କୁଲାଡ ରଥଯାତ୍ରା ପ୍ରସ୍ତୁତି ବୈଠକ: ସମନ୍ବୟ ରକ୍ଷା କରି ଯାତ୍ରାକୁ ସଫଳ କରାଯିବ

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କୁଲାଡ ରଥଯାତ୍ରା ଓ ବାହୁଡ଼ା ଯାତ୍ରା କିଭଳି
ଶାନ୍ତିଶୃଙ୍ଖଳାର ସହ ହୋଇପାରିବ ସେ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ଶୁକ୍ରବାର ଭଞ୍ଜନଗର ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଅଧ୍ୟକ୍ଷତା କରି ବିଭିନ୍ନ ଵିଭାଗ, ଅନୁଷ୍ଠାନ ଓ ସାଧାରଣ ଜନତାଙ୍କ ମଧ୍ୟରେ ସମନୟ ରକ୍ଷା କରି ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସଫଳ କରିବା ପାଇଁ ଆହ୍ୱାନ କରିଥିଲେ। ମନ୍ଦିର ସଭାପତି ତଥା ଉପଜିଲାପାଳ ଉମା ଶଙ୍କର ବେହେରା ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେଯେ, କୁଲାଡ ପରି ଉପଖଣ୍ଡର
ଅନ୍ୟ ଅଞ୍ଚଳ ଯଥା ବୁଗୁଡ଼ା , ବେଲଗୁଣ୍ଠା, ଆସ୍କା ଆଦି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି କହିଥିଲେ। ତେଣୁ ଯାତ୍ରାକୁ କଡ଼ା ସୁରକ୍ଷା ମଧ୍ୟରେ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବୈଠକରେ ରଥ ନିର୍ମାଣ, ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ସୁରକ୍ଷା ଓ ସଠିକ୍ ପରିଚାଳନା, ଟ୍ରାଫିକ୍ ବ୍ୟବସ୍ଥା, ପୋଲିସ ବ୍ୟବସ୍ଥା, ଅଗ୍ନି ନିରାପଦ, ଆମ୍ବୁଲାନ୍ସ, ଜନସ୍ୱାସ୍ଥ୍ୟ ଓ ପାଣି ବ୍ୟବସ୍ଥା , ପୋର୍ଟେବଲ୍ ଟଏଲେଟ୍, ସଫେଇ ପ୍ରମୁଖ ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ସହକାରୀ ଉପ ଜିଲାପାଳ ପ୍ରଧାନ ଟୁଲି ଆମ୍ମା , ବିଡିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।

Dharitri – Odisha’s No.1 Odia Daily

Share