ଗାଁରେ ବୁଲୁଛି କଲରାପତରିଆ

ପାପଡ଼ାହାଣ୍ଡି/ମଇଦଲପୁର,୯।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଗାଦବାକତରା ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ଦୁଇଦିନ ମଧ୍ୟରେ ଗ୍ରାମର ତିନି ଜଣଙ୍କ ଗୁହାଳରୁ ତିନୋଟି ବାଛୁରୀ ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଏବେ ଗ୍ରାମରେ ଭୟର ବାତାବରଣ। ସନ୍ଧ୍ୟା ହେଲେ ଘରର ତାଟିକବାଟ ଦେଇ ଲୋକେ ରହୁଛନ୍ତି। ଖବର ପାଇ ମଇଦଲପୁର ବନ ବିଭାଗର ଏକ ଟିମ୍‌ ସୋମବାର ସେଠାରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।
ଗ୍ରାମର ନରହରି ହରିଜନଙ୍କ ବାଛୁରୀ ୬ ତାରିଖ ରାତିରେ ନିଖୋଜ ହୋଇଯାଇଥିଲା। ଚାରିଆଡ଼େ ଖୋଜାଖୋଜି କରିବା ପରେ ବାଛୁରୀର କିଛି ଦେହାବଶେଷ ପାଇଥିଲେ। ଲୋକେ ବାଘ ସନ୍ଦେହକରି ବନ ବିଭାଗକୁ ଖବର ଦେଇଥିଲେ। ରବିବାର ରାତି ୧୦.୩୦ଟାରେ ହରିହର ସାହୁ ଓ ପୂର୍ଣ୍ଣ ନାୟକ ଏକ ଜରୁରୀ କାମରେ ତୁମ୍ଭର୍ଲା ଯାଇ ଫେରିବା ସମୟରେ ଗ୍ରାମ ନିକଟ ପୋଲ ପାଖରେ କଲରାପତରିଆ ବାଘ ବସିଥିବା ଦେଖିଥିଲେ। ଦୁହେଁ ଗ୍ରାମବାସୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ସମସ୍ତେ ଏକାଠି ହୋଇ ସେଠାରେ ପାଟି କରିବାରୁ ବାଘଟି ଜଙ୍ଗଲକୁ ଚାଲିଯାଇଥିଲା ବୋଲି ଗ୍ରାମବାସୀ କହିଛନ୍ତି। ଉକ୍ତ ରାତିରେ ଦୁର୍ଯ୍ୟୋଧନ ହରିଜନ ଓ ଲାଇବାନ ହରିଜନଙ୍କ ଗୋଟିଏ ଲେଖାଏ ବାଛୁରୀ ପୁଣି ଗୁହାଳରୁ ଉଭାନ ହୋଇଯାଇଥିଲା। ଖୋଜାଖୋଜି କରିବା ପରେ ସେମାନଙ୍କ ମୁଣ୍ଡ ଓ ଗୋଡ଼ ମିଳିଥିଲା। ଖବରପାଇ ଡାବୁଗାଁ ରେଞ୍ଜର ସୁମତି ଗମାଙ୍ଗ, ଫରେଷ୍ଟର ଉମାକାନ୍ତ ପଟ୍ଟନାୟକ ଓ କର୍ମଚାରୀ ଗାଁରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ବାଛୁରୀଗୁଡ଼ିକର ଦେହାବଶେଷକୁ ପୋତାଯାଇଛି। ଗାଁର ଏକ ଜମିରେ ବାଘର ପାଦଚି଼ହ୍ନ ଦେଖିବାକୁ ମିଳିଛି। ସୋମବାର ସନ୍ଧ୍ୟାରେ ମଧ୍ୟ ପାଣି ଟାଙ୍କି ପାଖ ଆମ୍ବ ଜଙ୍ଗଲରେ ବାଘଟି ଦେଖିବାକୁ ମିଳିଛି। ଗ୍ରାମବାସୀ ଠେଙ୍ଗା ବାଡ଼ି ଧରି ଜଗି ବସିଛନ୍ତି। ଗାଁରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ଚାଲିଛି। ଲୋକେ ଆତଙ୍କିତ ନ ହେବାକୁ ଫରେଷ୍ଟର ଉମାକାନ୍ତ ପଟ୍ଟନାୟକ କହିଛନ୍ତି। ଗାଁକୁ ଅଧିକ ସଂଖ୍ୟକ କର୍ମଚାରୀ ପଠାଯିବ ବୋଲି ଡିଏଫ୍‌ଓ ମକର ଧନଜୀ ରାଓସୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri