Posted inଜାତୀୟ

ପାଞ୍ଚ ନୁହେଁ କାରରେ ଥିଲେ ଅଞ୍ଜଳିଙ୍କ ଚାରି ଜଣ ହତ୍ୟାକାରୀ

ନୂଆଦିଲ୍ଲୀ,୬ ।୧: ରାଜଧାନୀ ଦିଲ୍ଲୀର ସୁଲତାନପୁରୀ କାଂଞ୍ଝେୱଲା ଅଞ୍ଚଳରେ ୨୦ ବର୍ଷୀୟା ଅଞ୍ଜଳିଙ୍କ ସ୍କୁଟିକୁ ଧକ୍କା ଦେଇ ପରେ ତାଙ୍କ ଶରୀରକୁ ଘୋଡାଷି ନେବା ଘଟଣାରେ ଉକ୍ତ କାରରେ ୫ ନୁହେଁ ବରଂ ୪ ଜଣ ଥିବା ଜଣାପଡିଛି । ଏହି ସୂଚନା ଗୁରୁବାର ୫ ଜାନୁୟାରୀରେ ଦିଲ୍ଲୀ ପୋଲିସ ଦେଇଛି । ଅତିରିକ୍ତ ପୋଲିସ କମିଶନର ସାଗର ପ୍ରିତ ହୁଡ୍ଡା କହିଛନ୍ତି ଏହି ମାମଲାରେ ଆଉ ୨ ସନ୍ଦିଗ୍ଧ ସାମିଲ ଅଛନ୍ତି ।
ସେ କହିଛନ୍ତି, ସିସିଟିଭି ଫୁଟେଜ ଓ କଲ ରେକର୍ଡ ଡିଟେଲ୍ସରୁ ଏମାନଙ୍କର ସମ୍ପୃକ୍ତି ଥିବା ଜଣାପଡିଛି । ଆମେ ଅନୁମାନ କରିଛୁ କି ଆଶୁତୋଷ ଓ ଅଙ୍କୁଶ ଖାନ୍ନା ଅଭିଯୁକ୍ତଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି ।
ସାଗର ପ୍ରିତ ହୁଡ୍ଡା କହିଛନ୍ତି, ଦୁର୍ଘଟଣା ସମୟରେ ଦୁଇଜଣ (ଆଶୁତୋଷ ଓ ଅଙ୍କୁଶ ଖାନ୍ନା) କାରରେ ନ ଥିଲେ ବରଂ ପୋଲିସ ସାମ୍ନାରେ ମିଛ କହି ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି । ପୋଲିସ ଆହୁରି ମଧ୍ୟ ସ୍ପଷ୍ଟ କରିଛି କି ଦୁର୍ଘଟଣା ସମୟରେ ୫ ନୁହେଁ ୪ ଜଣ କାରରେ ଥିଲେ । ଦୀପକ ଯାହାକୁ ଡ୍ରାଇଭର ବୋଲି କୁହାଯାଉଛି ବାସ୍ତବରେ ଦୁର୍ଘଟଣା ସମୟରେ ସେ ଘରେ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଆରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଗଜପତି,୯।୧୨(ଗିରିଧାରୀ ପରିଛା): କାମଧନ୍ଦା ନ ପାଇ ଗୋଆକୁ ଦାଦନ ଖଟିବାକୁ ଯାଇ ଜଣେ ଓଡ଼ିଆ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ମୋହନା...

ବଡ଼ ବୟାନ ଦେଲେ ଗାଙ୍ଗୁଲି, କହିଲେ ସୂର୍ଯ୍ୟକୁମାର ଯାଦବ ନୁହେଁ ଏହି ଖେଳାଳିଙ୍କୁ ଦିଆଯାଉ ଟିମ ଇଣ୍ଡିଆର ଟି-୨୦ କ୍ୟାପଟେନଶିପ

ନୂଆଦିଲ୍ଲୀ,୯।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆଜି, ଡିସେମ୍ବର ୯,୨୦୨୫ରେ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ...

ସୋନିଆଙ୍କୁ ନୋଟିସ ଜାରି, ନାଗରିକତା ବିନା ଭୋଟର ତାଲିକାରେ ନାମ ଉପରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସୋନିଆ ଗାନ୍ଧୀଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ନାଗରିକତା ନ...

ପୋଡ଼ାଜଳା ପରେ ଏମ୍‌ଭି-୨୬ ଗାଁ ଛାଡୁଛନ୍ତି ଲୋକେ

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ମୋର୍ଚ୍ଚା ସଭାପତି ଘୋଷଣା କଲା ଭାଜପା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୯।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ମଙ୍ଗଳବାର ବିଭିନ୍ନ ଜିଲା ପାଇଁ ମୋର୍ଚ୍ଚା ସଭାପତି, ଜିଲା ପ୍ରଭାରୀ ଏବଂ ଅନ୍ୟାନ୍ୟ ନାମ ଘୋଷଣା କରାଯାଇଛି। ଅଭିଳାଷ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ହାଡ଼ ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି: ତାପମାତ୍ରା ରହିଛି…

ଜି.ଉଦୟଗିରି ୯/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠି ): ଜି ଉଦୟଗିରି ସମେତ ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏକ ସପ୍ତାହ...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri