୨୫ରେ ଖୋଲିପାରେ କଳିଙ୍ଗା ଘାଟି ରାସ୍ତା: ୧୭ରେ ବିଧାୟକ,ଉପଜିଲାପାଳ କରିବେ ବାଇପାସ୍‌ ରାସ୍ତା ଅନୁଧ୍ୟାନ

ଭଞ୍ଜନଗର,୧୩ା୧୦(ବାବୁଲା ପ୍ରଧାନ)-
ଆଜିକୁ ୩୦ ଦିନ ହେବ ଗମନା ଗମନ ପାଇଁ ବନ୍ଦ ଥିବା କଳିଙ୍ଗା ଘାଟି ଜାତୀୟ ରାଜପଥ ରାସ୍ତାକୁ ଆସନ୍ତା ୨୫ ତାରିଖରେ ପରୀକ୍ଷାମୂଳକ ଭାବେ ଖୋଲିବା ଲାଗି ଯୋଜନା କରାଯାଇଛି। ବର୍ଷା ଯଦି ନ ହୁଏ ତେବେ ପ୍ରଥମେ ଦୁଇ ଚକିଆ ଏବଂ ୪ ଚକିଆ ଯାନକୁ ଛାଡ଼ିବା ଯୋଜନା ଅଛି। ବର୍ତ୍ତମାନ ପାଇଁ ଭାରିଯାନ ଛାଡ଼ିବା କୌଣସି ଯୋଜନା ନାହିଁ। ସୋମବାର ଭଞ୍ଜନଗର ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ଉପ ଜିଲାପାଳ ଉମା ଶଙ୍କର ବେହେରା ଅଧ୍ୟକ୍ଷତା କରିଥିଲେ। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ରାସ୍ତା କାମ ତୁରନ୍ତ ସାରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ଆସନ୍ତା ୧୭ ତାରିଖରେ ବାଇପାସ ରାସ୍ତା ନିର୍ମାଣ ପାଇଁ ଥିବା ଯୋଜନାକୁ ବିଧାୟକଙ୍କ ନେତୃତ୍ୱରେ ଏକ କମିଟି ପରିଦର୍ଶନରେ ଯିବେ। ପରେ ସେଠାରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କିଭଳି ହେବ ସେନେଇ ଆଲୋଚନା କରାଯିବ। ପରେ ମୁଖ୍ୟମନ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯିବାକୁ ଯୋଜନା ରହିଛି।
ସୂଚନାଯୋଗ୍ୟ, ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗତମାସ ୧୬ ତାରିଖରେ ଭୂସ୍ଖଳନ ଯୋଗୁ ଯାତାୟତ ବନ୍ଦ ହୋଇଯାଇଛି। ବର୍ଷା ପୁନରୁଦ୍ଧାର କାର୍ଯ୍ୟରେ ବାଧକ ସାଜିଛି। ରାସ୍ତାରେ ଯାତାୟତ ସ୍ବାଭାବିକ ହୋଇ ପାରୁ ନ ଥିବାରୁ ଉଭୟ ଜିଲା ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଗୁରୁତ୍ୱ ଦେଇ ଜାତୀୟ ରାଜପଥ ବିଭାଗ, ବିଭିନ୍ନ ବିଭାଗର ଅଧିକାରୀ ଓ ସୀମାନ୍ତ ଅଞ୍ଚଳର କେତେ ଜଣ ବ୍ୟକ୍ତିଙ୍କୁ ନେଇ ସୋମବାର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବେଠକ ହୋଇ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଜାତୀୟ ରାଜପଥ ସମ୍ବଲପୁର ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ଶାନ୍ତୁନୁ ସାହୁ ଯୋଗଦେଇ ଚାଲିଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଦୁର୍ଗାପସାଦରୁ କଳିଙ୍ଗା ଘାଟିର ଭାଲିଆପଟାକୁ ସଂଯୋଗ କରୁଥିବା ପ୍ରସ୍ତାବିତ ଏକ ବାଇପାସ୍‌ ରାସ୍ତା ସଂର୍ପକରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଗ୍ରାମ୍ୟ ରାସ୍ତା,ଜଙ୍ଗଲ ଜମି ଆଦିର କେତେ ଅଂଶ ରହିଛି ଏବଂ କିଭଳି ଏହାକୁ ଗମନା ଗମନ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ସେନେଇ ସରଜମିନ ସ୍ଥିତି ଅନୁଧ୍ୟାନ ପାଇଁ ବିଧାୟକ ଓ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ ଆସନ୍ତା ୧୭ ତାରିଖରେ ଉକ୍ତ ଅଞ୍ଚଳ ଗସ୍ତ କରିବାକୁ ସ୍ଥିର ହୋଇଥିଲା। ବେଠକରେ ବିଧାୟକ, ଉପ ଜିଲାପାଳଙ୍କ ସମେତ ଭଞ୍ଜନଗର ଏସ୍‌ଡିପିଓ ଡ.ଦିପକ ମିଶ୍ର, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଜାତୀୟ ରାଜପଥ ଏସଇ, ଫୁଲବାଣୀ ଡିଭିଜନର ନିର୍ବାହହୀ ଯନ୍ତ୍ରୀ ଇଂ. ପ୍ରଶାନ୍ତ ସାହୁ, ଅତିରିକ୍ତ ଉପଜିଲାପାଳ, ବିଡିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ,ପୂର୍ତ୍ତ ବିଭାଗ ଏସଇ ସତ୍ୟ ରଞ୍ଜନ ପରିଡା, କଳିଙ୍ଗା ଅଞ୍ଚଳର ଅମାନଚନ୍ଦ୍ର ନାୟକ,ସହାୟକ ଜିଲାପାଳ ରାମଚନ୍ଦ୍ର ମିଶ୍ର,ସୁମନ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାଞ୍ଚଳରେ ଉପମୁଖ୍ୟମନ୍ତ୍ରୀ: କୃଷି ଋଣ ଛାଡ଼ ସହ କ୍ଷତିପୂରଣ ପାଇ ଦାବି କଲେ ବିପନ୍ନ

ତିହିଡି଼, ୫।୮(ସଞ୍ଜିତ ବଳ): ତିହିଡି଼ ବ୍ଲକର ବନ୍ୟାଞ୍ଚଳକୁ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ କରିଛନ୍ତି । ବାରସର ପଞ୍ଚାୟତର ତିଆଡ଼ିସାହି ଓ ଗୋବିନ୍ଦପୁର ପଞ୍ଚାୟତର ତଳହଂସପାଟ…

ରାସ୍ତାକଡ଼ରେ ବିତୁଛି ନୀଳାଚଳଙ୍କ ଜୀବନ, ଘର ଖଣ୍ଡିଏ ପାଇଁ ସରକାରଙ୍କୁ କଲେ ନିବେଦନ

ଗଞ୍ଜାମ,୫।୮ (ବିଦ୍ୟାଧର ସାହୁ ): ଗରିବ ଜନ ସାଧାରଣଙ୍କ ପାଇଁ ସରକାର କେତେ କଣ ଯୋଜନା କରିଛନ୍ତି । କିନ୍ତୁ କିଛି ଯୋଜନା ଲୋକଙ୍କ ପାଖରେ ପହଞ୍ଚି…

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

ଆନନ୍ଦପୁର ରିଂ ରୋଡ଼ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ପଞ୍ଚାୟତରାଜ ମନ୍ତ୍ରୀ, ଦାବି ଜଣାଇଲେ ସ୍ଥାନୀୟ ଲୋକେ

ବଞ୍ଚୋ, ୫।୮:(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ନିର୍ବାଚନମଣ୍ଡଳୀର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ତଥା ଆନନ୍ଦପୁର ରିଂ ରୋଡ଼କୁ ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ…

‘ବନ୍ଦେ ମାତରମ୍‌ ନ ଗାଇଲେ କ’ଣ ଆକାଶ ଛିଣ୍ଡି ପଡିବ?’ ରୋକ୍‌ଠୋକ୍‌ ଶୁଣାଇଦେଲେ କୋଲକାତା ହାଇକୋର୍ଟ

କୋଲକାତା,୫।୮: କୋଲକାତା ହାଇକୋର୍ଟ ମଙ୍ଗଳବାର ଦିନ ମଦ୍ରାସାଗୁଡ଼ିକରେ ‘ବନ୍ଦେ ମାତରମ୍’ର ଛଅଟିଯାକ ପଦ ଗାଇବା ବାଧ୍ୟତାମୂଳକ କରିବା ବିରୋଧରେ ଦାୟର ଏକ ଜନସ୍ୱାର୍ଥ ମାମଲା (PIL)ର ଶୁଣାଣି…

ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ତାତିଲେ Gen-G: ଏହି ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୫।୮ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଐତିହ୍ୟ ସମ୍ପନ୍ନ ଧରଣୀ ଧର ସୟଂ ଶାସିତ ମହାବିଦ୍ୟାଳୟର ସୁରକ୍ଷା ଦାବି ଜୋର୍‌ ଧରିଛି। ଜିଲାର ଏକ ମାତ୍ର ସାଧାରଣ…

୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri