ପ୍ରବଳ ବର୍ଷାରେ ବୁଡ଼ିଗଲା କନ୍ଦରପୁର ଲେବଲ କ୍ରସିଂ ରାସ୍ତା, ଯାନବାହନ ଚଳାଚଳ ବନ୍ଦ

କଟକ ସଦର,୨୬ା୭(ସୁଶାନ୍ତ କୁମାର ଜେନା): କଟକ-ନୂଆଗାଁ ଜାତୀୟ ରାଜପଥ ନଂ ୫୫ର କନ୍ଦରପୁର ଲେବଲ କ୍ରସିଂ ନିକଟ ଅସ୍ଥାୟୀ ରାସ୍ତାଟି ଶନିବାର ରାତିର ଅବିଶ୍ରାନ୍ତ ବର୍ଷାରେ ବୁଡିଯାଇଛି। ଫଳରେ ଆଉ ସେହି ରାସ୍ତାରେ କୌଣସି ଯାନବାହନ ଚଳାଚଳ କରୁନାହିଁ। ବସ୍‌, ଟ୍ରକ୍‌ ଓ ହାଲୁକା ଯାନ ମାଛଗାଁ କେନାଲ ବନ୍ଧ ରାସ୍ତାରେ ଯିବା ଆସିବା କରି ବିରିବାଟି ନିକଟରେ ଏନ୍‌ଏଚ୍‌କୁ ଆସୁଛନ୍ତି। ଏହାଛଡ଼ା ପଲ୍ଲୀପଦା ବାଟେ ଦେଇ ଗାଡ଼ି ମୋଟର ଚଳାଚଳ କରୁଛି। କନ୍ଦରପୁର ଲେବଲ୍‌ କ୍ରସିଂ ନିକଟରେ ଓଭର ବ୍ରିଜ୍‌ କାମ ଚାଲିଥିବାରୁ ଗାଡ଼ି ଚଳାଚଳ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରିଥିଲେ ସୁଦ୍ଧା ବର୍ଷା ଜଳ ନିଷ୍କାସିତ ହୋଇ ପାରୁନାହିଁ। ଚଳିତ ବର୍ଷ ଏହି ଅସୁବିଧା ବର୍ଷସାରା ଲାଗି ରହିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily