୮ ମାମଲା, ୧୭ କୋଟିର ଋଣ, ୬ କିଲୋ ସୁନା, ୫୦ ଏଲ୍‌ଆଇସି ପଲିସି…ଜାଣନ୍ତୁ ଭାଜପାରୁ ପ୍ରାର୍ଥୀ ସାଜିଥିବା କଙ୍ଗନାଙ୍କ ସମ୍ପତ୍ତିରେ ଅଛି କ’ଣ କ’ଣ?

ନୂଆଦିଲ୍ଲୀ,୧୪।୫: ଚଳିତ ନିର୍ବାଚନରେ ପ୍ରାର୍ଥୀ ସାଜିଥିବା ବଲିଉଡ୍‌ ଅଭିନେତାଙ୍କ ବିରୋଧରେ ଚାଲିଛି ୮ ମାମଲା। ତାଙ୍କ ପାଖରେ ଏକାଧିକ ଫ୍ଲାଟ, ମୁମ୍ବାଇରେ ଘର ଏବଂ ମନାଲିରେ ବଡ଼ ବଙ୍ଗଳା ରହିଛି। କୋଟି କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତିର ମାଲିକାଣୀ ସେ। ହେଲେ ତାଙ୍କ ଉପରେ ୧୭ କୋଟିର ଋଣ ରହିଛି। କେବଳ ସେତିକି ନୁହେଁ ହଜାର ହଜାର ନିବେଶ ସାଙ୍ଗକୁ ଅନେକେ ଏଲ୍‌ଆଇସି ପଲିସି ମଧ୍ୟ ରହିଛି। ମଙ୍ଗଳବାର ମଣ୍ଡି ଆସନରୁ ଲୋକ ସଭା ନିର୍ବାଚନ ଲାଗି ନାମାଙ୍କନ ଦାଖଲ କରିବା ବେଳେ ସେ ନିଜର ସମ୍ପତ୍ତି ନେଇ ସବିଶେଷ ତଥ୍ୟ ଦେଇଛନ୍ତି।

କହିରଖୁଛୁ, କଙ୍ଗନା ଭାଜପା ଟିକେଟ୍‌ରେ ନିର୍ବାଚନ ଲଢ଼ୁଛନ୍ତି। ସେ ମଣ୍ଡି ଲୋକ ସଭା ଆସନରୁ ନିର୍ବାଚନୀ ମଇଦାନରେ ଓହ୍ଲାଇଛନ୍ତି। ସେ ମଣ୍ଡି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ। ଏହି ସମୟରେ ତାଙ୍କ ସହ ବିଧାନସଭାରେ ନେତା ଥିବା ଜୟରାମ ଠାକୁର ଉପସ୍ଥିତ ରହିଥିଲେ। ଏହି ଆସନରେ ତାଙ୍କ ମୁକାବିଲା କଂଗ୍ରେସର ବିକ୍ରମାଦିତ୍ୟ ସିଂହଙ୍କ ସହ ହେଉଛି।

କଙ୍ଗନା ନିଜର ହଲଫନାମାରେ ଦର୍ଶାଇଛନ୍ତି ଯେ, ତାଙ୍କ ପାଖରେ ୨ ଲକ୍ଷ ନଗଦ ରହିଛି। ଏହାଛଡ଼ା ୮ ବ୍ୟାଙ୍କରେ ଆକାଉଣ୍ଟ ରହିଛି। ସେଥିରୁ ଗୋଟିଏରେ କୋଟିଏରୁ ଅଧିକ ଟଙ୍କା ଅଛି। ସେ ମଣିକର୍ନିକା ଫିଲ୍ସରେ ୯୯୯୯ ଶେୟାର ରଖିଛନ୍ତି, ଏହାଛଡ଼ା ମଣିକର୍ନିକା ସ୍ପେସ୍‌ କମ୍ପାନୀରେ କୋଟି କୋଟି ଟଙ୍କାର ନିବେଶ ରହିଛି। ୫୦ ଏଲ୍‌ଆଇସି ପଲିସି କରିଛନ୍ତି ସେ। ଏହାଛଡ଼ା ସେ ଅନେକ ଲୋକଙ୍କୁ ଋଣ ଦେଇଛନ୍ତି। ତାଙ୍କ ପାଖରେ ୩ ଗାଡ଼ି(୩.୯୧ କୋଟି, ୯୮ ଲକ୍ଷ, ୫୮ ଲକ୍ଷ)ର ରହିଛି। ଭେସ୍ପା ସ୍କୁଟର ମଧ୍ୟ ରହିଛି। ଚଣ୍ଡିଗଡ଼ରେ ୪ ଫ୍ଲାଟ, ମୁମ୍ବାଇରେ ଘର(୨୧ କୋଟି)ର, ଫ୍ଲାଟ(୧୬ କୋଟି) ମନାଲିରେ ବଙ୍ଗଳା(୧୫ କୋଟି)ର ରହିଛି। କଙ୍ଗନାଙ୍କ ପାଖରେ ୬.୭୦ କିଲୋଗ୍ରାମ ସୁନା ରହିଛି। ଏହାଛଡ଼ା ୬୦ କିଲୋ ରୂପା, ୧୪ କ୍ୟାରଟ୍‌ର ହୀରା ରହିଛି। ମୋଟ ସମ୍ପତ୍ତି ଦେଖିଲେ କଙ୍ଗନା ୯୧.୬୬ କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ଅଟୋକୁ ଧକ୍କା ଦେଲା ଅକ୍ଷୟ କୁମାରଙ୍କ ଗାଡି: ମୋଟାଅଙ୍କର କ୍ଷତିପୂରଣ ଦାବି କଲେ ଅଟୋ ଡ୍ରାଇଭରଙ୍କ ଭାଇ!

ମୁମ୍ବାଇ,୨୦।୧: ମୁମ୍ବାଇର ଜୁହୁ ଅଞ୍ଚଳରେ ସୋମବାର ରାତିରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସୁରକ୍ଷା ଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ପରେ...

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

ଚା’ ବଦଳରେ ସକାଳୁ ଏଥିରୁ ପିଅନ୍ତୁ ଗୋଟିଏ ଗ୍ଲାସ, ଉପକାରିତା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟଙ୍କ ସକାଳ ଗରମ ଚା’ ସହିତ ଆରମ୍ଭ ହୁଏ। ତଥାପି, ଖାଲି ପେଟରେ ଚା ପିଇବା ସ୍ବାସ୍ଥ୍ୟକର ନୁହେଁ। ଯଦି ଆପଣ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri