ବିଧାୟକଙ୍କୁ କନକବର୍ଦ୍ଧନଙ୍କ ଖୋଲା ଚ୍ୟାଲେଞ୍ଜ

ବଲାଙ୍ଗୀର, ୧୮ା୭ (ବୀରେନ୍ଦ୍ର କୁମାର ଝାଙ୍କର): ପାଟଣାଗଡ଼ର ପୂର୍ବତନ ବିଧାୟକ ତଥା ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ସିଂଦେଓଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ତଥ୍ୟ ମୁତାବକ ଏକ ସଭାରେ କନକ ବର୍ଦ୍ଧନ ପାଟଣାଗଡ଼ ବିଧାୟକଙ୍କ ବିରୋଧରେ ଗର୍ଜୁଛନ୍ତିି। ଯଦି ବିଧାୟକଙ୍କ ସଦ୍‌ସାହସ ଅଛି ତେବେ ଜନସାଧାରଣଙ୍କ ସମ୍ମୁଖରେ ତାଙ୍କର ରିପୋର୍ଟ କାର୍ଡ ଦିଅନ୍ତୁ। ଭାଜପା କ’ଣ କରିଛି ତାର ରିପୋର୍ଟ କାର୍ଡ ଦିଆଯିବ। ଏଭଳିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରି ସେ କହିଥିଲେ, ଏକ ଖୋଲାମଞ୍ଚର ଆୟୋଜନ କରନ୍ତୁ ସେଠାରେ ବିଧାୟକ ଆସି ଠିଆ ହୋଇଯିବା ପାଇଁ ଯଦି ରାଜି ହୋଇଯିବେ ତେବେ ସେ ତାଙ୍କର ଅଧାନିଶ କାଟି ବୁଲିବେ। ନଚେତ୍‌ ବିଧାୟକ ନାଣ୍ଡୁ ହୋଇ ବୁଲିବେ କି ବୋଲି ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି। କୌଣସି କାମ ନ କରି ଅନ୍ୟଲୋକଙ୍କ କାମକୁ ନିଜର କରି ଦେଖାଇବା ହେଉଛି ଏବର ପାଟଣାଗଡ଼ ବିଧାୟକଙ୍କ କାମ ବୋଲି ସେ କହୁଥିବା ଦେଖାଯାଇଛି। କନକବର୍ଦ୍ଧନଙ୍କ ଉକ୍ତ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଆଲୋଚନାର ବିଷୟ ପାଲଟିଛି। ମାତ୍ର ଏସମ୍ପର୍କରେ ପାଟଣାଗଡ଼ ବିଧାୟକ କିମ୍ବା ତାଙ୍କ ଦଳର କୌଣସି ବ୍ୟକ୍ତି କୌଣସି ପ୍ରତିକ୍ରିୟା ଦେଇ ନ ଥିବା ଜଣାପଡିଛି।