ଠେଲାରେ ପାନ, ଚାଟ, ସିଙ୍ଗଡା ବିକ୍ରି କରୁଥିବା ୨୫୬ ଜଣ କୋଟିପତି!

କାନପୁର,୨୦ ।୭: ଉତ୍ତର ପ୍ରଦେଶର କାନପୁରରେ ବିଗ ଡାଟା ସପ୍ଟୱେୟାର, ଆୟକର ବିଭାଗ ଓ ଜିଏସ୍‌ଟି ରେଜିଷ୍ଟ୍ରେଶନର ଯାଞ୍ଚରୁ କାନପୁର ରାସ୍ତା କଡରେ ଠେଲାରେ ପାନ, ଚାଟ, ସିଙ୍ଗଡା ବିକ୍ରି କରୁଥିବା ୨୫୬ ଜଣ ଲୋକ କୋଟିପତି ବୋଲି ଜଣାପଡିଛି । ଏହାସହ କେତେଜଣ କବାଡି ବାଲାଙ୍କ ନିକଟରେ ୩-୩ଟି କାର ସହ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଥିବା ଜଣାପଡିଛି । ଉତ୍ତର ପ୍ରଦେଶ କାନପୁରରେ ଆୟକର ବିଭାଗର ଯାଞ୍ଚ ସମୟରେ ଏମିତି ଚମକାଇବା ଭଲି ତଥ୍ୟ ସାମ୍ନାକୁ ଆସିଛି । କେବଳ ସେତିକି ନୁହେଁ ଛୋଟ ଛୋଟ ବ୍ୟବସାୟୀ ଓ ଔଷଧ ବ୍ୟବସାୟୀ କୋଟିପତି ବୋଲି ଜଣାପଡିବା ସହ ଫଳ ଦୋକାନ କରିଥିବା ଅଧିକାଂଶ ବ୍ୟବସାୟୀଙ୍କର ଏକର ଏକର ସମ୍ପତ୍ତି ଥିବା ଜଣାପଡିଛି । ହେଲେ ଏମାନେ କେହି ଆୟକର ଦେଉ ନାହାନ୍ତି । ତେବେ ଆୟକର ବିଭାଗକୁ ଗରିବ ବୋଲି ଦେଖାଉଥିବା ଏହି ବ୍ୟକ୍ତିମାନଙ୍କ ଉପରେ ଗୁଇନ୍ଦା ନଜର ରଖାଯାଇଥିଲା । ଗଳି କନ୍ଦିରେ ଭଲ ବ୍ୟବସାୟ କରୁଥିବା ଲୋକଙ୍କ ଉପରେ ନଜର ରଖିବା ପରେ ଏହା ସାମ୍ନାକୁ ଆସିଛି । ଆଉ ଏବେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସମସ୍ତଙ୍କ ହୋସ୍ ଉଡାଇ ଦେଇଛି । ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି କି କାନପୁରର ଅଧିକାଂଶ ବ୍ୟବସାୟୀ ଜିଏସ୍‌ଟି ରେଜିଷ୍ଟ୍ରେଶନ ବାହାରେ ଟଙ୍କାଟିଏ ବି ଦେଇ ନାହାନ୍ତି । ହେଲେ ୪ ବର୍ଷ ମଧ୍ୟରେ ୩୭୫ କୋଟି ଟଙ୍କାର ସମ୍ପତ୍ତି କ୍ରୟ କରିଛନ୍ତି । ପାନ ଦୋକାନ କରିଥିବା କେତେଜଣ ବ୍ୟବସାୟୀ କରୋନା ସମୟରେ ପାଖାପାଖି ୫ କୋଟି ଟଙ୍କାର ସମ୍ପତ୍ତି କ୍ରୟ କରିଥିବା ଜଣାପଡିଛି । ସେହିପରି ୨ ଜଣ କବାଡି ବାଲା ୨ ବର୍ଷରେ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି କିଣିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri