‘କଳିଯୁଗର କୃଷ୍ଣ’: ଏହି କୁନି ପିଲାର ଗୋଟିଏ ଡାକରେ ଧାଇଁ ଆସୁଛନ୍ତି ଶହ ଶହ ଗାଈ, Video  ଦେଖିଲେ ଟାଙ୍କୁରି ଉଠିବ ଲୋମ… 

ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ଗୋପାଳ ଭାବେ ଲୀଳା କରିଥିଲେ। ତାଙ୍କର ଗୋଟିଏ ଡାକରେ ଗାଈମାନେ ଧାଇଁ ଆସୁଥିଲେ। ସେ ବଇଁଶି ବଜାଇ ସମସ୍ତଙ୍କ ମନ ମୋହୁଥିଲେ।ଏବେ କଳିଯୁଗରେ ମଧ୍ୟ ସେଭଳି ଏକ ଦୃଶ୍ୟ ଲୋକଙ୍କୁ ଅଭିଭୂତ କରୁଛି। ପିଲାର ଡାକରେ ଶହ ଶହ ଗାଈ ଧାଇଁ ଆସୁଛନ୍ତି। ଏଣୁ ଲୋକମାନେ ତାଙ୍କୁ “କଳିଯୁଗର କୃଷ୍ଣ” ବୋଲି କହୁଛନ୍ତି।
ପିଲାଟି କାନ୍ଧରେ ପକାଇଛି ଗାମୁଛା। ହାତରେ ବାଡ଼ି ଧରି ଗାଈମାନଙ୍କ ପଛରେ ଦୌଡୁଛି। ସେମାନଙ୍କୁ ସେମାନଙ୍କ ନାମ ଧରି ଡାକୁଛି। ତାଙ୍କର ଏକ ଭିଡିଓକୁ @shauryabjym ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାକୁ ୩.୬୯ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି।
ଲୋକମାନେ ପିଲାଟିର ଗାଈ ପ୍ରତି ଭଲପାଇବା ଏବଂ ତାର ଆଶ୍ଚର୍ଯ୍ୟଜନକ ଦକ୍ଷତାକୁ ପ୍ରଶଂସା କରୁଛନ୍ତି। ଏମିତି ଲାଗୁଛି ଯେପରି ଗାଈମାନେ ତାଙ୍କ ଡାକ ବୁଝିପାରୁଛନ୍ତି। ତାଙ୍କର ଗୋଟିଏ ଡାକରେ ସେମାନେ ଚାଲି ଆସୁଛନ୍ତି। ଅନ୍ୟ ଗାଈମାନେ ସମାନ ଭାବରେ ତାଙ୍କ କଥା ଶୁଣୁଛନ୍ତି।
ଦେଖନ୍ତୁ ଭିଡିଓ:

ଏହି ଭିଡିଓରେ ପିଲାଟିର ନାମ କିରଣ ବୋଲି ଜଣାପଡ଼ିଛି। ଭିଡିଓକୁ ଶେୟାର କରିବା ବେଳେ କ୍ୟାପସନରେ ଲେଖା ଅଛି, “ଆଜି ଫେସବୁକରେ ଗୁଜୁରାଟର ଏକ କୁନି ବାଳକ ଭାଇରାଲ ହେଉଛନ୍ତି। ଗାଈ ପ୍ରତି ତାଙ୍କର ପ୍ରେମ ଦେଖି ଲୋକମାନେ ତାଙ୍କୁ “କଳିଯୁଗର କୃଷ୍ଣ” ବୋଲି ଡାକୁଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଏହି ୩ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କଲେ ଶାହା: ଜାଣନ୍ତୁ ଭିତିରି କଥା

ଭୁବନେଶ୍ୱର,୭ା୩(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଳମ୍ବିତ ସାରେ ନୂଆଦିଲ୍ଲୀ ଫେରିଯାଇଛନ୍ତି। ଶାହା ତାଙ୍କ ଗସ୍ତ କାଳରେ ବିଭିନ୍ନ ସରକାରୀ…

ଓଡ଼ିଶାକୁ ନେଇ ଏମିତି କହିଦେଲେ ଅମିତ ଶାହା: ଦେଖୁଦେଖୁ…

ପାରାଦୀପ,୭।୩ (ଶରତ ରାଉତ):୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ଇଫ୍‌କୋ ଯେତେବେଳେ ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା, ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର…

ଭାରତ ବିପକ୍ଷ ଫାଇନାଲ ମ୍ୟାଚ ପୂର୍ବରୁ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ବିସ୍ଫୋରକ ବୟାନ, ବୁମ୍‌ରାଙ୍କୁ ନେଇ କହିଲେ ଆଶ୍ଚର୍ଯ୍ୟଜନକ କଥା

ନୂଆଦିଲ୍ଲୀ,୭।୩: ୨୦୨୬ ଟି୨୦ ବିଶ୍ୱକପ ଫାଇନାଲ ଏକ ରୋମାଞ୍ଚକର ମୁକାବିଲା ହେବାକୁ ଯାଉଛି। ସେମିଫାଇନାଲରେ ଏକ ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଟାଇଟଲଠାରୁ ମାତ୍ର ଗୋଟିଏ…

ବୃହତ୍‌ ବିଜୟ ଦିଗରେ ଆର୍‌ଏସ୍‌ପି: ୬ ମାସ ପରେ…

କାଠମାଣ୍ଡୁ,୭ା୩(ପି.ଟି.):ଗତବର୍ଷ ସେପ୍ଟେମ୍ବରରେ ନେପାଳରେ ହିଂସାତ୍ମକ ଜେନ୍‌ ଜି ଆନ୍ଦୋଳନ ଯୋଗୁ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରର ପତନ ଘଟିଥିଲା। ଏହାର ୬ ମାସ ପରେ…

ଜଣ୍ଡିସ୍‌ରେ ୬ ସ୍କୁଲ ପିଲା ଆକ୍ରାନ୍ତ

ଖଇରା,୭।୩(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ୍‌ ଝିଙ୍କିରିଆ ପଞ୍ଚାୟତ ଅଧୀନ ଅରଖପଦା ଗଁାରେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ପ୍ରଥମେ ଅରଖପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬…

ବେକରେ ଧୋତି ବାନ୍ଧି ଝୁଲିପଡ଼ିଲେ ଜେଲ ଓ୍ବାର୍ଡର

ଭୁବନେଶ୍ୱର,୭ା୩(ତ୍ରିନାଥ ମହାନ୍ତି):ଝାରପଡ଼ା ଜେଲ ପରିସର ସରକାରୀ କ୍ୱାର୍ଟର୍ସରେ ଜଣେ ଜେଲ ଓ୍ବାର୍ଡର ବେକରେ ଧୋତି ବାନ୍ଧି ଫ୍ୟାନ୍‌ରେ ଝୁଲି ଆମତ୍ହତ୍ୟା କରିଛନ୍ତି। ମୃତ ଓ୍ବାର୍ଡର ଜଣକ ହେଲେ…

ଇରାନ୍‌ର ଆତ୍ମସମର୍ପଣ ଲୋଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ୍‌/ଦୁବାଇ,୭ା୩: ଇରାନ୍‌ ବିରୋଧୀ ଯୁଦ୍ଧ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶୁକ୍ରବାର ଇରାନ୍‌ର ନିଃସର୍ତ୍ତ ଆତ୍ମସମର୍ପଣ ଦାବି କରିଛନ୍ତି। ତେହରାନ୍‌ ଆତ୍ମସମର୍ପଣ…

ନୂତନ ପ୍ରଜାତିର ଆମ୍ଫିପୋଡ ଚିହ୍ନଟ: ପ୍ରଥମ ଥର…

ବ୍ରହ୍ମପୁର,୭ା୩(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ପ୍ରଜାତିର ଉଭୟଚର ପ୍ରାଣୀ ଛୋଟ ଚିଙ୍ଗୁଡ଼ି ଆମ୍ଫିପୋଡ ଚିହ୍ନଟ ହୋଇଛି। ଗତ ଅକ୍ଟୋବରରେ ବିଶ୍ୱବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri