କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ କଲେଜ,ଅଙ୍ଗନୱାଡିକୁ ଛୁଟି ଘୋଷଣା କରିଛନ୍ତି ଜିଲାପାଳ ପାୱାର ସଚିନ ପ୍ରକାଶ। ଏ ନେଇଁ ଏକ ବିଜ୍ଞପ୍ତି ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ ର ସୁଚନା ଅନୁସାରେ ରାଜ୍ୟର କେତେକ ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏଥିରେ ବଲାଙ୍ଗୀର,କଳାହାଣ୍ଡି, ପ୍ରଭୃତି ଜିଲା କୁ ରେଡ ୱାର୍ଣି ଜାରୀ ହୋଇଛି। କଳାହାଣ୍ଡି ଜିଲାରେ ଗୁରୁବାର ୪୨ଡିଗ୍ରୀ ତାପମାତ୍ରା ଥିବାବେଳେ ଶୁକ୍ରବାର ୪୧ଡିଗ୍ରୀ ତାପମାତ୍ରା ଥିବା ସୂଚନା ରହିଛି। ଯାହାଫଳରେ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

Dharitri – Odisha’s No.1 Odia Daily

Share