କଳ୍ପନା, ବବ୍‌ଲି ହତ୍ୟାକାଣ୍ଡ: ଆଜି ପ୍ରକାଶ ପାଇବ ରାୟ

ଝାରସୁଗୁଡ଼ା ଅଫିସ,୨।୪: ବହୁଚର୍ଚ୍ଚିତ ମା’ ଝିଅ କଳ୍ପନା ଓ ବବ୍‌ଲି ହତ୍ୟାକାଣ୍ଡ ମାମଲାରେ ଛନ୍ଦି ହୋଇଥିବା ପୂର୍ବତନ ବିଧାୟକ ଅନୁପ ସାଏ ୨ ବର୍ଷ ହେଲା ଜେଲରେ ଅଛନ୍ତି। ତେବେ ଶନିବାର ଏହି ଘଟଣାର ରାୟ ପ୍ରକାଶ ପାଇବ। ରାୟଗଡ଼ ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ଉକ୍ତ ମାମଲାର ରାୟ ପ୍ରକାଶ ପାଇବ ।
ସୂଚନାଯୋଗ୍ୟ, ଛତିଶଗଡ଼ ଚକ୍ରଧର ନଗର ଥାନା ଅଞ୍ଚଳରେ ୨୦୨୦ ଫେବୃୟାରୀ ୧୩ ତାରିଖରେ ଏହି ଡବଲ ମର୍ଡର ଘଟଣା ଘଟିଥିଲା। ମାମଲାରେ ଛନ୍ଦି ହୋଇ ପୂର୍ବତନ ବିଧାୟକ ୨ ବର୍ଷ ତଳୁ ଜେଲରେ ଅଛନ୍ତି। ପୋଲିସ ପ୍ରଥମେ ଅନୁପଙ୍କୁ ନିଜ ହେପାଜତକୁ ନେବା ପରେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ପ୍ରମୁଖ ସହଯୋଗୀ ଭାବେ ଗିରଫ କରିଥିଲା। ଦୁଇମାସ ତଳେ ବର୍ଦ୍ଧନ ଟପ୍ପୋଙ୍କୁ ହାଇକୋର୍ଟରୁ ଜାମିନ ମଞ୍ଜୁର ହୋଇଛି । ଏବେ ଏହି ମାମଲାର ରାୟ ପ୍ରକାଶ ପାଇବ।