ଦିଲ୍ଲୀରେ ବଢୁଛି କନ୍ଧମାଳ ତେନ୍ତୁଳିର କ୍ରେଜ୍‌: ଏତିକି ଟଙ୍କାରେ ହେଉଛି ବିକ୍ରି

ଦାରିଙ୍ଗବାଡି, ୧୬।୧୦(ଅରୁଣ ସାହୁ): ଦିଲ୍ଲୀ ପ୍ରଗତି ମୈଦାନରେ ଚାଲିଥିବା ବାଣିଜ୍ୟ ମେଳାରେ ଓଡିଶାରୁ ପ୍ରାୟ ୪୦ଟି ଷ୍ଟଲ ପଡିଛି। ସେଥିମଧ୍ୟରେ ମିଶନ ଶକ୍ତି ପକ୍ଷରୁ ପାରମ୍ପରିକ ଖାଦ୍ୟ କନ୍ଧମାଳର ଜୈବିକ କଞ୍ଚା, ଶୁଖିଲା ଓ ଗୁଣ୍ଡ ହଳଦୀ ସମେତ ତେନ୍ତୁଳି, ଭଜା ମୁଗଡାଲି ଆଦିର ଚାହିଦା ଅଧିକା ରହିଛି। ହଳଦୀଠାରୁ ତେନ୍ତୁଳିର ବିକ୍ରି ଅଧିକା ରହିଥିବା ମିଶନ ଶକ୍ତିର ମହିଳା ତଥା ଲକ୍ଷ୍ୟପତି ଦିଦି ଝରଣା ସାହୁ କହିଛନ୍ତି।

ଝରଣା କନ୍ଧମାଳ ଜିଲା ଦାରିଙ୍ଗବାଡିରୁ ଏହି ମେଳାରେ ଯୋଗଦେବାକୁ ଯାଇଛନ୍ତି। ତାଙ୍କୁ ସେଠି ପ୍ରଭାକର ସାହୁ ବିକ୍ରିବଟାରେ ସହାୟତା କରୁଥିବା ବେଳେ ପ୍ରଥମ ଦିନରେ ୧୧ ହଜାର ଟଙ୍କା ବିକ୍ରି ହୋଇଥିବାବେଳେ ଦିତୀୟଦିନ ଅର୍ଥାତ ଶୁକ୍ରବାର ୩୫ ହଜାର ଟଙ୍କା ବିକ୍ରି ହୋଇଛି। ସର୍ବାଧିକ ତେନ୍ତୁଳି ବିକ୍ରି ହେଉଛି। କନ୍ଧମାଳର ତେନ୍ତୁଳି ଅଧିକା ଖଟା ଓ ସୁସ୍ବାଦ ଯୋଗୁ ଦିଲ୍ଲୀବାସୀ ଏହି ତେନ୍ତୁଳିକୁ ଅଧିକା ପସନ୍ଦ କରୁଥିବା ଝରଣା କହିଛନ୍ତି।

ସେ କହିଛନ୍ତି, ଦାରିଙ୍ଗବାଡିରେ ତେନ୍ତୁଳି କିଲୋଗ୍ରାମ ପିଛା ୧୭୦ ରୁ ୨୦୦ ପର୍ଯ୍ୟନ୍ତ ବିକ୍ରି ହେଉଥିବାବେଳେ ଦିଲ୍ଲୀରେ ଏହାର ଦାମ ୩୦୦ ପର୍ଯ୍ୟନ୍ତ ବିକ୍ରି କରାଯାଉଛି। ସେହିପରି ହଳଦୀ ଗୁଣ୍ଡ ଦାରିଙ୍ଗବାଡିରେ ୧୭୦ରେ ବିକ୍ରି କରାଯାଉଥିବା ବେଳେ ଦିଲ୍ଲୀରେ ଏହାର ଦାମ ୩୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି। ସେହିପରି ଅନ୍ୟସାମଗ୍ରୀ ମଧ୍ୟରେ ଭଜା ଓ କଞ୍ଚା ମୁଗଡାଲି, ସୋରିଷ,ଗରମ ମସଲା, ତ୍ରିଫଳା, ଅଁଳା,ଫୁଲ ଝାଡୁ, ମୁଢି, ମାଣ୍ଡିଆ ଚୁନା, ଆଦି ବିକ୍ରି କରାଯାଉଛି।

ସୂଚନାଯୋଗ୍ୟ ଯେ, ସରକାରଙ୍କ ମିଶନ ଶକ୍ତିର ମହିଳା ମାନଙ୍କୁ ବିଭିନ୍ନ ମେଳାରେ ବିକ୍ରିବଟା କରିବାକୁ ସୁଯୋଗ ସୃଷ୍ଟି କରିବାରୁ ଏବେ ମହିଳାମାନେ ସ୍ବାବଲମ୍ବୀ ହେବା ସହ ଉଦ୍ୟୋଗୀ ହୋଇପାରୁଛନ୍ତି,ଯାହା ଏହି ଝରଣା ସାହୁଙ୍କ ସମେତ ଅନେକ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri