ଆମପାଣି ଘାଟିରେ ବୁଲୁଛି କଳରାପତରିିଆ ବାଘ: ଜଙ୍ଗଲ ଭିତରକୁ ନ ଯିବାକୁ ବନ ବିଭାଗର ପରାମର୍ଶ

କୋକସରା,୬।୧: କଳାହାଣ୍ଡି ଜିଲା ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିରେ ସୋମବାର ରାତିରେ ଏକ କଳରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା। ସିଉନୀ ଗାଁର ଆଲୋକ ପାଣିଗ୍ରାହୀ ଓ ତାଙ୍କ ସାଙ୍ଗମାନେ ରାତିରେ ଜୟପୁରରୁ ଗାଁକୁ ଫେରୁଥିଲେ। ସେତିକିବେଳେ ବାଘଟି ଘାଟି ରାସ୍ତାରେ ବୁଲୁଥିବା ଦେଖିବାକୁ ପାଇଥିଲେ। ଯୁବକମାନେ ଏକ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ବୁଧବାର ଆମପାଣି ବନପାଳ ନରେନ୍ଦ୍ର ବିଶି ଘଟଣା ସଂକ୍ରାନ୍ତରେ ଜାଣିବାକୁ ପାଇଥିଲେ। ଏନେଇ ବନବିଭାଗର ଏକ ଟିମ୍‌ ଘାଟିରେ ପହଞ୍ଚି ବାଘ ବୁଲୁଥିବା ସ୍ଥାନ ଚିହ୍ନଟ କରି ତଦନ୍ତ ଆରମ୍ଭ କରିଥିଲା। ବନପାଳ ବିଶି ଲୋକଙ୍କୁ ଭୟଭିତ ନ ହେବାକୁ କହିଛନ୍ତି। ସେ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦେବାସହ ଜଙ୍ଗଲ ଭିତରକୁ ନ ଯିବାକୁ କହିଛନ୍ତି।