କାଙ୍ଗୁଲା ଝିଅ ସମୀକ୍ଷା ସ୍ରୋତକୀର୍ତ୍ତି ହେଲେ ପାଇଲଟ

ବନ୍ତଳା,୯ା୬(ସୁଶିତ ସାହୁ): ମାତ୍ର ୨୧ ବର୍ଷ ବୟସରେ ଅନୁଗୋଳ ବ୍ଲକ କାଙ୍ଗୁଲା ବେନ୍ତପୁର ଅଞ୍ଚଳର ଝିଅ ସମୀକ୍ଷା ସ୍ରୋତକୀର୍ତ୍ତି ହୋଇଛନ୍ତି ପାଇଲଟ୍‌। ୨୦୨୫ ଫେବୃଆରୀରେ ତାଙ୍କୁ କମର୍ସିଆଲ ପାଇଲଟ ଲାଇସେନ୍ସ ପ୍ରଦାନ କରାଯାଇଛି। ସମୀକ୍ଷାଙ୍କ ଏପରି ସଫଳତା ସମ୍ପର୍କରେ ଜଣାପଡ଼ିବା ପରେ ବେଶ୍‌ ଖୁସିବ୍ୟକ୍ତ କରିଛନ୍ତି କାଙ୍ଗୁଲା ଅଞ୍ଚଳବାସୀ।
କାଙ୍ଗୁଲା ବେନ୍ତପୁର ପଞ୍ଚାୟତ କାଙ୍ଗୁଲା ଗ୍ରାମର ସଞ୍ଜୟ କୁମାର ବେହେରା ଓ ସରୋଜିନୀ ବାଘଙ୍କ ଝିଅ ହେଉଛନ୍ତି ସମୀକ୍ଷା। ବାପା ସଞ୍ଜୟ ପୋଲିସ ବିଭାଗରେ କାର୍ଯ୍ୟରତ ଥିବାବେଳେ ଝିଅ ସମୀକ୍ଷାଙ୍କ ପ୍ରାଥମିକ ଶିକ୍ଷା ଅନୁଗୋଳର ଏକ ଇଂଲିଶ ମାଧ୍ୟମ ବିଦ୍ୟାଳୟରେ ସମାପ୍ତ ହୋଇଥିଲା। ପରେ ଭୁବନେଶ୍ୱରସ୍ଥିତ ଏକ ଇଂଲିଶ ମାଧ୍ୟମ ସ୍କୁଲରୁ ଏକାଦଶ ଓ ଦ୍ୱାଦଶରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ ସମୀକ୍ଷା। ଇଂଲିଶରେ ବେଶ୍‌ ଦକ୍ଷ ହୋଇଥିବାରୁ ରାଜ୍ୟସ୍ତରୀୟ ସ୍ପେଲ୍‌ବି ପ୍ରତିଯୋଗିତାରେ ଭାଗନେଇ ସେ ୩ୟ ସ୍ଥାନ ଅଧିକାର କରିବା ସହ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ସୁଯୋଗ ପାଇଥିଲେ। ଏଥିପାଇଁ ସେ ବିମାନରେ କୋଏମ୍ବାଟୁର ଯାତ୍ରା କରିଥିଲେ। ପ୍ରଥମ ଥର ଏହି ବିମାନ ଯାତ୍ରା ସମୟରେ ହିଁ ସମୀକ୍ଷା ପାଇଲଟ ହେବାକୁ ଚିନ୍ତା କରିଥିଲେ। ଏ ସମ୍ପର୍କିତ ପାଠ୍ୟକ୍ରମ ଓ ତାଲିମ ବିଷୟରେ ଇଣ୍ଟରନେଟ ସର୍ଚ୍ଚ କରି ଜାଣିବା ପରେ ସେ ଭୁବନେଶରସ୍ଥିତ ଗଭର୍ଣ୍ଣମେଣ୍ଟ ଆଭିଏଶନ ଟ୍ରେନିଂ ଇନଷ୍ଟିଚ୍ୟୁଟ (ଗତି)ରେ ନାମ ଲେଖାଇଥିଲେ। ଏହାପରେ ପ୍ରଶିକ୍ଷଣ ପାଇଁ ଢେଙ୍କାନାଳ ବିରାଶାଳସ୍ଥିତ ବିମାନ ତାଲିମ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଠାରେ ସିଙ୍ଗଲ ଇଞ୍ଜିନ ବିମାନ ଉଡ଼ାଣ ଟ୍ରେନିଂ ଓ ପୁନେଠାରେ ମଲ୍‌ଟି ଇଞ୍ଜିନ ବିମାନ ଉଡ଼ାଣ ଟ୍ରେନିଂ ଶେଷକରି କମର୍ସିଆଲ ବିମାନ ଉଡ଼ାଇବାରେ ସକ୍ଷମ ହୋଇଥିଲେ। ସେ ୯,୪୦୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବିମାନ ଉଡ଼ାଣ କରିବା ସହିତ ୨୦୦ ଘଣ୍ଟା ଉଡ଼ାଣର ଅଭିଜ୍ଞତା ହାସଲ କରିପାରିଛନ୍ତି। ୨୦୨୨ରୁ ୨୦୨୫ ଭିତରେ କଠିନ ପରିଶ୍ରମ ବଳରେ ସମୀକ୍ଷା ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିଥିବାରୁ ଏହି ସଫଳତା ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବା ସହ କାଙ୍ଗୁଲା ସମେତ ଜିଲା ପାଇଁ ଗର୍ବ ଓ ଗୌରବ ପାଲଟିଥିବା ବାପା ସଞ୍ଜୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri