କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା କରୋନା ପଜିଟିଭ

ନୂଆପଡ଼ା: କଳାହାଣ୍ଡି ଏମ୍‌ପି ବସନ୍ତ କୁମାର ପଣ୍ଡା ଶନିବାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବରିଷ୍ଠ ନାଗରିକ ଭାବେ ସେ କୋଭିଡ-୧୯ର ପ୍ରଥମ ଡୋଜ ଟିକା ଗ୍ରହଣ କରିଥିଲେ। ସେ ଅସୁସ୍ଥ ଅନୁଭବ କରିବାରୁ କୋଭିଡ ପରୀକ୍ଷା କରାଇଥିଲେ। ତାଙ୍କର ନମୁନା ରିପୋର୍ଟ ପଜିଟିଭ ଆସିଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌ପି ପଣ୍ଡା ହୋମ ଆଇସୋଲେଶନରେ ରହି ଚିକିତ୍ସିତ ହେଉଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ କୋଭିଡ ପରୀକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି।