ରିଲିଜ୍‌ ହେଲା ବହୁ ପ୍ରତିକ୍ଷିତ ”କଳ୍‌କୀ ୨୮୯୮ ଏଡି”; ଜବରଦସ୍ତ ଭିଏଫଏକ୍ସ ସାଙ୍ଗକୁ ଦେଖିବାକୁ ମିଳିଲା ବିଗ୍‌ ବି’ ଅମିତାଭଙ୍କ ଧମାଲ୍‌

ମୁମ୍ବାଇ,୨୭।୬: ବଡ଼ ପରଦାକୁ ଆସିଛି ବହୁ ପ୍ରତିକ୍ଷିତ ସିନେମା ”କଳ୍‌କୀ ୨୮୯୮ ଏଡି”। ପ୍ରଥମ ଶୋ’ରୁ ହିଁ ସିନେମାକୁ ଭଲ ପ୍ରତିକ୍ରିୟା ମିଳିଛି। ଗୁରୁବାର ଭୋରୁ ଭୋରୁ ବହୁ ସହରରେ ପ୍ରଥମ ଶୋ’ ଆରମ୍ଭ ହୋଇଯାଇଥିଲା ବେଳେ ଦିନ ଗଡ଼ିବା ସହିତ ସିନେମାର ପ୍ରଶଂସା ବଢ଼ିବାରେ ଲାଗିଛି।

ସିନେମାରେ ପ୍ରମୁଖ ଭୂମିକାରେ ପ୍ରଭାସ, ଅମିତାଭ ବଚ୍ଚନ, ଦୀପିକା ପାଦୁକନ ଆଦି ଅଭିନୟ କରିଛନ୍ତି। ପୂର୍ବପରି ପ୍ରଭାସ ତାଙ୍କ ଚିରାଚରିତ ରିବେଲ ଷ୍ଟାର ଭୂମିକାରେ ନଜର ଆସିଥିଲା ବେଳେ ବିଗ୍‌ ବି’ ଅମିତାଭ ତାଙ୍କର ବଳିଷ୍ଠ ଅଭିନୟ ବଳରେ ସିନେମାରେ ଜୀବନ୍ତ କରିଛନ୍ତି। ସେହିପରି ସିନେମାର ମୁଖ୍ୟ ଅଭିନେତ୍ରୀ ଦୀପିକା ମଧ୍ୟ ତାଙ୍କର ଅଭିନୟର ଯାଦୁ ଦେଖାଇଛନ୍ତି।

କଳ୍‌କୀ ୨୮୯୮ ଏଡି ମହାଭାରତ ଯୁଦ୍ଧର ପରବର୍ତ୍ତୀ ମୁହୂର୍ତ୍ତରୁ ଆରମ୍ଭ ହୋଇଛି। ଯେତେବେଳେ ଭଗବାନ କୃଷ୍ଣ ଅଶ୍ୱଥମାଙ୍କୁ ଅମର ହେବାକୁ ଅଭିଶାପ ଦେଇଥିଲେ। ଯାହାକୁ ଭିତ୍ତି କରି ସିନେମାର କାଳ୍ପନିକ ଗତିପଥକୁ ଆଗକୁ ବଢିଛି। ସିନେମାର କାହାଣୀ ଅପେକ୍ଷା ଏତିରେ ଦେଖାଯାଇଥିବା ଭିଜୁଆଲ ଗ୍ରାଫିକ୍ସ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି। ଯାହାକୁ ସିନେମାର ବ୍ୟାକଗ୍ରାଉଣ୍ଡ ସଂଗୀତ ଆଉ ଟିକିଏ ଜୀବନ୍ତ କରିଛି।

ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ଦିଶା ପାଟାନି, କମଲ ହାସନ, ଶୋଭନା ଏବଂ ବିଜୟ ଦେବରକୋଣ୍ଡା, ମୃଣାଳ ଠାକୁର, ଦିଲକର ସଲମାନ, ଏସଏସ ରଜାମୋୖଲି, ରାମ ଗୋପାଳ ବର୍ମା ଆଦିଙ୍କୁ ଅତିଥି କଳାକାର ଭୂମିକାରେ ଦେଖବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri