କଲ୍ୟାଣ ମଣ୍ଡପ ଏବେ ଅସ୍ଥାୟୀ ଗଞ୍ଜାମ ଏନ୍‌ଏସି କାର୍ଯ୍ୟାଳୟ

ଗଞ୍ଜାମ,୨୩।୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ ବଜାର ସ୍ଥିତ ଏନ୍‌ଏସି (NAC) କାର୍ଯ୍ୟାଳୟ ଏବେ କଲ୍ୟାଣୀ ମଣ୍ଡପକୁ ସ୍ଥାନାନ୍ତରିତ ହେବାକୁ ଯାଉଛି। ପୁରୁଣା କାର୍ଯ୍ୟାଳୟ ଗୃହକୁ ଭାଙ୍ଗି ସେଠାରେ ଏକ ନୂତନ ତଥା ଅତ୍ୟାଧୁନିକ ବିଲଡିଂ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।
ଏହି ନୂତନ ପ୍ରକଳ୍ପ ପାଇଁ ଏନଏସି କାଉନ୍‌ସିଲର ବୈଠକରେ ପୂର୍ବରୁ ପ୍ରସ୍ତାବ ଗୃହିତ ହୋଇଥିଲା। ଏହି ନିର୍ମାଣ କାର୍ଯ୍ୟ ପାଇଁ ମୋଟ ୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଟଙ୍କା ବ୍ୟୟ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ୩ କୋଟି ଟଙ୍କାରେ ଆନୁସଙ୍ଗିକ ବ୍ୟବସ୍ଥା ସହ ଅତ୍ୟାଧୁନିକ ସୁବିଧା ସୁଯୋଗ ସମ୍ପନ୍ନ ଗୃହ ନିର୍ମାଣ ହେବ।
ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ (EO) ଅପର୍ଣ୍ଣା ଡାଙ୍ଗୁଆଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ଅଫିସର ଆସବାବପତ୍ର, ଚେୟାର, ବେଞ୍ଚ ଏବଂ ଗଡ଼ରେଜ ଆଦିକୁ ଟ୍ରାକ୍ଟର ସାହାଯ୍ୟରେ କଲ୍ୟାଣୀ ମଣ୍ଡପକୁ ସ୍ଥାନାନ୍ତର କରାଯାଉଛି। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ସମସ୍ତ ଅଧିକାରୀ ସେଠାରେ ବସି ସରକାରୀ କାର୍ଯ୍ୟ ସମ୍ପାଦନ କରିବେ।

ଅନ୍ୟପଟେ, ଜିଲାର ଅନ୍ୟାନ୍ୟ ଏନ୍‌ଏସି ଗୁଡ଼ିକ ତୁଳନାରେ ଗଞ୍ଜାମ ଏନଏସି ବିକାଶ କ୍ଷେତ୍ରରେ ପଛରେ ପଡ଼ିଥିବା ଚର୍ଚ୍ଚା ହେଉଛି। ଜିଲାର ଅଧିକାଂଶ ଏନଏସିରେ ନୂତନ ବିଲଡିଂ ଏବଂ ରୋଡ ଡିଭାଇଡରରେ ଆଲୋକୀକରଣ ବ୍ୟବସ୍ଥା ହୋଇସାରିଥିବା ବେଳେ

Dharitri – Odisha’s No.1 Odia Daily

Share