କାନ୍ଧାହାର ପାଲଟିଛି ଯୁଦ୍ଧକ୍ଷେତ୍ର, ୨୦ ପ୍ରଦେଶରେ ମୁହାଁମୁହିଁ ସ୍ଥିତି…

କାବୁଲ,୨୯।୭: ଆଫଗାନିସ୍ତାନର ୨୦ଟି ପ୍ରଦେଶରେ ତାଲିବାନ ଆତଙ୍କବାଦୀ ଏବଂ ଆଫଗାନିସ୍ତାନ ସୈନ୍ୟ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଘଜନୀ, ତାଖର, ହେଲମାଣ୍ଡ ଏବଂ ବାଗଲାନ ପ୍ରଦେଶରେ ଗୃହଯୁଦ୍ଧ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ପୂର୍ବରୁ ତାଲିବାନର ଗଡ଼ କୁହାଯାଉଥିବା କାନ୍ଧାହାର ପ୍ରଦେଶ ଏବେ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି। ତାଲିବାନ ଆତଙ୍କବାଦୀ ଏବଂ ଆଫଗାନିସ୍ତାନ ସୈନ୍ୟ ମଧ୍ୟରେ ଯୁଦ୍ଧ ଯୋଗୁ ଜରବନ ଭୟରେ ହଜାର ହଜାର ଲୋକ କାନ୍ଧାହାର ଛାଡି ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ତାଲିବାନ ସମଗ୍ର ସହରକୁ ଘେରି ରହିଛି। ଉଭୟ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି।
ଟୋଲୋ ନ୍ୟୁଜ ଅନୁସାରେ, ମାଇମାନା ସହର ଉପରେ କେତେକ ରକେଟ ମାଡ଼ ହୋଇଛି। ସହରଟି ଫରିୟାବ ପ୍ରଦେଶର କେନ୍ଦ୍ର ସ୍ଥଳରେ ରହିଛି। ସୁରକ୍ଷା ଦୃଷ୍ଟିରୁ ହେରାଟ ପ୍ରଦେଶର ହେରାଟ ସହରରେ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଛିି। ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଫୱାଦ ଅମାନ କହିଛନ୍ତି ଯେ ତାଲିବାନ ବିରୋଧରେ ଆଫଗାନିସ୍ତାନ ସୈନ୍ୟବାହିନୀ ପକ୍ଷରୁ ଅକାଶରୁ ବୋମା ମାଡ଼ କରାଯିବା ସହିତ ସ୍ଥଳଭାଗରେ ପ୍ରତି ଆକ୍ରମଣ ଜାରି ରହିଛି।ଫଳରେ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସୈନ୍ୟମନେ ତାଲିବାନଙ୍କ କବଳରୁ ବିଭିନ୍ନ ଜିଲାକୁୁ ମୁକ୍ତ କରାଯିବା ଉଦ୍ୟମ କରାଯାଉଥିବା ସେ କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ଚାଇନା ବିପଦ

ନ୍ୟୁୟର୍କ, ୫।୩(ଆଇଏଏନ୍‌ଏସ୍‌):ଚାଇନାରୁ ଅନ୍ତର୍ଜାତୀୟ ବ୍ୟବସ୍ଥା ପ୍ରତି ବିପଦ ବଢ଼ୁଥିବାରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ହାଇ ଆଲର୍ଟ ଜାରି କରିଛନ୍ତି। ଏଥିସହିତ ସମଭାବାପନ୍ନ ଦେଶଗୁଡ଼ିକ ସହ...

ହାରିସ୍‌ଙ୍କୁ କରୋନା

ଓ୍ବାଶିଂଟନ୍‌, ୨୭ା୪: ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ତାଙ୍କ ପ୍ରେସ୍‌ ସେକ୍ରେଟାରୀ କ୍ରିଷ୍ଟେନ ଆଲେନ୍‌ ଏକ ବିବୃତିରେ ଜଣାଇଛନ୍ତି।...

ଆନ୍ଦୋଳନକାରୀଙ୍କ ଉପରେ ମାଡ଼ିଗଲା ସେନା ଟ୍ରକ୍‌

ୟାଙ୍ଗୁନ୍‌,୫।୧: ମ୍ୟାନ୍‌ମାର ସରକାରଙ୍କ ବିରୋଧରେ ୟାଙ୍ଗୁନ୍‌ ସହରରେ ରବିବାର ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଶୋଭାଯାତ୍ରା ଚାଲିଥିବା ବେଳେ ସୈନ୍ୟବାହିନୀର ଏକ ଟ୍ରକ୍‌ ମାଡ଼ିଯିବାରୁ ୩ ଜଣଙ୍କ ମୃତ୍ୟୁ...

କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ଉହାନ ହସ୍ପିଟାଲରେ ନିର୍ଦ୍ଦେଶକଙ୍କ ମୃତ୍ୟୁ

ବେଜିଂ,୧୮।୨: କରୋନା ଚାଇନା ସମେତ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ପ୍ରତିଦିନ ସେଠାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ...

ଖାଦ୍ୟ ଲାଳସାକୁ ନିୟନ୍ତ୍ରଣକରେ ମସ୍ତିଷ୍କ କୋଷିକା

ଲୋଓ୍ବା: ମିଠା ଏବଂ ସ୍ବାଦଯୁକ୍ତ ଖାଦ୍ୟପ୍ରତି କେତେକଙ୍କର ଅଧିକ ଲାଳସା ରହିଥାଏ। ତେବେ ଏଭଳି ଲାଳସାକୁ ମସ୍ତିଷ୍କର ଏକ ପ୍ରକାର କୋଷିକା ନିୟନ୍ତ୍ରିତ କରିଥାଏ। ଏସମ୍ପର୍କରେ...

ଆସନ୍ତାକାଲି ଘଟିବ ବଡ଼ଧରଣର ସୌର ବିସ୍ଫୋରଣ, ପୃଥିବୀ ପ୍ରତି ବିପଦ

ଓ୍ବାଶିଂଟନ,୩୦ା୩: ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ପୁଣି ଘଟିବ ସୌର ବିସ୍ଫୋରଣ। ଏହି ବିସ୍ଫୋରଣରେ ପୃଥିବୀରେ ଭୂ-ଚୁମ୍ବକୀୟ ଝଡ଼ ମାଡ଼ ହେବ । ନାସାର ଶକ୍ତିଶାଳୀ ସୋଲାର...

ଦୁଇବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କ ଟିକାକରଣରେ କ୍ୟୁବା ପ୍ରଥମ, ହେଲେ ମିଳିନି ଡବ୍ଲୁଏଚ୍‌ଓର ମଞ୍ଜୁରୀ

ହୱାନା,୭ ।୯: ସାରା ବିଶ୍ୱରେ କରୋନା ଭାଇରସକୁ ଦୂରେଇବା ପାଇଁ ଭ୍ୟାକ୍ସିନ ବା ଟିକାକରଣର ଅଭିଯାନ ଯୋର ସୋରରେ ଚାଲିଛି । ହେଲେ ଏପର୍ଯ୍ୟନ୍ତ ଛୋଟ...

ସଂଖ୍ୟାଗରିଷ୍ଠତା ହରାଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୪ା୯: ଆଗକୁ ବ୍ରେକ୍‌ଜିଟକୁ ନେଇ ଭୋଟ ହେବାକୁ ଥିବାବେଳେ କଞ୍ଜରଭେଟିଭ ପାର୍ଟିର ଜଣେ ବିଦ୍ରୋହୀ ଏମ୍‌ପି ମଙ୍ଗଳବାର ଲିବେରାଲ ଡେମୋକ୍ରାଟ୍ସ ପାର୍ଟିରେ ଯୋଗଦେବା ଫଳରେ ବ୍ରିଟେନ...

Advertisement
Archives

Model This Week