ନୀତିନ ଗଡକରୀଙ୍କ ଠାରୁ ୩ଗୁଣ ଅଧିକ ଧନୀ ସ୍ତ୍ରୀ କାଞ୍ଚନ, ରହିଛି ଏତେ କୋଟିର ସମ୍ପତ୍ତି

ନୂଆଦିଲ୍ଲୀ,୩୧।୩: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ନାଗପୁର ଲୋକ ସଭା ଆସନରୁ ଭାଜପା, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଟିକେଟ୍‌ ଦେଇଛି। ଗଡକରୀ ନାଗପୁର ୨ ୨ଥର ଏମପି ଭାବେ ନିର୍ବାଚିତ ହୋଇଛନ୍ତି। ଚଳିତ ନିର୍ବାଚନ ପାଇଁ ସେ ନିଜର ନାମାଙ୍କନ ପତ୍ର ଦାଖଲ କରି ସାରିଛନ୍ତି। ତାଙ୍କ ନାମାଙ୍କନ ପତ୍ର ଅନୁସାରେ ତାଙ୍କଠାରୁ ତାଙ୍କ ସ୍ତ୍ରୀ କାଞ୍ଚନ ଗଡକରୀଙ୍କ ପାଖରେ ଅଧିକ ସମ୍ପତ୍ତି ରହିଛି। ନୀତିନଙ୍କ ସମେତ ତାଙ୍କ ପରିବାର ପାଖରେ ମୋଟ ୨୮ କୋଟି ଟଙ୍କାର ସମ୍ପତ୍ତି ରହିଛି।

ଗଡକରୀଙ୍କ ଅନୁସାରେ ୨୦୨୨-୨୩ରେ ତାଙ୍କ ବାର୍ଷିକ ଆୟ ୧୩ଲକ୍ଷ ୮୪ହଜାର ଟଙ୍କା ଥିଲା। ଯେତେବେଳେ କି ତାଙ୍କ ସ୍ତ୍ରୀଙ୍କ ବାର୍ଷିକ ଆୟ ୪୦ଲକ୍ଷ ୬୨ହଜାର ଟଙ୍କା। ନୀତିନଙ୍କ ପାଖରେ ୧୨ ହଜାର ୩୦୦ ନଗଦ ଟଙ୍କା ଥିବାବେଳେ ତାଙ୍କ ସ୍ତ୍ରୀଙ୍କ ପାଖରେ ୧୪ହଜାର ୭୫୦ ନଗଦ ଟଙ୍କା ରହିଛି। ଦାଖଲ କରିଥିବା ସତ୍ୟପାଠ ଅନୁସାରେ ଗଡକରୀଙ୍କ ୨୧ଟି ବ୍ୟାଙ୍କ ଖାତାରେ ୪୯ଲକ୍ଷ ୬ହଜାର ଟଙ୍କା ଜମା ରହିଛି। ଆଉ କାଞ୍ଚନଙ୍କ ବ୍ୟାଙ୍କ ଖାତାରେ ୧୬ଲକ୍ଷ ୩ହଜାର ରହିଛି।

ନୀତିନ ଶେୟାର ମାର୍କେଟ ଓ ମ୍ୟୁଚୁଆଲ ଫଣ୍ଡରେ ୩୫ଲକ୍ଷ ୫୫ଟଙ୍କାର ନିବେଶ କରିଥିବାବେଳେ କାଞ୍ଚନ ୨୦ଲକ୍ଷ ୫୧ହଜାର ଟଙ୍କା ନିବେଶ କରିଛନ୍ତି। ଏହି ଦମ୍ପତିଙ୍କ ନାଁରେ ୩-୩ ଟି ବିଳାସପୂର୍ଣ୍ଣ ଗାଡି ରହିଛି। ନୀତିନଙ୍କ ପାଖରେ ଆମ୍ବାସଡର, ହୋଣ୍ଡା ଓ ଇସୁଜୁ ଡି ମ୍ୟାକ୍ସ ଥିବାବେଳେ କାଞ୍ଚନଙ୍କ ନାଁରେ ଇନୋଭା, ମହିନ୍ଦ୍ରା ଓ ଟାଟା ଇଣ୍ଟ୍ରା କାର ରହିଛି।

କାର୍‌ ଭଳି ନୀତିନ ସୁନାର ମଧ୍ୟ ସୌକିନ ଅଟନ୍ତି। ତାଙ୍କ ପାଖରେ ମୋଟ ୪୮୬ ଗ୍ରାମ ସୁନା ରହିଛି। ଯାହାର ମୂଲ୍ୟ ୩୧ଲକ୍ଷ ୮୮ହଜାର ଯଙ୍କା। କାଞ୍ଚନଙ୍କ ପାଖରେ ୩୬୮ ଗ୍ରାମ ସୁନା ଅଳଙ୍କାର ରହିଛି ଯାହାର ଦାମ୍‌ ୨୪ ଲକ୍ଷ ୧୩ହଜାର ଟଙ୍କା। ସେହିପରି ନୀତିନଙ୍କ ପାଖରେ ୧୫.୭୪ ଏକରର ଚାଷଜମି ରହିଛି। ଯାହାର ଦାମ୍‌ ୧କୋଟି ୫୭ ଲକ୍ଷ ଟଙ୍କା। ନାଗପୁର ଓ ମୁମ୍ବାଇକୁ ମିଶାଇ ତାଙ୍କ ପାଖରେ ମୋଟ ୭ଟି ଘର ରହିଛି। । ମୁମ୍ବାଇରେ ଦୁଇଟି କୋଠା ରହିଛି ଯାହାର ଦାମ୍‌ ୪କୋଟି ୭୫ଲକ୍ଷ ଟଙ୍କା।

 

Share