ଶୀତରେ ଥରୁଛି କନ୍ଧମାଳ

ଫୁଲବାଣୀ ଅଫିସ/ଜି.ଉଦୟଗିରି/
ଦାରିଙ୍ଗବାଡି(ଡି.ଏନ୍‌.ଏ.)୧୦ା୧୨: କନ୍ଧମାଳ ଜିଲା ଶୀତରେ ଥରୁଛି ା ଶୁକ୍ରବାର ଜି.ଉଦୟଗିରିରେ ପାରଦ ଖସି ୬ ଡିଗ୍ରୀରେ ପହଞ୍ଚିଥିବା ବେଳେ ଫୁଲବାଣୀରେ ୬.୬ ଡିଗ୍ରୀଓ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଛି। ପ୍ରବଳ ଶୀତ ସାଙ୍ଗକୁ କୁହୁଡିି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ା ଲୋକେ ସକାଳ ୯ଟା ପର୍ଯ୍ୟନ୍ତ ବାହାରକୁ ବାହାରି ପାରୁନାହାନ୍ତି। ଜିଲା ଜରୁରୀକାଳୀନ ବିଭାଗ ସୂଚନା ଅନୁସାରେ ଗୁରୁବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରହିଥିବା ବେଳେ ଗୋଟିଏ ଦିନରେ ପାରଦ୨.୫ ଡିଗ୍ରୀ କମିଛି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଥଣ୍ଡା ପ୍ରକୋପ ଅଧିକ ରହିଛି। ଗ୍ରାମାଞ୍ଚଳ ଲୋକେ ଥଣ୍ଡା ଯୋଗୁ ପନିପରିବା ବିକ୍ରି କରିବା ପାଇଁ ସକାଳୁ ସହରକୁ ଆସୁନାହାନ୍ତି। କୁହୁଡି ଦିନ ୧୦ ଟା ପର୍ଯ୍ୟନ୍ତ ଲାଗି ରହୁଛି ା ରାତିରେ ଥଣ୍ଡାରୁ ରକ୍ଷା ପାଇବା ଲୋକେ ନିଆଁ ଜାଳି ବସି ରହୁଛନ୍ତି। ଅନ୍ୟପକ୍ଷରେ ଥଣ୍ଡା ବଢିବା ଯୋଗୁ ଜିଲାର ବିଭିନ୍ନ ପଯର୍ର୍‌ୟଟନସ୍ଥଳୀକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବା ଦେଖାଯାଉଛି।