ଚନ୍ଦ୍ରୟାନ-୩ ଅଭିଯାନରେ ସାମିଲ ଥିଲେ କନିକା ପୁଅ ଦେବଦତ୍ତ

ରାଜକନିକା,୨୬ା୮(ସଞ୍ଜୟ କୁମାର ଦାଶ): ଚନ୍ଦ୍ରୟାନ-୩ ସଫଳତାରେ ସାରା ଦେଶ ଉଲ୍ଲାସ ପାଳୁଛି। ସେହି ସମୟରେ ଏହି ଅଭିଯାନରେ ସାମିଲ ଥିବା ଓଡ଼ିଆ ପୁଅମାନଙ୍କର ଜ୍ଞାନକୌଶଳକୁ ନେଇ ଗର୍ବ କରୁଛି ଓଡ଼ିଶା। ଏହି ପ୍ରରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲା ରାଜକନିକା ଗିରିଆ ଗାଁର ଦେବଦତ୍ତ ମିଶ୍ର ଇସ୍ରୋରେ ଜଣେ ବରିଷ୍ଠ ବୈଜ୍ଞାନିକ ଭାବେ କାର୍ଯ୍ୟରତ। ଚନ୍ଦ୍ରୟାନ-୩ରେ ସାମିଲ ଥିବା ନେଇ ସମଗ୍ର ଜିଲାକୁ ଗୌରବାନ୍ବିତ କରିଛନ୍ତି। ପୁଅର ସଫଳତା କଥା ଶୁଣି ଶଯ୍ୟାଶାୟୀ ଥିବା ମା’ ବାସନ୍ତୀ ମିଶ୍ର ଉଠି ବସିଛନ୍ତି ନିଜ ରୋଗ ଶଯ୍ୟାରୁ। ଉଲ୍ଲସିତ ହେବା ସହ ଘରେ ଥିବା ପୁଅର ଫଟୋକୁ ଧରି କେତେବେଳେ ପୋଛି ପକାଉଥିଲେ ତ କେତେବେଳେ ପାକୁଆ ଓଠରେ ଗେଲ କରି ପକାଉଥିବା ଦେଖିବାକୁ ମିଳିଛି। ପିଲାମାନଙ୍କର ସଫଳତା ଯେତେବେଳେ ମାବାପାଙ୍କ ପାଖେ ପହଞ୍ଚେ, ଦୁନିଆର ସବୁ ସୁଖ ଯେମିତି ତୁଚ୍ଛ ପରି ଲାଗେ। ତାଙ୍କର ମା’ କୋଳକୁ ସାର୍ଥକ କରିଥିବା ପରି ମନେ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଗାଁରେ ବାଣ ରୋଶଣି କରି ଗ୍ରାମବାସୀ ମିଠା ବାଣ୍ଟି ଖୁସି ମନେଇଥିବା ଦେଖିବାକୁ ମିଳିଥିଲା। ପିତା ସ୍ବର୍ଗତ ଭାଗୀରଥି ଓ ମାତା ବାସନ୍ତୀଙ୍କ ପୁଅ ଦେବଦତ୍ତ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ। ମାଟ୍ରିକ ପରୀକ୍ଷା ସମୟରେ ହିଁ ବାପା ଭାଗୀରଥିଙ୍କର ଦେହାନ୍ତରେ ସେ ଯଦିଓ ଭାଙ୍ଗି ପଡିଥିଲେ, କିନ୍ତୁ ଦୃଢ ମନୋବଳ, ପ୍ରବଳ ଇଚ୍ଛାଶକ୍ତି ସାଙ୍ଗକୁ ନିଜର ଅଧ୍ୟବସାୟ ବଳରେ, ଅଭାବ ଅନଟନରେ ଥାଇ ମଧ୍ୟ ସେ ସମୟରେ ମାଟ୍ରିକ୍‌ ପରୀକ୍ଷାରେ ବ୍ଲକ ତଥା ଜିଲା ସ୍ତରରେ ସର୍ବାଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ତାଙ୍କ ବଡ ଭାଇ ଅକ୍ଷୟ କହିଛନ୍ତି। ଚନ୍ଦ୍ରୟାନ-୩ର ସଫଳତାରେ ତାଙ୍କର ଏହି ଅଭିଯାନରେ ଥିବା ପ୍ରଚ୍ଛଦପଟ୍ଟର ଭୂମିକାକୁ ନେଇ ଗ୍ରାମବାସୀ ଖୁସିରେ ବିଭୋର ହୋଇପଡିଥିବା ଦେଖିବାକୁ ମିଳିଛି। ଯଦିଓ ସେ ଏବେ ଗବେଷଣାରତ ଅଛନ୍ତି କିନ୍ତୁ ଗଁା ମାଟି ତାଙ୍କୁ ଟିକେ ପାଖରୁ ଦେଖିବାକୁ ଚାତକ ପରି ଚାହିଁଥିବା କୁହନ୍ତି ଗ୍ରାମବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri