କଳାକୃତି ଗ୍ରାମ ହେବ ପର୍ଯ୍ୟଟନସ୍ଥଳୀ

ଢେଙ୍କାନାଳ ଅଫିସ,୧ା୧୦: ଢେଙ୍କାନାଳ ଜିଲା ସଦର ବ୍ଲକରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟା ପଞ୍ଚାୟତର ଡୋକ୍ରା ହସ୍ତଶିଳ୍ପ ଗ୍ରାମ ସଦେଇବେରେଣୀ ନବଜୀବନପୁରଠାରେ ନିର୍ମାଣ ହୋଇଥିବା କଳାକୃତି ଗ୍ରାମକୁ ଢେଙ୍କାନାଳ ଜିଲାର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ କରାଯିବ। ଶୁକ୍ରବାର ଜିଲାପାଳ ସରୋଜ କୁମାର ସେଠୀ ଏହି ସୂଚନା ଦେଇଛନ୍ତି। ଏଥିସହ ଏହି କଳାକୃତି ଗ୍ରାମରେ ଜିଲାର ବିଭିନ୍ନ ବ୍ଲକରୁ ଆସିଥିବା ୧୨ଟି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ନିଜ ହସ୍ତଶିଳ୍ପ ସାମଗ୍ରୀର ପ୍ରଦର୍ଶନ ଆରମ୍ଭ କରିଛନ୍ତି  । ଆଗକୁ ଏଥିରେ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ ହେବେ। ଏହା ଯେପରି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇପାରିବ ସେଥିପାଇଁ ଏଠାରେ ଜଳାଶୟ, ବୋଟିଂ, ପାର୍କ ଓ ଦୋଳି ବ୍ୟବସ୍ଥା ରଖାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ପ୍ରକାଶ ଯେ, ୨୦୧୬-୧୭ ମସିହାରେ ତତ୍କାଳୀନ ଜିଲାପାଳ ରୂପା ରୋଶନ ସାହୁଙ୍କ ଉଦ୍ୟମରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଦେଇବେରେଣୀ ନବଜୀବନପୁର ଗ୍ରାମକୁ ଗ୍ରାମୀଣ ପର୍ଯ୍ୟଟନସ୍ଥଳୀ କରାଯିବା ପାଇଁ ଦୁଇଟି ପର୍ଯ୍ୟାୟରେ ୫ କୋଟି ଟଙ୍କା ପ୍ରଦାନ ସହ ଏହି କଳାକୃତି ଗ୍ରାମ ନିର୍ମାଣ କରାଯାଇଥିଲା। ୨୦୧୮ରେ ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିଥିଲେ। ଏହି କଳାକୃତି ଗ୍ରାମରେ ୨୭ଟି ଷ୍ଟଲ ରହିଥିବା ବେଳେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧୭ଟି ଷ୍ଟଲ ପ୍ରଦାନ କରାଯାଇଛି। ଏପରି କି ଗ୍ରୁପ୍‌ର ସଦସ୍ୟାଙ୍କ ରହିବା, ଖାଇବା ଏବଂ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଢେଙ୍କାନାଳ ଲକ୍ଷ୍ମୀପୂଜା ଅବସରରେ ଜିଲା ପ୍ରଶାସନ ଓ ଓରମାସ ପକ୍ଷରୁ ୧୦ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ପଲ୍ଲିଶ୍ରୀ ମେଳାରେ ଢେଙ୍କାନାଳ ସମେତ ବିଭିନ୍ନ ଜିଲାରୁ ନିଜ ପ୍ରସ୍ତୁତି ସାମଗ୍ରୀ ଓ ହସ୍ତଶିଳ୍ପ ନେଇ ଆସୁଥିବା ଏସ୍‌ଏଚ୍‌ଜି ସଦସ୍ୟମାନଙ୍କ ଏଠାରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ଏହି ସଦସ୍ୟାମାନଙ୍କୁ ମହିଷାପାଟ ମେଳା ପଡିଆକୁ ବସ୍‌ ଯୋଗେ ନେବା ଆଣିବା କରାଯିବ। ମେଳା ପରେ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀ କଳାକୃତି ଗ୍ରାମକୁ ଆସି ସେଠାରେ ରହି ନିଜର କାରୁକାର୍ଯ୍ୟ ପ୍ରଦର୍ଶନ ସହ ବିକ୍ରି କରିପାରିବେ। ସେହିପରି ଅଧିକ ଉନ୍ନତମାନର କାର୍ଯ୍ୟ ପାଇଁ ସେଠାରେ ପ୍ରଶିକ୍ଷଣ ଦେବା ବ୍ୟବସ୍ଥା ରହିଛି। ରାତିରେ ମହିଳାମାନେ ନିଜ ନିଜ ଭିତରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିପାରିବେ। ବର୍ଷତମାମ କଳାକୃତି ଗ୍ରାମରେ ଡୋକ୍ରା ଶିଳ୍ପ, ପିତଳ କଂସାବାସନ, ବାଉଁଶ ଓ ଟେରାକୋଟା ସାମଗ୍ରୀ, ଧୂପକାଠି, ବଡି, ପାମ୍ପଡ, ଝାଡୁ, ପୋପଛ, ଆଚାର ଆଦି ପ୍ରସ୍ତୁତି, ପ୍ରଦର୍ଶନ ଓ ବିକ୍ରୟ ହେବ। ଶୁକ୍ରବାର ଜିଲାପାଳଙ୍କ ସମେତ ଅତିରିକ୍ତ ଜିଲାପାଳ ରମେଶଚନ୍ଦ୍ର ସେଠୀ, ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ତନ୍ମୟ କୁମାର ଦରୱନ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ସଦର ବ୍ଲକ ବିଡିଓ ସୁଧୀର କୁମାର ନାୟକ, ଓରମାସ ମୁଖ୍ୟ କାର୍ଯ୍ୟନିର୍ବାହୀ ସମୀର କୁମାର ନାୟକ, ମିଶନଶକ୍ତି ପରିଚାଳିକା ମୋନାଲିସା ଭଞ୍ଜ ପ୍ରମୁଖ କଳାକୃତି ଗ୍ରାମ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। କଳାକୃତି ଗ୍ରାମରେ ଆସି ରହିଥିବା କାମାକ୍ଷାନଗର ବ୍ଲକ କୁଶୁମଯୋଡି ପଞ୍ଚାୟତର ଶକ୍ତି ମା ତାରେଣୀ ଏସ୍‌ଏଚ୍‌ଜି ସଦସ୍ୟା ମମତା ଖଟୁଆ କହିଛନ୍ତି, ପୂର୍ବରୁ ମାର୍କେଟିଂ ସୁବିଧା ଆମକୁ ମିଳୁ ନ ଥିଲା। ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ଏହି କଳାକୃତି ଗ୍ରାମ ମାଧ୍ୟମରେ ଆମକୁ ସାମଗ୍ରୀ ପ୍ରଦର୍ଶନ ସହ ବିକ୍ରୟ ସୁଯୋଗ ଦିଆଯାଇଛି। ଜିଲା ମିଶନ ଶକ୍ତି ପରିଚାଳିକା ମୋନାଲିସା ଭଞ୍ଜ କହିଛନ୍ତି, ଏହି କଳାକୃତି ଗ୍ରାମରେ ଡୋକ୍ରା, ବାଉଁଶଶିଳ୍ପ, ଟେରାକୋଟା, କଂସାବାସନ, ସଫ୍ଟ କଣ୍ଡେଇ ଆଦି ପ୍ରଦର୍ଶିତ ହେବ। ଜିଲାପାଳ ସରୋଜ କୁମାର ସେଠୀ କହିଛନ୍ତି, ଏହି କଳାକୃତି ଗ୍ରାମ ୨୦୧୮ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। କିଛି ସମସ୍ୟା ରହିଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରି ନ ଥିଲା। ଗତ ୬ମାସ ତଳେ ଉତ୍ସବ ମାଧ୍ୟମରେ ଏହାକୁ କାର୍ଯ୍ୟକ୍ଷମ କରାଗଲା। ବର୍ଷ ତମାମ ଏଠାରେ ଜିଲାର ଏସ୍‌ଏଚ୍‌ଜି ସଦସ୍ୟାମାନେ ରହି ସାମଗ୍ରୀ ପ୍ରସ୍ତୁତ ସହ ପ୍ରଦର୍ଶନ ଓ ବିକ୍ରି କରିବେ। ସପ୍ତଶଯ୍ୟା ଆସୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏଠାରେ ହସ୍ତଶିଳ୍ପ ପ୍ରଦର୍ଶନ ସହ ବୋଟିଂ, ଛୋଟ ପିଲାଙ୍କ ପାଇଁ ଦୋଳି, ପାର୍କ କରାଯିବ। ବର୍ତ୍ତମାନ ୧୨ଟି ଏସ୍‌ଏଚ୍‌ଜି ଆସି ରହିଛନ୍ତି। ଲକ୍ଷ୍ମୀପୂଜା ସମୟରେ ଆସିବାକୁ ଥିବା ଏସ୍‌ଏଚ୍‌ଜିମାନଙ୍କୁ ମଧ୍ୟ ଏଠି ରଖାଯିବ। ସପ୍ତଶଯ୍ୟା ସମେତ ଏହା ମଧ୍ୟରେ ଥିବା କଳାକୃତି ଗ୍ରାମକୁ ଜିଲା ଏବଂ ରାଜ୍ୟର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri