ବ୍ରାହ୍ମଣୀରେ ବୁଡ଼ିବ ‘କଙ୍କା’

ଗଁଦିଆ, ୧ା୧୦ ଜନବସତିକୁ ଗିଳିବାକୁ ଜିଭ ବଢ଼ାଇଛି ବ୍ରାହ୍ମଣୀ। ବର୍ଷକୁ ବର୍ଷ କୂଳ ଖାଇ ମାଡ଼ି ଆସୁଛି ଆଗକୁ। ଅନ୍ୟପଟେ ନଦୀରୁ ବାହାରିଥିବା ଶାଖା ନାଳ ତିନି ପଟୁ ଘେରାବନ୍ଦୀ କରି ରଖିଛି ସମ୍ପୂର୍ଣ୍ଣ ଗ୍ରାମକୁ। ଫଳରେ ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତର ରାଜସ୍ବ ଗ୍ରାମ ‘କଙ୍କା’ର ୧୫୦ରୁ ଊର୍ଦ୍ଧ୍ୱ ପରିବାରର ୬୦୦ ଲୋକ ବର୍ଷର ୪ମାସ ଭୋଗୁଛନ୍ତି ବିଚ୍ଛିନ୍ନାଞ୍ଚଳ ଜୀବନ। ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇପଡ଼ିଥିବା କଙ୍କା ନିକଟବର୍ତ୍ତୀ ଗୋପାଳପୁର ଗ୍ରାମବାସୀ ୬୦ ବର୍ଷ ତଳୁ ସୁରକ୍ଷିତ ସ୍ଥାନକୁ ଉଠିଆସିଛନ୍ତି। ଗୋରଡ଼ାପାଳବାସୀ ଭିଟାମାଟି ଛାଡ଼ିବା ଆରମ୍ଭ କଲେଣି। ଏବେ କଙ୍କାବାସୀଙ୍କୁ ଘାରିଛି ସମାନ ଭୟ। ନାଳ ଉପରେ ସବୁଦିନିଆ ବ୍ରିଜ୍‌ ଏବଂ ନଦୀ ତଟବର୍ତ୍ତୀ ଅଞ୍ଚଳରେ ପଥର ବନ୍ଧ ନିର୍ମାଣ ନ ହେଲେ ମାତ୍ର କେଇ ବର୍ଷ ଭିତରେ ‘କଙ୍କା’ ବ୍ରାହ୍ମଣୀ ନଦୀ ଗର୍ଭକୁ ଚାଲିଯିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଅଞ୍ଚଳବାସୀ।
ଢେଙ୍କାନାଳ ମାଟିକୁ ସୁନାବ୍ୟା କରିଛି ବ୍ରାହ୍ମଣୀ। ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ଏହି ନଦୀ ଉପକୂଳରେ ଗଢ଼ି ଉଠିଥିବା ଅନେକ ଗଁା, ସହର, ଶିଳ୍ପାନୁଷ୍ଠାନ ଏହାର ପାଣିରେ ହୋଇଛି ପରିପୁଷ୍ଟ। ହେଲେ କଙ୍କା ପାଇଁ ଦୁଃଖ ପାଲଟିଛି ବ୍ରାହ୍ମଣୀ ଏବଂ ଏହାର ଶାଖା ‘କଙ୍କା ନାଳ’। ଭୌଗୋଳିକ ଦୃଷ୍ଟିକୋଣରୁ କଙ୍କା ଏକ ଦୁର୍ଗମ ଅଞ୍ଚଳ। ଗଁଦିଆ ବ୍ଲକ ସଦରରୁ ୩୦ କି.ମି. ଦୂର ବାଇଁଶିଆ ଏବଂ ସେଠାରୁ ୩ କି.ମି. ଗଲେ ପଡ଼େ ଏହି ସ୍ଥାନ। ନଦୀବନ୍ଦୀ ଅଞ୍ଚଳରେ କଙ୍କା ଏବଂ ଗୋରଡ଼ପାଳ ଜନବସତି ଗଢ଼ି ଉଠିଥିବାବେଳେ ପ୍ରତିବର୍ଷ ଆସୁଥିବା ବନ୍ୟା ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଜୀବନ ଦୁର୍ବିଷହ କରିଦେଇଛି। ବାଇଁଶିଆ ପଞ୍ଚାୟତ ସଦର ସହିତ ଗମନାଗମନ ପାଇଁ ‘କଙ୍କା ନାଳ’ ଉପରେ ନିର୍ମାଣ କରାଯାଇଥିବା କଲଭର୍ଟ ଜରାଜୀର୍ଣ୍ଣ ହୋଇପଡ଼ିଛି। ବଢ଼ି ପାଣିରେ ପୋଲ ବୁଡ଼ିଯାଉଛି। ବାରମ୍ବାର ଦାବି ସତ୍ତ୍ୱେ ସବୁଦିନିଆ ବ୍ରିଜ୍‌ ନିର୍ମାଣ କରାଯାଉନାହିଁ। ତେଣୁ ଗ୍ରାମବାସୀ କଲଭର୍ଟ ଉପରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରି ଜୀବନକୁ ବାଜିଲଗାଇ ଯାତାୟାତ କରୁଛନ୍ତି। କେବଳ ଏତିକି ନୁହେଁ, ଆବଶ୍ୟକ ଛାତ୍ରୀଛାତ୍ର ହେଉ ନ ଥିବାରୁ ଗ୍ରାମର ପ୍ରାଥମିକ ଶିକ୍ଷାର ଅନ୍ତୁଡ଼ିଶାଳ କୁହାଯାଉଥିବା ସ୍କୁଲ ବନ୍ଦ ହୋଇଯାଇଛି। ଫଳରେ ଛାତ୍ରୀଛାତ୍ରମାନେ ୨ କି.ମି.ରୁ ଊର୍ଦ୍ଧ୍ୱ ରାସ୍ତା ଅତିକ୍ରମ କରି ବାଇଁଶିଆ ପଞ୍ଚାୟତ ସଦରକୁ ଆସୁଛନ୍ତି। କଲେଜର ପାଠପଢୁଆ ଛାତ୍ରୀଛାତ୍ର ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବର୍ଷର ଅନ୍ୟଦିନରେ ଯେନତେନ ପ୍ରକାରେ ଚଳିଯାଉଛି। ହେଲେ ବର୍ଷାଦିନ ଆସିଲେ ଦୁଃଖ ବଢିଯାଉଛି। ଗମନାଗମନର ମୁଖ୍ୟ ରାସ୍ତା ବର୍ଷାପାଣିରେ ବୁଡ଼ିଯାଉଛି। ଯାନବାହନ ଆସୁନାହିଁ। ଗ୍ରାମବାସୀଙ୍କ ଉଦ୍ୟମରେ ନିର୍ମିତ ଅସ୍ଥାୟୀ ରାସ୍ତା ଲଘୁଚାପ ବର୍ଷାରେ ଧୋଇଯାଇଛି। ଫଳରେ ଗ୍ରାମକୁ ଆସୁଥିବା ଏକମାତ୍ର ବସ୍‌ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀ ପରିବହନ କରୁଛି। କଙ୍କାରୁ ବଲ୍ଲଭ ଦେଇ ଯାତାୟାତ କରିବା ଲାଗି ଏକ କଲଭର୍ଟ ବ୍ରିଜ୍‌ ରହିଥିଲେ ମଧ୍ୟ ତାହା ଗ୍ରାମଠାରୁ ଦୂରବର୍ତ୍ତୀ ଏବଂ ଜଙ୍ଗଲିଆ ଅଞ୍ଚଳରେ ରହିଥିବାରୁ ବିଶେଷ କାମରେ ଆସୁନାହିଁ। ସେହିପରି ବଢ଼ି ପାଣିରେ ଫସଲ ଉଜୁଡ଼ିଯାଉଛି। କଙ୍କା ଗ୍ରାମ ପଞ୍ଚାୟତର ଗୋଟିଏ ଓ୍ବାର୍ଡ ହୋଇଥିବାବେଳେ ଏଠାରେ ଅଛନ୍ତି ପ୍ରାୟ ୪୦୦ ଭୋଟର। ନିର୍ବାଚନ ଆସିଲେ ନେତାମନ୍ତ୍ରୀ ଆସି ପୁଳା ପୁଳା ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ଗ୍ରାମର ବିକାଶ ପ୍ରତି କାହାରି ସାମାନ୍ୟତମ ଦରଦ ନାହିଁ। ପଞ୍ଚାୟତ, ବ୍ଲକ ଏପରି କି ଜିଲା ପ୍ରଶାସନ ନିକଟରେ ଗୁହାରି କରି ଥକି ପଡ଼ିଥିଲେ ମଧ୍ୟ କେହି ଧ୍ୟାନ ଦେଉନାହାନ୍ତି। ଚଳିତ ପଞ୍ଚାୟତ ନିର୍ବାଚନରେ ଏହାର ଜବାବ ଦିଆଯିବ। ଆବଶ୍ୟକ ପଡ଼ିଲେ ଭୋଟ ବର୍ଜନ କରି ପ୍ରଶାସନର ବିଫଳତା ପଦାକୁ ଅଣାଯିବ ବୋଲି କ୍ଷୋଭବ୍ୟକ୍ତ କରି କହିଛନ୍ତି ଅଞ୍ଚଳବାସୀ।
ଏ ସଂକ୍ରାନ୍ତରେ ବିଡିଓ ନେତ୍ରାନନ୍ଦ ମଲ୍ଲିକ କୁହନ୍ତି, ଗ୍ରାମବାସୀ ଜିଲାପାଳଙ୍କୁ ଦେଇଥିବା ଅଭିଯୋଗପତ୍ର ହସ୍ତଗତ ହୋଇଛି। ଏହାର ସମାଧାନ ଲାଗି ପ୍ରଶାସନିକସ୍ତରରେ ଉଦ୍ୟମ କରାଯାଉଥିବା ସେ ସୂଚନା ଦେଇଛନ୍ତି।
କେହି ଗୁରୁତ୍ୱ ଦେଉନାହାନ୍ତି
ଅଞ୍ଚଳବାସୀଙ୍କ ଦୁଃଖ ଶୁଣିବାକୁ କାହା ପାଖରେ ସମୟ ନାହିଁ। ଜନପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀ କେହି ଶୁଣୁନାହାନ୍ତି। ସ୍ବାଧୀନତାର ୭୫ ବର୍ଷ ପରେ ଏକ ରାଜସ୍ବ ଗ୍ରାମର ଏଭଳି ଦୁର୍ଦ୍ଦଶା ପ୍ରଶାସନିକ ଅବହେଳା ଛଡ଼ା ଅନ୍ୟ କିଛି ନୁହେଁ।
-ଶରତ କୁମାର ସ୍ତମ୍ବ, ଗ୍ରାମବାସୀ
ଦୟନୀୟ ଅବସ୍ଥାରେ ଜିଇଁଛୁ
ଗ୍ରାମବାସୀଙ୍କ ଯାତାୟାତ ଲାଗି ପୋଲ ନିର୍ମାଣ ହେବ ବୋଲି ବର୍ଷ ବର୍ଷ ଧରି ରାଜନେତା, ପ୍ରଶାସନିକ ଅଧିକାରୀ ଆଶ୍ୱାସନା ଦେଉଛନ୍ତି। ଏଭଳି ପ୍ରତିଶ୍ରୁତିକୁ ନେଇ ଦୟନୀୟ ଅବସ୍ଥାରେ ଜିଇଁଛୁ। ହେଲେ ନା ପୋଲ ନିର୍ମାଣ ହେଉଛି ନା ଦୁଃଖ ଘୁଞ୍ଚୁଛି।
-ମହେଶ୍ବର ଇନ୍ଦ୍ରଜିତ ସିଂ, ଗ୍ରାମବାସୀ
ମାଳବନ୍ଧ ନିର୍ମାଣ ହେଲେ ସମସ୍ୟା ସୁଧୁରିବ
ବ୍ରାହ୍ମଣୀ ଏବଂ କଙ୍କାନାଳରେ ପ୍ରବାହିତ ବନ୍ୟାପାଣି ମାଡ଼ି ପ୍ରତିବର୍ଷ ବ୍ୟାପକ ଚାଷ ନଷ୍ଟ ହେଉଛି। ଏହାର ସ୍ଥାୟୀ ପ୍ରତିକାର ଲାଗି କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ କାଲୁରିଆଠାରୁ ମନ୍ଦାର ଯାଏ ଏକ ମାଳବନ୍ଧ ନିର୍ମାଣ ହେଲେ ସମସ୍ୟା ସୁଧୁରିବ।
-ସୁଦର୍ଶନ ସ୍ତମ୍ବ, ସାମାଜିକ କର୍ମୀ
ପୋଲ ନିର୍ମାଣ ହେଲେ ସମସ୍ୟା ସୁଧୁରିବ
କଙ୍କାନାଳ ଉପରେ ସ୍ଥାୟୀ ପୋଲ ନିର୍ମାଣ କରାଗଲେ ଗ୍ରାମବାସୀ ବିକାଶ ଦେଖିପାରିବେ। ଗ୍ରାମ୍ୟ ଉନ୍ନୟନ ବିଭାଗ ଉକ୍ତ ରାସ୍ତାକୁ ନିଜ ଅଧୀନକୁ ନେଲେ ସମସ୍ୟାର ସମାଧାନ ହୋଇପାରିବ। ଏଥିପ୍ରତି ଜିଲା ପ୍ରଶାସନ ଗୁରୁତ୍ୱ ଦେବା ଜରୁରୀ।
-ସୁବୋଧ କୁମାର ପଣ୍ଡା, ସରପଞ୍ଚ, ବାଇଁଶିଆ


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri