ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ କଙ୍ଗନା!

ମୁମ୍ବାଇ: ଚଳିତ ବର୍ଷ ରିଲିଜ୍ ହେବାକୁ ଯାଉଥିବା ଚଳଚ୍ଚିତ୍ର ‘ଥାଲାଇବି’ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ. ଜୟଳଲିଥାଙ୍କ ଚରିତ୍ରରେ ନଜର ଆସୁଥିବା ବଲିଉଡ୍ ନାୟିକା କଙ୍ଗନା ରାନାୱତ ଅନ୍ୟଜଣେ ରାଜନୀତିଜ୍ଞଙ୍କ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି । ତେବେ ଏହା ‘ଥାଲାଇବି’ ପରି ବାୟୋପିକ୍ ନୁହେଁ । ଏଥିରେ କଙ୍ଗନାଙ୍କ ସହ ଆଉ ବି କେତେଜଣ ମୁଖ୍ୟ କଳାକାରଙ୍କୁ ଦେଖିବାକୁ ମିଳିବ । ନିକଟରେ କଙ୍ଗନା ଜେ.ଜୟାଲଳିଥାଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକର ଶୁଟିଂ ଶେଷ କରିଛନ୍ତି । ଏହାସହ ସେ ତାଙ୍କର ଆକ୍ସନ ଫିଲ୍ମ ‘ଧାକଡ’ ଓ ‘ତେଜସ’ ର ଶୁଟିଂ ମଧ୍ୟ ଆରମ୍ଭ କରି ସାରିଛନ୍ତି । ସେ ତାଙ୍କ ଅଗାମୀ ଫିଲ୍ମକୁ ନେଇ ସୂଚନା ଦେଇଛନ୍ତି ଯେ ସେ ଇନ୍ଦିରା ଗାନ୍ଧୀଙ୍କ ଚରତ୍ରରେ ଅଭିନୟ କରିବାର ଯୋଜନା ରହିଛି । ଏଥିପାଇଁ ସ୍କ୍ରିପ୍ଟ ଖୁବ୍‌ଶୀଘ୍ର ଶେଷ ହେବ । ତେବେ ଏହା ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ୍ ନୁହେଁ । ବରଂ ଏହା ଏକ ଭବ୍ୟ ପିରିୟଡ ଫିଲ୍ମ । ଯାହା ବର୍ତ୍ତମାନର ପିଢିଙ୍କୁ ଦେଶରେ ଚାଲିଥିବା ସାମାଜିକ-ରାଜନୀତିକ ସ୍ଥିତି ସମ୍ପର୍କରେ ଭଲ ଭାବରେ ବୁଝାଇ ପାରିବ । ସେ କହିଛନ୍ତି ଏହି ଫିଲ୍ମରେ ଆହୁରି କେତେଜଣ ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ । ଏହାସହ ଭାରତୀୟ ରାଜନୀତି ଇତିହାସରେ ସବୁଠାରୁ ଆଇକନିକ ଚରିତ୍ର ତାଙ୍କୁ ମିଳିଥିବାରୁ ସେ ଖୁବ୍ ଉତ୍ସାହିତ ଅଛନ୍ତି । ତେବେ ସେ ଏଥିରେ ଅଭିନୟ କରିବା ସହ ଏହାର ପ୍ରଯୋଜନା ଭାର ବି ସମ୍ଭାଳିଛନ୍ତି । ଏହାର କାହାଣୀ ଓ ସ୍କ୍ରିନ୍ ପ୍ଲେ ନିର୍ଦ୍ଦେଶନା ସାଇ କବି ଲେଖିଛନ୍ତି । ଯିଏ ଏହାର ନିର୍ଦ୍ଦେଶନା ବି ଦେବେ । ଉଲ୍ଲେଖନୀୟ କଥା ହେଉଛି ଏହି ଫିଲ୍ମ ଏକ ପୁସ୍ତକ ଉପରେ ଆଧାରିତ ହେବ । ଯେଉଁଥିରେ ଅପରେଶନ ବ୍ଲୁ ଷ୍ଟାର ଓ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳ ମଧ୍ୟରେ ଲଗା ଯାଇଥିବା ଏମରଜେନ୍ସିକୁ ବି ଗୁରୁତ୍ୱ ଦିଆଯିବ । ଏଥିରେ ଇନ୍ଦିରାଙ୍କ ସମେତ ରାଜୀବ ଗାନ୍ଧୀ, ସଞ୍ଜୟ ଗାନ୍ଧୀ, ମୋରାରଜୀ ଦେଶାଇ, ଲାଲ ବାହାଦୂର ଶାସ୍ତ୍ରୀଙ୍କ ଭଳି ବରିଷ୍ଠ ରାଜନେତାଙ୍କୁ ମଧ୍ୟ ଉପସ୍ଥାପନ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

୨୭ ବର୍ଷରେ ଏତେ ବଦଳିଗଲେଣି ଅମିତାଭଙ୍କ ‘ଜୁମାଚୁମା’ ଗାର୍ଲ

ଅମିତାଭ ବଚ୍ଚନଙ୍କ ‘ଜୁମା ଚୁମା’ ଗାର୍ଲଙ୍କୁ କେହି ବି ଭୁଲିପାରିବେ ନାହିଁ। ୧୯୯୧ରେ ଆସିଥିବା ଫିଲ୍ମ ‘ହମ୍‌’ରେ ବୋଲ୍ଡ ସିନ୍‌ ଦେଇଥିଲେ ଏହି ଅଭିନେତ୍ରୀ। ସେ...

ଷ୍ଟାର ସ୍କ୍ରିନ୍‌ ଆଓ୍ବାର୍ଡରେ ଚମକିଲେ ବଲିଉଡ୍‌ କଳାକାର

ମୁମ୍ବାଇ: ମୁମ୍ବାଇର ଗୋରେଗାଓଁ ସ୍ଥିତ ଫିଲ୍ମ ସିଟିରେ ରବିବାର ଷ୍ଟାର ସ୍କ୍ରିନ୍‌ ଆଓ୍ବାର୍ଡସ୍‌ ଶୋ’ର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ରୁ ଆରମ୍ଭ କରି ଟେଲିଜଗତର...

ଏହି ଅଭିନେତ୍ରୀଙ୍କ ବୋଲ୍ଡ ଫଟୋ ହେଉଛି ଭାଇରାଲ: ପ୍ରଶଂସକ କହିଲେ ଏମିତି

ଟିଭି ପରଦାର ସବୁଠୁ ହିଟ ଶୋ ‘ନାଗିନର’ରେ ଅଭିନୟ କରୁଥିବା ଅଭିନେତ୍ରୀ ସୁରଭୀ ଜ୍ୟୋତି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି। ସୁରଭୀ ସୋସିଆଲ ମିଡିଆରେ...

ବିଗ୍‌ ବସ୍‌-୧୪ ହେବ ଲକ୍‌ଡାଉନ୍‌ ସ୍ପେଶାଲ: କ’ଣ ରହିଛି ଏଥର ଖାସ୍‌ ଜାଣନ୍ତୁ…

ଛୋଟ ପରଦାର ସବୁଠାରୁ ଚର୍ଚ୍ଚିତ ରିଆଲିଟି ଶୋ’ ବିଗ୍‌ ବସ୍‌।  ବିଗ୍‌ ବସ୍‌ -୧୪କୁ ନେଇ ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ଅଛନ୍ତି। କାରଣ ଏଥର ଶୋ’କୁ...

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଏହି କାରଣରୁ ଘର ସାମ୍ନାରେ ଠିଆ ହୋଇଥିଲା ଦୁଇଟି ଆମ୍ବୁଲାନ୍ସ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ବର୍ତ୍ତମାନ ରାଷ୍ଟ୍ରୀୟ ପ୍ରସଙ୍ଗ ହୋଇସାରିଛି। ଯାହାର ସତ୍ୟତା ଜାଣିବା ପାଇଁ ସମସ୍ତେ ଚାହିଁ ବସିଛନ୍ତି। ଏହି...

ନୂଆ ଅତିଥିଙ୍କୁ ସ୍ୱାଗତ କରିବାକୁ ଉତ୍ସାହିତ କାଜଲ

ମୁମ୍ବାଇ: ବଲିଉଡର ସିଂଘମ ଆକ୍ଟ୍ରେସ କାଜଲ ଅଗ୍ରୱାଲ ଏବେ ଖୁବ୍ ଖୁସି ଅଛନ୍ତି । କାରଣ ଏବେ ସେ ମା’ହେବାକୁ ଯାଉଛନ୍ତି । କିଛିଦିନ ତଳେ...

ଟେଲି ପରଦାର ଗ୍ଲାମରସ୍‌ ଜେଜେ ମା’

ବମ୍ବେ: ଟେଲି ପରଦାର ଗ୍ଲାମରସ୍‌ ଜେଜେ ମା’ଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ସ୍ବାତୀ ଚିଟ୍‌ନିସ। ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ‘ୟେ ରିସ୍ତା କ୍ୟା...

ଫେରିଲେ ରାକେଶ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ରାକେଶ ରୋଶନ ପୁଣିଥରେ କାମ ଆରମ୍ଭ କରିଥିବା ଜଣାପଡିଛି। ଗତବର୍ଷ ସେ କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର...

Advertisement
Archives

Model This Week