍ବର ପହିଲାରୁ ଆରମ୍ଭ ହୋଇ ୨୦୧୯ ଡିସେମ୍ବର ୨୩ରେ ସାରିବାକୁ ସମୟ ଅବଧି ଧାର୍ଯ୍ୟ କରାଯାଇଥିଲା। ତେବେ ପୋଲ ନିର୍ମାଣ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇ ଚଳିତବର୍ଷ ଜାନୁୟାରୀରେ ଶେଷ ହୋଇଛି। ଏହି ସେତୁ ପଡୋଶୀ ୨ ଜିଲାର ସଂଯୋଗୀ ରାସ୍ତା ହୋଇଥିବା ବେଳେ ଜିଲା ସଦରକୁ ରାସ୍ତା ଫିଟିଛି। ମାତ୍ର ସେତୁ ନିର୍ମାଣ ଆରମ୍ଭରୁ ଅନିୟମିତତା ହେବାରୁ ବିଭାଗୀୟ ଅଧିକାରୀ ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବିଭାଗୀୟ ଅଧିକାରୀ କୌଣସି କାରଣରୁ ଏଥିପ୍ରତି ଦୃଷ୍ଟି ନ ଦେବାରୁ ଠିକା ସଂସ୍ଥା କାମ କରି ଟଙ୍କା ଉଠାଇ ନେଇଛନ୍ତି। ଏବେ ଏହି ବିଜୁ ସେତୁର ବିଭିନ୍ନ ଅଂଶ ଭାଙ୍ଗିବାକୁ ଆରମ୍ଭ କରିଛି। ଏହାର ସ୍ଥାୟିତ୍ୱ ନେଇ ସନ୍ଦେହ ଅଛି। ଏପରିକି ଯାତାୟାତ ସମୟରେ ଭାଙ୍ଗିଯିବା ପରି ଆଶଙ୍କା ଥିବା ସେମାନେ କହିଛନ୍ତି। ଏ ସମ୍ପର୍କରେ ଉପନିର୍ବାହୀ ଯନ୍ତ୍ରୀ ସତ୍ୟବ୍ରତ ପଣ୍ଡାଙ୍କୁ ପଚାରିବାରେ ସେତୁ ସମ୍ପର୍କରେ ଅଦ୍ୟାବଧି କୌଣସି ଲିଖିତ ଅଭିଯୋଗ ଆସିନାହିଁ। ତେବେ ନିର୍ମାଣ କାର୍ଯ୍ୟରେ ତ୍ରୁଟି ଥିଲେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri