Posted inଜାତୀୟ

ଭାଜପାକୁ ଫସାଇଦେଲେ କଙ୍ଗନା: କଂଗ୍ରେସକୁ ମିଳିବ ଜବରଦସ୍ତ ଲାଭ

ନୂଆଦିଲ୍ଲୀ,୨୬।୯: ୨୦୨୧ରେ ମୋଦି ସରକାରଙ୍କ ଦ୍ୱାରା ରଦ୍ଦ କରାଯାଇଥିବା ୩ କୃଷି ଆଇନକୁ ଫେରାଇ ଆଣିବା ଉଚିତ ବୋଲି ମଙ୍ଗଳବାର ଭାଜପା ଏମ୍‌ପି କଙ୍ଗନା ରାଣାଓ୍ବତ ବୟାନ ଦେଇଥିଲେ। ଯାହାକୁ ନେଇ ତୁମ୍‌ତତେବେ ବୁଧବାର ସେ ଏହି ବୟାନକୁ ନେଇ କ୍ଷମା ମାଗିଛନ୍ତି। କଙ୍ଗନା ‘ଏକ୍ସ’ରେ ନିଜର ଏକ ଭିଡିଓ ପୋଷ୍ଟକରି କହିଛନ୍ତି, ୩ କୃଷି ଆଇନକୁ ଫେରାଇ ଅଣାଯାଉ ବୋଲି ତାଙ୍କର ବ୍ୟକ୍ତିଗତ ଭାବେ ଇଚ୍ଛା ରହିଛି। ଏହି ବ୍ୟକ୍ତିଗତ ମତକୁ ଭାଜପାର ମତ ବୋଲି ଧରିବା ଠିକ୍‌ ନୁହେଁ। ଏବେ ସେ କେବଳ ଜଣେ ଅଭିନେତ୍ରୀ ନୁହନ୍ତି ବରଂ ଏମ୍‌ପି ମଧ୍ୟ। ତେଣୁ ଦଳୀୟ ନୀତି ଅନୁଯାୟୀ, ତାଙ୍କୁ ବୟାନ ଦେବାକୁ ପଡ଼ିବ। ୩ କୃଷି ଆଇନକୁ ଫେରାଇ ଆଣିବା ନେଇ ତାଙ୍କର ବୟାନ ବହୁ ବରିଷ୍ଠ ଭାଜପା ନେତାଙ୍କୁ ନିରାଶ କରିଛି ବୋଲି କହି କଙ୍ଗନା ଦୁଃଖ ପ୍ରକାଶ କରିଛନ୍ତି।

ଗତ ମାସରେ ଭାଜପା ସଭାପତି ଜେପି ନଡା କଙ୍ଗନାଙ୍କୁ ଡକାଇ ଭୁଲ୍‌ ମନ୍ତବ୍ୟ ନ ଦେବାକୁ ଚେତାବନୀ ଦେଇଥିଲେ, କିନ୍ତୁ କଙ୍ଗନା ପୁଣି ଦଳର ଭାବମୂର୍ତ୍ତୀକୁ ପଦାରେ ପକାଇଛନ୍ତି। ହରିୟାଣା ନିର୍ବାଚନ ଆଗକୁ ଥିବାରୁ କଙ୍ଗନା ଏହି ମନ୍ତବ୍ୟ ଦଳ ପାଇଁ ବୁମେରାଂ ହୋଇପାରେ। କଂଗ୍ରେସ କଙ୍ଗନାଙ୍କ ମନ୍ତବ୍ୟର ଜବରଦସ୍ତ ଫାଇଦା ଉଠାଇପାରେ।

ସେପଟେ କଙ୍ଗନାଙ୍କ ମନ୍ତବ୍ୟକୁ କେନ୍ଦ୍ରକରି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ପ୍ରଧାନମନ୍ତ୍ରୀ କଙ୍ଗନାଙ୍କର ମନ୍ତବ୍ୟକୁ ସମର୍ଥନ କରୁଛନ୍ତି ନା ବିରୋଧ କରୁଛନ୍ତି ସେନେଇ ଦେଶବାସୀ ଜାଣିବାକୁ ଚାହାନ୍ତି ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତାନିରୁ ସ୍କୁଲ ବ୍ୟାଗ: ଭାରରୁ ବିଚାର ପର୍ଯ୍ୟନ୍ତ

ପିଲାବେଳେ କାନ୍ଧରେ ବସ୍ତାନି ପକେଇ ସ୍କୁଲ ଗଲାବେଳର ସ୍ମୃତି ନିଆରା। ଆଜିର ସ୍କୁଲ ବ୍ୟାଗକୁ ଦେଖିଲେ ଲାଗେ, ସେହି ବସ୍ତାନିର ସରଳତା ଓ ସ୍ନେହ ଏବେ ମଧ୍ୟ…

ପ୍ରତିବାଦରେ ବାଧା

ଚଳିତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟରେ ଏକ ଅଦ୍ଭୁତ ବିତର୍କ ଦେଖିବାକୁ ମିଳିଥିଲା। ସରକାରଙ୍କୁ ପଚରାଯାଇଥିଲା, ପ୍ରତିବାଦ ପାଇଁ ଯନ୍ତରମନ୍ତର ଅଞ୍ଚଳକୁ ବ୍ୟବହାର କରିବାକୁ କାହିଁକି ବନ୍ଦ କରାଯାଉନାହିଁ।…

ଘର ଭାଙ୍ଗିଦେଇଛି ପ୍ରଶାସନ, ହସ୍ପିଟାଲରେ ମୃତଦେହ

ବଲାଙ୍ଗୀର,୯।୮(ବୀରେନ୍ଦ୍ର କୁମାର ଝାଙ୍କର): ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକର ତବଲବାଞ୍ଜି ଗାଁରେ ବିସ୍ଥାପନର ଏକ କରୁଣ ଚିତ୍ର ଲୋକଲୋଚନକୁ ଆସିଛି। ଦୁର୍ଘଟଣାରେ ଗୁରୁତର ଆହତ…

Mettle Meet 2026: ଆଜି ଗ୍ରାଣ୍ଡ୍‌ ଫିନାଲେ, ମୁହାଁମୁହିଁ ହେବେ ୮ ଲେଖାଏ ଟିମ୍‌

ଭୁବନେଶ୍ୱର,୯।୮(ବନ୍ଦନା ସେଠୀ/ସୁଚିସ୍ମିତା ସାହୁ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ଦଶମ ସଂସ୍କରଣ ‘ମେଟଲ୍‌ ମିଟ୍‌-୨୦୨୬’ ଆରମ୍ଭ ହୋଇଛି। ସ୍ୱସ୍ତି…

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri