୮ ମାମଲା, ୧୭ କୋଟିର ଋଣ, ୬ କିଲୋ ସୁନା, ୫୦ ଏଲ୍‌ଆଇସି ପଲିସି…ଜାଣନ୍ତୁ ଭାଜପାରୁ ପ୍ରାର୍ଥୀ ସାଜିଥିବା କଙ୍ଗନାଙ୍କ ସମ୍ପତ୍ତିରେ ଅଛି କ’ଣ କ’ଣ?

ନୂଆଦିଲ୍ଲୀ,୧୪।୫: ଚଳିତ ନିର୍ବାଚନରେ ପ୍ରାର୍ଥୀ ସାଜିଥିବା ବଲିଉଡ୍‌ ଅଭିନେତାଙ୍କ ବିରୋଧରେ ଚାଲିଛି ୮ ମାମଲା। ତାଙ୍କ ପାଖରେ ଏକାଧିକ ଫ୍ଲାଟ, ମୁମ୍ବାଇରେ ଘର ଏବଂ ମନାଲିରେ ବଡ଼ ବଙ୍ଗଳା ରହିଛି। କୋଟି କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତିର ମାଲିକାଣୀ ସେ। ହେଲେ ତାଙ୍କ ଉପରେ ୧୭ କୋଟିର ଋଣ ରହିଛି। କେବଳ ସେତିକି ନୁହେଁ ହଜାର ହଜାର ନିବେଶ ସାଙ୍ଗକୁ ଅନେକେ ଏଲ୍‌ଆଇସି ପଲିସି ମଧ୍ୟ ରହିଛି। ମଙ୍ଗଳବାର ମଣ୍ଡି ଆସନରୁ ଲୋକ ସଭା ନିର୍ବାଚନ ଲାଗି ନାମାଙ୍କନ ଦାଖଲ କରିବା ବେଳେ ସେ ନିଜର ସମ୍ପତ୍ତି ନେଇ ସବିଶେଷ ତଥ୍ୟ ଦେଇଛନ୍ତି।

କହିରଖୁଛୁ, କଙ୍ଗନା ଭାଜପା ଟିକେଟ୍‌ରେ ନିର୍ବାଚନ ଲଢ଼ୁଛନ୍ତି। ସେ ମଣ୍ଡି ଲୋକ ସଭା ଆସନରୁ ନିର୍ବାଚନୀ ମଇଦାନରେ ଓହ୍ଲାଇଛନ୍ତି। ସେ ମଣ୍ଡି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ। ଏହି ସମୟରେ ତାଙ୍କ ସହ ବିଧାନସଭାରେ ନେତା ଥିବା ଜୟରାମ ଠାକୁର ଉପସ୍ଥିତ ରହିଥିଲେ। ଏହି ଆସନରେ ତାଙ୍କ ମୁକାବିଲା କଂଗ୍ରେସର ବିକ୍ରମାଦିତ୍ୟ ସିଂହଙ୍କ ସହ ହେଉଛି।

କଙ୍ଗନା ନିଜର ହଲଫନାମାରେ ଦର୍ଶାଇଛନ୍ତି ଯେ, ତାଙ୍କ ପାଖରେ ୨ ଲକ୍ଷ ନଗଦ ରହିଛି। ଏହାଛଡ଼ା ୮ ବ୍ୟାଙ୍କରେ ଆକାଉଣ୍ଟ ରହିଛି। ସେଥିରୁ ଗୋଟିଏରେ କୋଟିଏରୁ ଅଧିକ ଟଙ୍କା ଅଛି। ସେ ମଣିକର୍ନିକା ଫିଲ୍ସରେ ୯୯୯୯ ଶେୟାର ରଖିଛନ୍ତି, ଏହାଛଡ଼ା ମଣିକର୍ନିକା ସ୍ପେସ୍‌ କମ୍ପାନୀରେ କୋଟି କୋଟି ଟଙ୍କାର ନିବେଶ ରହିଛି। ୫୦ ଏଲ୍‌ଆଇସି ପଲିସି କରିଛନ୍ତି ସେ। ଏହାଛଡ଼ା ସେ ଅନେକ ଲୋକଙ୍କୁ ଋଣ ଦେଇଛନ୍ତି। ତାଙ୍କ ପାଖରେ ୩ ଗାଡ଼ି(୩.୯୧ କୋଟି, ୯୮ ଲକ୍ଷ, ୫୮ ଲକ୍ଷ)ର ରହିଛି। ଭେସ୍ପା ସ୍କୁଟର ମଧ୍ୟ ରହିଛି। ଚଣ୍ଡିଗଡ଼ରେ ୪ ଫ୍ଲାଟ, ମୁମ୍ବାଇରେ ଘର(୨୧ କୋଟି)ର, ଫ୍ଲାଟ(୧୬ କୋଟି) ମନାଲିରେ ବଙ୍ଗଳା(୧୫ କୋଟି)ର ରହିଛି। କଙ୍ଗନାଙ୍କ ପାଖରେ ୬.୭୦ କିଲୋଗ୍ରାମ ସୁନା ରହିଛି। ଏହାଛଡ଼ା ୬୦ କିଲୋ ରୂପା, ୧୪ କ୍ୟାରଟ୍‌ର ହୀରା ରହିଛି। ମୋଟ ସମ୍ପତ୍ତି ଦେଖିଲେ କଙ୍ଗନା ୯୧.୬୬ କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri