କାଳିଦାସ ଓ ନବରାତ୍ରି

ମୋର ଜଣେ ନାତି ପଚାରିଲା ନବରାତ୍ରିରେ ହୁଏ କ’ଣ? ମୁଁ କହିଲି ନବରାତ୍ରିର ପ୍ରଥମ ତିନି ଦିନ ମହାକାଳୀଙ୍କର ପୂଜା କରାଯାଏ। ଦ୍ୱିତୀୟ ତିନି ଦିନ ମହାଲକ୍ଷ୍ମୀଙ୍କର ପୂଜା କରାଯାଏ ଓ ତୃତୀୟ ତିନି ଦିନ ମା’ସରସ୍ବତୀଙ୍କର ପୂଜା କରାଯାଏ। ତୁମେ କାଳିଦାସଙ୍କ ନାମ ଶୁଣିଥିବ। ସେ ସୁନ୍ଦର ସୁନ୍ଦର ନାଟକ ଓ ମହାକାବ୍ୟ ରଚନା କରିଛନ୍ତି। ସେଥିମଧ୍ୟରୁ ରଘୁବଂଶମ୍‌, ମେଘଦୂତମ୍‌, ଅଭଧାନ ଶକୁନ୍ତଳମ୍‌, ବିକ୍ରମ ଉର୍ବଶୀୟମ୍‌, ଋତୁସଂହାର ଇତ୍ୟାଦି ସର୍ବାଜନ ଆଦୃତ। ଲୋକମତ ଅନୁସାରେ କାଳିଦାସ ଉଜ୍ଜୟିନୀରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନୁ ସେ ତାଙ୍କର ମାତାପିତାଙ୍କୁ ହରାଇଥିଲେ। ତାଙ୍କର ସାଧାରଣ ଜ୍ଞାନ ନ ଥିଲା। ସେ ମହାକାଳୀଙ୍କୁ ପୂଜା କରୁଥିଲେ ଓ କାଳୀଙ୍କୁ ଆରାଧନା କରୁଥିଲେ। ଅନେକଙ୍କ ମତରେ କାଳୀଙ୍କର ଭକ୍ତ ଥିବାରୁ ତାଙ୍କର ନାମ କାଳିଦାସ ହୋଇଥିଲା। ଅନ୍ୟ ଅର୍ଥରେ ସେ କାଳୀଙ୍କ ଦାସ ହୋଇଥିବାରୁ ତାଙ୍କ ନାମ କାଳିଦାସ ହୋଇଥିଲା।
ମନୁଷ୍ୟର ତିନୋଟି ଗୁଣ ଅଛି। ଯଥା ସତ୍ତ୍ୱ, ରଜ ଓ ତମ। ମା’ କାଳୀ ତମ ଗୁଣକୁ ନାଶ କରୁଥିବାର ପ୍ରତୀକ। ତମଗୁଣ ନାଶ ହେଲେ ଜଣେ ରଜଗୁଣରେ ପ୍ରବେଶ କରିପାରେ ଓ ରଜଗୁଣକୁ ପରିତ୍ୟାଗ କରିପାରିଲେ ସେ ସତ୍ତ୍ୱଗୁଣରେ ପ୍ରବେଶ କରେ। ନାତୁଣୀ କହିଲା ଜେଜେମା’ ତୁମେ କହୁଥିଲ ଲୋକକଥା ଅନୁଯାୟୀ କାଳିଦାସ ଗରିବ ଥିଲେ ଓ ଗାଈ ଚରାଉଥିଲେ। ସେ ମହାକାଳ ଓ ମହାକାଳୀଙ୍କୁ ପୂଜାକରି ତମଗୁଣକୁ ପରିହାର କରିବା ପରେ ରାଜସିକ ଗୁଣରେ ଅଭିସିକ୍ତ ହୋଇପାରିଥିଲେ କି? ଏବେ ମୁଁ ବୁଝି ପାରିଲି ନବରାତ୍ରି, ଦଶହରାରେ ଅନେକ ଜାଗାରେ ଶିବଙ୍କ ମଣ୍ଡପ (ମହାକାଳ)ଙ୍କର ମଧ୍ୟ କାହିଁକି ପୂଜା କରାଯାଏ।
ମୁଁ କହିଲି ଉଜ୍ଜୟିନୀର ରାଜାଙ୍କର ଝିଅ ବିଦ୍ୟୋମା ଅତ୍ୟନ୍ତ ଜ୍ଞାନୀ ଥିଲେ। ତାଙ୍କର ଗୁରୁଙ୍କ ନାମ ଥିଲା ବରରୁଚି। ବିଦ୍ୟୋମା ନିଜର ଜ୍ଞାନ ଯୋଗୁ ଗର୍ବିତ ହୋଇ ପଣ୍ଡିତମାନଙ୍କୁ ଯୁକ୍ତିତର୍କରେ ହରାଇବା ସହିତ ନିଜର ଗୁରୁ ବରରୁଚିଙ୍କୁ ମଧ୍ୟ ଅପମାନିତ କରିଥିଲେ। ବିଦ୍ୟୋମା ପଣ ରଖିଥିଲେ ତାଙ୍କୁ ବିଦ୍ୟାରେ ଯିଏ ହରାଇବ ସେ ତାକୁ ବିବାହ କରିବେ। ଏପରି ଗର୍ବୀ ନାରୀକୁ ଶିକ୍ଷା ଦେବା ପାଇଁ ଗୁରୁ ବରରୁଚି ଓ ଅନ୍ୟ ପଣ୍ଡିତମାନେ ଏକ ଯୋଜନା କଲେ। ଦିନେ ରାସ୍ତାରେ ଯାଉ ଯାଉ ସେମାନେ ଦେଖିଲେ ଅତ୍ୟନ୍ତ ବଳିଷ୍ଠ ସୁନ୍ଦର ଯୁବକ ଗଛ ଡାଳରେ ବସି ସେହି ଡାଳକୁ କୁରାଢ଼ିରେ କାଟୁଛନ୍ତି। ସେମାନେ ସେହି ଯୁବକଙ୍କୁ ଗଛରୁ ଓହ୍ଲାଇ ସ୍ନାନ କରାଇ ରାଜବସ୍ତ୍ର ପିନ୍ଧାଇ ରାଜାଙ୍କ ନିକଟକୁ ନେଲେ ଓ ରାଜକନ୍ୟାଙ୍କର ଉପଯୁକ୍ତ ପାତ୍ର ଆଣିଛନ୍ତି ବୋଲି କହିଲେ। କାଳୀଦାସ ମୌନବ୍ରତ ରଖିଛନ୍ତି ବୋଲି ରାଜାଙ୍କୁ ଜଣାଇଲେ। ରାଜକନ୍ୟାଙ୍କୁ କାଳିଦାସଙ୍କ ସମ୍ମୁଖକୁ ଅଣାଗଲା ଓ ପ୍ରଶ୍ନ ପଚାରିବାକୁ କୁହାଗଲା। ରାଜକନ୍ୟା ତର୍ଜନୀରେ କାଳିଦାସଙ୍କୁ ନିର୍ଦ୍ଦେଶ କଲେ। ଯାହାର ଅର୍ଥ ଥିଲା ଈଶ୍ୱର ଏକ ଓ ଅଦ୍ୱିତୀୟ। କାଳିଦାସ ଭାବିଲେ ଏ ରାଜକନ୍ୟା ମୋର ଗୋଟିଏ ଆଖି ଫୁଟାଇବ ବୋଲି କହୁଛି। ତେଣୁ ସେ ଦୁଇଟି ଆଙ୍ଗୁଠି ରାଜକନ୍ୟାଙ୍କ ଆଡ଼କୁ ନିର୍ଦ୍ଦେଶ କଲେ। ଯାହାର ଅର୍ଥ ଥିଲା ତୁ ମୋର ଗୋଟିଏ ଆଖି ଫୁଟାଇବୁ କହୁଛୁ ମୁଁ ତୋର ଦୁଇଟି ଆଖି ଫୁଟାଇ ଦେବି। କିନ୍ତୁ ବରରୁଚି ଓ ଅନ୍ୟ ପଣ୍ଡିତମାନେ ତାଳି ମାରି ଏହାକୁ ସ୍ବାଗତ କଲେ ଓ କହିଲେ ଏହାର ଅର୍ଥ ହେଉଛି ଈଶ୍ୱର ଏକ ନୁହନ୍ତି ସେ ଦୁଇ ଯାହାକି ଆତ୍ମା ଓ ପରମାତ୍ମା। ଏହି ଉତ୍ତରରେ ଅତ୍ୟନ୍ତ ପ୍ରୀତ ହୋଇ ବିଦ୍ୟୋମା ବିବାହ ପାଇଁ ରାଜି ହୋଇଥିଲେ ଓ ବିବାହ ସମ୍ପନ୍ନ ହୋଇଥିଲା। କିନ୍ତୁ ଚତୁର୍ଥୀ ରାତିରେ ଓଟ ବୋବାଳି ଶବ୍ଦକୁ ଅପଭ୍ରଂଶ କରି କହିବାରୁ ବିଦ୍ୟୋମା କାଳିଦାସଙ୍କୁ ଘରୁ ବିତାଡ଼ିତ କରିଥିଲେ । ଏଥିରେ ଅପମାନିତ ହୋଇ ଜୀବନକୁ ଝାସ ଦେବା ପାଇଁ କାଳିଦାସ ନଦୀକୁ ଡେଇଁପଡ଼ିଲେ। ତମଗୁଣ ଓ ରାଜସିକ ଗୁଣକୁ ପରିତ୍ୟାଗ କରି ସତ୍ତ୍ୱଗୁଣରେ ପ୍ରବେଶ କରିଥିବା କାଳିଦାସଙ୍କୁ ମା’ ମହାସରସ୍ବତୀ ସାତଥର ପାଣିରେ ବୁଡ଼ାଇ ତାଙ୍କର ସାତ ଜନ୍ମର ଅଜ୍ଞାନ ଅନ୍ଧକାରକୁ ଦୂର କରି ଜ୍ଞାନାଲୋକରେ ଉଦ୍ଭାସିତ କରିଥିଲେ। କଥାରେ ଅଛି କାଳିଦାସ ‘କଜ୍ଜ୍ୱଳପୁରିତ ଲୋଚନ ଧାରେ’ ଗାନ କରିବା ଆରମ୍ଭ କରିଥିଲେ। କିନ୍ତୁ କି ଦୁଃଖର ବିଷୟ ସ୍ତୁତିରେ ମା’ଙ୍କର ପାଦଆଡ଼ୁ ବର୍ଣ୍ଣନା ନ କରି ସେ ମୁହଁ ଆଡ଼ୁ ସ୍ତୁତି କରିଥିଲେ। ତେଣୁ ଯୁବ ସମାଜ ନବରାତ୍ରିରେ ନାରୀମାନଙ୍କର ପଦବନ୍ଦନା କରିବା ଉଚିତ।
ସରସ୍ବତୀଙ୍କ ପ୍ରସାଦ ଲାଭ କରି ସେ ଭୋଜ ରାଜାଙ୍କର ନଅରକୁ ଆସି ବିଦ୍ୟୋମାଙ୍କର ଘରର କବାଟ ଖୋଲିବାକୁ ଅନୁରୋଧ କରି କହିଲେ ଅନାବୃତଂ କପାଟଂ ଦେହି। ତା’ର ଉତ୍ତରରେ ବିଦ୍ୟୋମା କହିଲେ ଅସ୍ତି କଶ୍ଚିତ ବାକ୍‌ ବିଶେଷ (କିଛି କହିବାର ଅଛି) ତା’ର ଉତ୍ତରରେ ତାଙ୍କ କଣ୍ଠରୁ ଅସ୍ତିରେ କୁମାର ସମ୍ଭବମ୍‌, କିଚିତ୍‌ରେ ମେଘଦୂତମ୍‌ ଓ ବାକ୍‌ରେ ରଘୁବଂଶମ୍‌ ପରି ତିନୋଟି ମହାକାବ୍ୟ ଝରି ଆସିଥିଲା। ଏହାପରେ ସେ ରାଜ ଦରବାରରେ ରାଜକବି ଭାବରେ ଅଭିଷିକ୍ତ ହୋଇଥିଲେ। ସେ ଜାଣିଥିଲେ ଈର୍ଷା ଓ ଦ୍ୱେଷରୁ ମୁକ୍ତିଲାଭ କରିବାର ଏକମାତ୍ର ଉପାୟ ମହାକାଳୀ ଉପାସନା।

– ଅନୀତା ପଟ୍ଟନାୟକ
ଅବସରପ୍ରାପ୍ତ ପ୍ରାଧ୍ୟାପିକା, ସେକ୍ଟର-୧୦, ସିଡିଏ, କଟକ, ମୋ-୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri