ବାୟୁସେନା ଦିବସରେ ରିଲିଜ ହେଲା ‘ତେଜସ’ର ଟ୍ରେଲର

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାନାଓ୍ବତ ଷ୍ଟାରର ମୁଭି ‘ତେଜସ’ର ଟିଜର ବଡ ପରଦାରେ ଆସିବା ପାଇଁ ଆକ୍ସନ ଏବଂ ରୋମାଞ୍ଚକର ଝଲକ ଦେଖାଇଛି। ଏହା ସମଗ୍ର ଦେଶରେ ଦର୍ଶକଙ୍କ ଉତ୍ସାହ ବଢାଇ ଦେଇଛି। ଦର୍ଶକଙ୍କ ଆଗ୍ରହ ଦେଖି ନିର୍ମାତାମାନେ ଘୋଷଣା କରିଥିଲେ ଯେ ବାୟୁସେନା ଦିବସ ଅବସରରେ ସେମାନେ ଅକ୍ଟୋବର ୮,୨୦୨୩ ରେ ଫିଲ୍ମର ଟ୍ରେଲର ରିଲିଜ କରିବେ। ରବିବାର ଏହି ବହୁ ପ୍ରତୀକ୍ଷିତ ମୁଭିର ଟ୍ରେଲର ରିଲିଜ ହୋଇଛି।

ଫିଲ୍ମ ତେଜସର ନିର୍ମାତା ରବିବାର ବାୟୁସେନା ଦିବସରେ ଟ୍ରେଲରକୁ ରିଲିଜ କରିଛନ୍ତି ଯେଉଁଥିରେ କଙ୍ଗନା ରାନାୱତଙ୍କୁ ପ୍ରଖର, ଜୋଶରେ ଭରପୂର ଓ ଶକ୍ତିଶାଳୀ ବାୟୁସେନା ପାଇଲଟ ତେଜାସ ଗିଲଙ୍କ ଭୂମିକାରେ ଦେଖିବାକୁ ମିଳିଛି। ଟ୍ରେଲର ହାଇ ଲେଭଲ ଏରିଲ ଦୃଶ୍ୟରୁ ଆରମ୍ଭ ହୋଇଥିଲା ଏବଂ ହୃଦୟ ଜିତିଥିବା ଡାଏଲଗ #BharatKoChhedogeTohChhodengeNahi, ଆରମ୍ଭରୁ ହିଁ ସନସନି ମଚା ଦି।
ତେଜସରେ ଏକ ଭଲ ସାଉଣ୍ଡଟ୍ରାକ ଏବଂ ଚିତ୍ତାକର୍ଷକ ଭିଜୁଆଲ ଇଫେକ୍ଟ ସହିତ ଟ୍ରେଲର ହେଉଛି ଏକ ଭିଜୁଆଲ ସ୍ପେକ୍ଟିକଲ ଯାହା ଶକ୍ତିଶାଳୀ ସଂଳାପ ସହିତ ଦେଶପ୍ରେମର ଭାବନା ସୃଷ୍ଟି କରେ। ଟ୍ରେଲରରେ କଙ୍ଗନା ଜଣେ ସାହସୀ ବାୟୁସେନା ପାଇଲଟ ଭାବରେ ପରଦାରେ ଶାସନ କରୁଥିବା ନଜର ଆସିଛନ୍ତି। କଙ୍ଗନାଙ୍କ ମୁହଁରେ ଦେଖାଯାଉଥିବା ଗମ୍ଭୀରତା ଏବଂ ଯୁଦ୍ଧ ପାଇଁ ଅଭିନେତ୍ରୀଙ୍କ ଉତ୍ସାହ ଲୋକଙ୍କ ହୃଦୟରେ ଦେଶ ପ୍ରତି ଏକ ଉତ୍ସାହ ଜାଗ୍ରତ କରିବାକୁ ଯାଉଛି।
କଙ୍ଗନା ରାନାୱତଙ୍କ ଏହି ମୁଭି ୨୦୨୩ ଅକ୍ଟୋବର ୨୭ରେ ରିଲିଜ ହେବାକୁ ଯାଉଛି। ଟ୍ରେଲରରେ ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନାର ଶକ୍ତିଶାଳୀ କାର୍ଯ୍ୟ ପ୍ରଦର୍ଶନ କରାଯାଇଛି। ଭାରତୀୟ ବାୟୁସେନା ବିମାନର ଗର୍ଜନ ଆକାଶକୁ ଥରାଇ ଦେଉଛି।
କଙ୍ଗନା ରାନାୱତଙ୍କ ଫିଲ୍ମ ତେଜସ ଆରଏସଭିପି ଦ୍ୱାରା ପ୍ରସ୍ତୁତ କରାଯାଇଛି। ସର୍ଭେଶ ମେଭଡାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ତଥା ରୋନି ସ୍କ୍ରୁବାଲାଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମଟି ଅକ୍ଟୋବର ୨୭, ୨୦୨୩ରେ ରିଲିଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

ବିଧାୟକଙ୍କ ସହ ବିବାଦ ଘଟଣା ପରେ ପଦକ୍ଷେପ, ବଦଳିଲେ ରେଭେନ୍ସା ବଦଳିଲେ ଚିଫ୍‌ ୱାର୍ଡେନ

କଟକ,୧୨ା୮(ପ୍ରଭୁକଲ୍ୟାଣ ପାଲ୍): ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଙ୍ଘ ଓ ବିଧାୟକ ଵିଵାଦ ଘଟଣାରେ ଚିଫ୍ ଓ୍ବାର୍ଡେନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ବିଧାୟକଙ୍କ ସହ ଵିଵାଦ…

କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢାଉ, ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ୩ ଗିରଫ

ଦିଗପହଣ୍ଡି,୧୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍ ଅତର୍କିତ ଭାବେ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri