ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ କଙ୍ଗନା!

ମୁମ୍ବାଇ: ଚଳିତ ବର୍ଷ ରିଲିଜ୍ ହେବାକୁ ଯାଉଥିବା ଚଳଚ୍ଚିତ୍ର ‘ଥାଲାଇବି’ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ. ଜୟଳଲିଥାଙ୍କ ଚରିତ୍ରରେ ନଜର ଆସୁଥିବା ବଲିଉଡ୍ ନାୟିକା କଙ୍ଗନା ରାନାୱତ ଅନ୍ୟଜଣେ ରାଜନୀତିଜ୍ଞଙ୍କ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି । ତେବେ ଏହା ‘ଥାଲାଇବି’ ପରି ବାୟୋପିକ୍ ନୁହେଁ । ଏଥିରେ କଙ୍ଗନାଙ୍କ ସହ ଆଉ ବି କେତେଜଣ ମୁଖ୍ୟ କଳାକାରଙ୍କୁ ଦେଖିବାକୁ ମିଳିବ । ନିକଟରେ କଙ୍ଗନା ଜେ.ଜୟାଲଳିଥାଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକର ଶୁଟିଂ ଶେଷ କରିଛନ୍ତି । ଏହାସହ ସେ ତାଙ୍କର ଆକ୍ସନ ଫିଲ୍ମ ‘ଧାକଡ’ ଓ ‘ତେଜସ’ ର ଶୁଟିଂ ମଧ୍ୟ ଆରମ୍ଭ କରି ସାରିଛନ୍ତି । ସେ ତାଙ୍କ ଅଗାମୀ ଫିଲ୍ମକୁ ନେଇ ସୂଚନା ଦେଇଛନ୍ତି ଯେ ସେ ଇନ୍ଦିରା ଗାନ୍ଧୀଙ୍କ ଚରତ୍ରରେ ଅଭିନୟ କରିବାର ଯୋଜନା ରହିଛି । ଏଥିପାଇଁ ସ୍କ୍ରିପ୍ଟ ଖୁବ୍‌ଶୀଘ୍ର ଶେଷ ହେବ । ତେବେ ଏହା ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ୍ ନୁହେଁ । ବରଂ ଏହା ଏକ ଭବ୍ୟ ପିରିୟଡ ଫିଲ୍ମ । ଯାହା ବର୍ତ୍ତମାନର ପିଢିଙ୍କୁ ଦେଶରେ ଚାଲିଥିବା ସାମାଜିକ-ରାଜନୀତିକ ସ୍ଥିତି ସମ୍ପର୍କରେ ଭଲ ଭାବରେ ବୁଝାଇ ପାରିବ । ସେ କହିଛନ୍ତି ଏହି ଫିଲ୍ମରେ ଆହୁରି କେତେଜଣ ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ । ଏହାସହ ଭାରତୀୟ ରାଜନୀତି ଇତିହାସରେ ସବୁଠାରୁ ଆଇକନିକ ଚରିତ୍ର ତାଙ୍କୁ ମିଳିଥିବାରୁ ସେ ଖୁବ୍ ଉତ୍ସାହିତ ଅଛନ୍ତି । ତେବେ ସେ ଏଥିରେ ଅଭିନୟ କରିବା ସହ ଏହାର ପ୍ରଯୋଜନା ଭାର ବି ସମ୍ଭାଳିଛନ୍ତି । ଏହାର କାହାଣୀ ଓ ସ୍କ୍ରିନ୍ ପ୍ଲେ ନିର୍ଦ୍ଦେଶନା ସାଇ କବି ଲେଖିଛନ୍ତି । ଯିଏ ଏହାର ନିର୍ଦ୍ଦେଶନା ବି ଦେବେ । ଉଲ୍ଲେଖନୀୟ କଥା ହେଉଛି ଏହି ଫିଲ୍ମ ଏକ ପୁସ୍ତକ ଉପରେ ଆଧାରିତ ହେବ । ଯେଉଁଥିରେ ଅପରେଶନ ବ୍ଲୁ ଷ୍ଟାର ଓ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳ ମଧ୍ୟରେ ଲଗା ଯାଇଥିବା ଏମରଜେନ୍ସିକୁ ବି ଗୁରୁତ୍ୱ ଦିଆଯିବ । ଏଥିରେ ଇନ୍ଦିରାଙ୍କ ସମେତ ରାଜୀବ ଗାନ୍ଧୀ, ସଞ୍ଜୟ ଗାନ୍ଧୀ, ମୋରାରଜୀ ଦେଶାଇ, ଲାଲ ବାହାଦୂର ଶାସ୍ତ୍ରୀଙ୍କ ଭଳି ବରିଷ୍ଠ ରାଜନେତାଙ୍କୁ ମଧ୍ୟ ଉପସ୍ଥାପନ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

ଚିହିଁକି ଉଠିଲା ଇରାନ, UAE ସମେତ ଏହି ୮ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼, ଆମେରିକୀୟ ଘାଟିରୁ…

ତେହରାନ,୨୮।୨: ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ଏବେ ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ବିଜେଡିରୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଲେ ପ୍ରଭାତ, କହିଲେ…

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଶନିବାର ଦଳରୁ ବହିଷ୍କୃତ କରାଯାଇଛି।…

SL vs PAK: ସବୁଠୁ ବଡ଼ ମ୍ୟାଚ୍‌ରୁ ବାବରଙ୍କୁ ବାଦ ଦେଲା ପାକିସ୍ତାନ, ସେମିଫାଇନାଲ ଖେଳିବା ପାଇଁ ଦଳର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୨: ଟି-୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ଦୌଡ଼ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗ୍ରୁପ-୨ରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରୁ କିଏ ଶେଷ୍ଠ ୪ରେ ସ୍ଥାନ ପାଇବ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri