କାମ୍ପା ଅର୍ଥ ଆସିନାହିଁ, ଶ୍ରମିକ ହଟହଟା

ଭଞ୍ଜନଗର,୨୨ା୫(ଡି.ଏନ୍‌.ଏ.): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କାର୍ଯ୍ୟାଳୟ କୋଠା ବ୍ରିଟିଶ ଶାସନ ସମୟରେ ନିର୍ମିତ ହୋଇଥିଲା। ବର୍ତ୍ତମାନ ତାହା ଭଗ୍ନ ଅବସ୍ଥାକୁ ଚାଲିଆସିଲାଣି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଯୋଗୁ କେଉଁ ମୁହୂର୍ତ୍ତରେ ଉକ୍ତ କୋଠା ଭୁଶୁଡ଼ି ପଡ଼ିବା ସମ୍ଭାବନା ରହିଛି। ବିଭିନ୍ନ ସମୟରେ ଉକ୍ତ କୋଠାର ସମ୍ମୁଖ ଭାଗ ଏବଂ ରୁମ୍‌ ଭିତର ମରାମତି କରାଯାଉଛି। କିନ୍ତୁ କୋଠାର ପଛପଟ କାନ୍ଥର ମରାମତି ପ୍ରତି ଧ୍ୟାନ ଦିଆଯାଉନାହିଁ । ତେଣୁ କୋଠାର ପଛ ଭାଗ ଜଙ୍ଗଲ ହୋଇଗଲାଣି। ପାଣି ଟାଙ୍କି ଉପରେ ଲଟା ବୁଦା ହୋଇଗଲାଣି। ଏଥିସହ କାନ୍ଥର ବିଭିନ୍ନ ସ୍ଥାନରେ ବର, ଓସ୍ତ ସମେତ ଅନ୍ୟାନ୍ୟ ଗଛ ହୋଇଗଲାଣି। ଗଛଗୁଡ଼ିକୁ ବାହାର କରିବାକୁ କାହାର ଆଗ୍ରହ ନାହିଁ। କିଛି ଦିନ ପୂର୍ବେ ଡିଏଫ୍‌ଓଙ୍କ ରୁମ୍‌କୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଚକାଚକ କରାଯାଇଥିଲା। ଏହାପରେ ଛୋଟିଆ ଉଦ୍‌ଘାଟନ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା। କିନ୍ତୁ ପଛପଟ ପ୍ରତି ଧ୍ୟାନ ଦିଆଯାଇ ନ ଥିଲା। ତେଣୁ ଉକ୍ତ କୋଠାର ସ୍ଥାୟିତ୍ୱ ପ୍ରତି ବିପଦ ଦେଖାଦେଇଛି। ଉକ୍ତ କୋଠାକୁ ଭାଙ୍ଗି ସେଠାରେ ନୂତନ କୋଠା ନିର୍ମାଣ କରାଯାଉା ନଚେତ ୱାର୍କିଂ ପ୍ଲାନ୍‌ ଅଫିସରଙ୍କ ପାଇଁ ସୂଚନା କେନ୍ଦ୍ର ସମ୍ମୁଖରେ ଥିବା ବିରାଟ କୋଠାଟି ବହୁବର୍ଷ ହେବ ଖାଲି ପଡ଼ିଥିବା ବେଳେ ତାହାକୁ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯାଉ। ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି ହୋଇଛି। ଅପରପକ୍ଷେ ବନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅର୍ଥ ମଧ୍ୟ ନିର୍ଦ୍ଧାରିତ ସମୟରେ ଆସୁନାହିଁ। ତେଣୁ ଶ୍ରମିକମାନେ ବେଳେବେଳେ ୬ମାସ ପର୍ଯ୍ୟନ୍ତ ପାରିଶ୍ରମିକ ପାଇପାରୁନାହାନ୍ତି। ଗତବର୍ଷ କାମ୍ପା ଯୋଜନାରେ ୧୮ ମାସିଆ ଚାରା ଉପତ୍ାଦନ କରାଯାଇଥିଲା। ଚଳିତ ବର୍ଷ ଉକ୍ତ ଚାରାଗୁଡ଼ିକ ରୋପଣ କରାଯିବା ସହ ଲୋକଙ୍କୁ ମଧ୍ୟ ବଣ୍ଟନ କରାଯିବ। ଉକ୍ତ ଚାରା ଉପତ୍ାଦନ ପାଇଁ ଖର୍ଚ୍ଚ ହୋଇଥିବା ପ୍ରାୟ ୪୦ ଲକ୍ଷ ଟଙ୍କା ବର୍ତ୍ତମାନ ସୁଦ୍ଧା ଆସିନାହିଁ। ଉକ୍ତ ଯୋଜନାରେ କାମ କରିଥିବା ଶ୍ରମିକମାନଙ୍କୁ ପାରିଶ୍ରମିକ ପ୍ରଦାନରେ ଅସୁବିଧା ହେଉଛି, ଯାହାକୁ ନେଇ ଶ୍ରମିକମାନଙ୍କ ମଧ୍ୟରେ ବିଭିନ୍ନ ସମୟରେ ଅସନ୍ତୋଷ ପ୍ରକାଶ ପାଉଛି। ଫଳରେ କର୍ମଚାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟର ଅନ୍ୟ ବନଖଣ୍ଡରେ କାମ୍ପା ଯୋଜନାରେ ହୋଇଥିବା ଚାରା ଉପତ୍ାଦନ ଅର୍ଥ ଆସିନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି ହୋଇଛି। ଏ ନେଇ ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, କାମ୍ପା ଯୋଜନାରେ ଟଙ୍କା ଆସି ନ ଥିବାରୁ ଶ୍ରମିକମାନଙ୍କୁ ନିର୍ଦ୍ଧାରିତ ସମୟରେ ପାରିଶ୍ରମିକ ପ୍ରଦାନ କରାଯାଇପାରୁନାହିଁ। ଯେତେବେଳେ ଟଙ୍କା ଆସୁଛି ପ୍ରଦାନ କରାଯାଉଛି। ଶ୍ରମିକମାନେ ବକେୟା ପାରିଶ୍ରମିକକୁ ନେଇ ଅସନ୍ତୋଷ ପ୍ରକାଶ କଲେ ବାଧ୍ୟହୋଇ ସେମାନଙ୍କୁ କାର୍ଯ୍ୟରୁ ବାହାର କରିଦେବୁ। ରେଞ୍ଜରଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଶ୍ରମିକନେତା ତଥା ଆଇନଜୀବୀ ଗୋପାଳ କୃଷ୍ଣ ବିଷୋୟୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଗୋଟିଏ ପରିବାର ଭୋକରେ ରହୁଥିବା ବେଳେ ସେମାନଙ୍କୁ ମାସ ମାସ ଧରି ପାରିଶ୍ରମିକ ପ୍ରଦାନ କରାଯାଉନାହିଁ। ପାରିଶ୍ରମିକ କଥା ଉଠିଲେ ଓଲଟା କାର୍ଯ୍ୟରୁ ଛଟେଇ ପାଇଁ ଧମକ ଦିଆଯାଉଛି। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଯଦି
କୌଣସି ଶ୍ରମିକଙ୍କୁ ଛଟେଇ କରାଯାଏ ତେବେ ଶ୍ରମିକମାନେ ବାଧ୍ୟହୋଇ ଆନ୍ଦୋଳନ ପନ୍ଥା ଅପଣାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିଗପହଣ୍ଡିରେ ‘ଆସ ସ୍କୁଲ ଯିବା’ ସଚେତନତା ସଭା ଅନୁଷ୍ଠିତ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ପରିମଳ କର୍ମଚାରୀଙ୍କ ଅନର୍ଦ୍ଦିିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ

କବିସୂର୍ଯ୍ୟନଗର,୨୨ା୧୨(କୃପାସିନ୍ଧୁ ସ୍ୱାଇଁ): ୧୦ ମାସର ବକେୟା ଦରମା ପ୍ରଦାନ ଓ ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଦାବିନେଇ କବିସୂର୍ଯନଗର ଏନ୍‌ଏସିର ପରିମଳ କର୍ମଚାରୀମାନେ ଅନର୍ଦ୍ଦିିଷ୍ଟ କାଳ ପାଇଁ...

ଅତିଷ୍ଠ ହେଉଛି ସାମାଜିକ ବାସନ୍ଦ: ପରିବାର ସହ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଲେ ଯୁବକ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ସୋମବାର ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟଠାରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri