୨୫ ଦିନ ହେଲା କଳିଙ୍ଗା ଘାଟି ରାସ୍ତା ବନ୍ଦ: ଦୁର୍ଦ୍ଦିନରେ ବ୍ୟବସାୟୀ

ଜି.ଉଦୟଗିରି,୧୦ା୧୦(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ୧୫୭ ନଂ. ଜାତୀୟ ରାଜପଥ କଳିଙ୍ଗା ଘାଟିରେ ସେପ୍ଟେମ୍ବର ୧୬ରେ ଭୂସ୍ଖଳନ ହୋଇଥିଲା। ଫଳରେ ୨୫ ଦିନ ହେବ ରାଞ୍ଚି-ବିଜୟୱାଡା କରିଡର ବନ୍ଦ ରହିଛି। ଏହାକୁ ନେଇ କନ୍ଧମାଳ ଜିଲାବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭୂସ୍ଖଳନ ପରଦିନ ଠାରୁ ଅସ୍ଥାୟୀ ରାସ୍ତା ତିଆରି ଚାଲିଛି କିନ୍ତୁ ପ୍ରତିଦିନ ବର୍ଷା ଯୋଗୁ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।

ବର୍ଷା ହେଲେ ଶ୍ରମିକମାନେ ଭୟଭୀତ ହୋଇ କାମ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି। ଅସ୍ଥାୟୀ ରାସ୍ତା ନିର୍ମାଣ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ୮ ରୁ ୧୦ ଇଞ୍ଚ ପର୍ଯ୍ୟନ୍ତ କଙ୍କ୍ରିଟ୍‌ ଢ଼ଳେଇ ହୋଇଛି। ଗୋଟିଏ ଦିନ ପରେ ଆଉ ଏକ ପରସ୍ତ ୮ ରୁ ୧୦ ଇଞ୍ଚ ପର୍ଯ୍ୟନ୍ତ ଢ଼ଳେଇ ହେବ। ସୁରକ୍ଷା ଦୃଷ୍ଟିରୁ ରାସ୍ତାର ଉଭୟ ପାଶର୍‌ବରେ ଗାର୍ଡ ୱାଲ୍‌ ନିର୍ମାଣ କରାଯିବ। ଭୂସ୍ଖଳନ ସ୍ଥାନ ପାହାଡ଼ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଅଟକି ରହିଥିବା ବଡ଼ ପଥର ଗୁଡ଼ିକୁ ବ୍ଲାଷ୍ଟଙ୍ଗ୍‌ କରିବା ଯୋଜନା ଆରମ୍ଭ ହୋଇଛି। ପାଗ ଭଲ ରହିଲେ ସମସ୍ତ ଯୋଜନା ସଫଳ ହୁଅନ୍ତା ବୋଲି ଏନ୍‌ଏଚ୍‌ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି।

ଆସନ୍ତା ୪ ଦିନ ପାଗ ଭଲ ରହିଲେ ସପ୍ତାହକ ମଧ୍ୟରେ ପ୍ରଥମେ କେବଳ ହାଲୁକା ଯାନ ଯାତାୟତ ପାଇଁ ରାସ୍ତା ଖୋଲିପାରେ। ୨୫ ଦିନ ହେଲାଣି କଳିଙ୍ଗା ଘାଟି ରାସ୍ତା ବନ୍ଦ ଥିବାରୁ ମୁଖ୍ୟତଃ ଦୁର୍ଗାପ୍ରସାଦ, ଜି.ଉଦୟଗିରି, କଳିଙ୍ଗା, ଟିକାବାଲି, ଫୁଲବାଣୀ, ରାଇକିଆ, ବାଲିଗୁଡ଼ା ତା ଛଡ଼ା କଳିଙ୍ଗା ଘାଟି ଦେଇ ଯାଉଥିବା ସମସ୍ତ ଜିଲା ତଥା ରାଜ୍ୟର ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ମୁଖ୍ୟତଃ ଆମ୍ବୁଲାନ୍ସ ସେବା ସମ୍ଭବ ହୋଇ ପାରୁନାହିଁ। ସମସ୍ତ ଯାତ୍ରୀବାହି, ମାଲବାହୀ ଗାଡ଼ିଗୁଡ଼ିକ ଅଧିକା ବାଟ ଦେଇ ଯାତାୟତ କରୁଥିବାରୁ ଅଧିକା ସମୟ ଓ ଅଧିକା ଭଡ଼ା ଦେବାକୁ ପଡ଼ୁଛି। ଜିଲାର ସମସ୍ତ ବଜାରରେ ବହୁ ଖାଦ୍ୟ ସମାଗ୍ରୀ ଦର ବୃଦ୍ଧି ପାଉଥିବା ବେଳେ ସାଧରଣ ଜନତାଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ତେଣୁ ପାଣିପାଗକୁ ଅନୁଧ୍ୟାନ କରି ଘାଟି ରାସ୍ତା ନିର୍ମାଣ କରାଗଲେ ସମ୍ପୂର୍ଣ୍ଣ କନ୍ଧମାଳ ଜିଲା ତଥା ରାଜ୍ୟର ଅନ୍ୟ ସମସ୍ତ ଜିଲା ଓ ଅନ୍ୟ ରାଜ୍ୟ ସହ ଯାତାୟତ ହେଲେ ସମସ୍ତେ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜିବୀ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ବାବା ଖଣ୍ଡୁଆଳଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଯୋଗଦେଲେ ଲାଞ୍ଜିଗଡ ବିଧାୟକଙ୍କ ସହ…

ଥୁଆମୂଳ ରାମପୁର, ୨୮।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳ ଆମ୍ବପଦର ଗ୍ରାମପଞ୍ଚାୟତ ସ୍ଥିତ ଚୁଲବାଡି ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ଅଫିସକୁ ଚାଲି ଚାଲି ଆସିଲେ ସିଡିଓ, ବନ୍ଦ ଡାକରା ଯୋଗୁ…

କୋରାପୁଟ,୨୮।୧(ଅମିତାଭ ବେହେରା ): କୋରାପୁଟରେ ବନ୍ଦ ଡାକରାର ପଡ଼ିଛି ପ୍ରଭାବ। ଏଥିଯୋଗୁ ଗାଡି ମୋଟର ବନ୍ଦ ରହିଥିଲା। ଫଳରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ) ବେଣୁଧର ଶବର…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri