ବିଧାନସଭାରେ ମମିତା ତାତି

ଭୁବନେଶ୍ୱର, ୨।୧୨(ବ୍ୟୁରୋ): କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ବୁଧବାର ବିଧାନସଭା ହୁଲସ୍ଥୂଲ ହୋଇଛି। ଶୀତକାଳୀନ ଅଧିବେଶନ ଆରମ୍ଭରୁ ଏକ ଭିନ୍ନ ପରିବେଶ ଦେଖିବାକୁ ମିଳିଥିଲା। ପୂର୍ବ ଘୋଷଣା ଅନୁଯାୟୀ କଂଗ୍ରେସ ସଦସ୍ୟମାନେ ୧୦ଟା ୩୦ ମିନିଟ୍‌ ପୂର୍ବରୁ ଆସି ବିଧାନସଭାର ଦୁଇଟି ମୁଖ୍ୟ ପ୍ରବେଶ ଦ୍ୱାରକୁ ବନ୍ଦ କରି ହାତରେ ପ୍ଲାକାର୍ଡ ଧରି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଜଗି ରହିଥିଲେ। ସମ୍ମୁଖ ଗେଟ୍‌ ଆଗରେ ବିଧାୟକ ସୁରେଶ ରାଉତରାୟ, ସନ୍ତୋଷ ସିଂ ସାଲୁଜାଙ୍କ ସମେତ ୪ଜଣ ସଦସ୍ୟ ଜଗି ରହିଥିବା ବେଳେ ପଛ ଗେଟ୍‌ରେ ରମେଶ ଜେନା, ମହମ୍ମଦ ମୋକିମ, ତାରାପ୍ରସାଦ ବାହିନୀପତି ପ୍ଲାକାର୍ଡ ଧରି ବସି ରହିଥିଲେ।
ସେମାନେ ମନ୍ତ୍ରୀ ଓ ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ। ଏପରି କି ବିଧାନସଭା ପ୍ରବେଶ ଦ୍ୱାରକୁ ତାଲା ପକାଇ ଦେଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ବିଧାନସଭା ଭିତରକୁ କୌଣସି ସଦସ୍ୟ କିମ୍ବା କର୍ମଚାରୀ ପ୍ରବେଶ କରିପାରି ନ ଥିଲେ। ଶେଷରେ କର୍ମଚାରୀମାନେ ତାଲା ଭାଙ୍ଗି ଗେଟ୍‌ ଖୋଲିଥିଲେ।
ଅନ୍ୟପକ୍ଷରେ ଭାଜପା ସଦସ୍ୟମାନେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବିଧାନସଭାକୁ ଆସିବା ପାଇଁ ଅନୁମତି ନ ଦେବାକୁ ବାଚସ୍ପତିଙ୍କୁ ସାକ୍ଷାତ କରି ଅନୁରୋଧ କରିଥିଲେ। ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସ୍ବର୍ଗତ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ସମେତ ପୂର୍ବତନ ସଦସ୍ୟ, ସିପାହୀ ଏବଂ କରୋନା ଯୋଦ୍ଧାଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଶୋକ ପ୍ରସ୍ତାବ ଥିବାରୁ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରି ନ ଥିଲେ। ଶୋକ ପ୍ରସ୍ତାବ ଆଲୋଚନା ପରେ ବାଚସ୍ପତି ଗୃହକୁ ୧୧ଟା ୨୦ରୁ ଅପରାହ୍ନ ୫ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଫଳରେ ପ୍ରଥମାର୍ଦ୍ଧରେ ଗୃହ ଭିତରେ ଗର୍ଜନ କରିବାକୁ ବିରୋଧୀଙ୍କୁ ମୌକା ମିଳି ନ ଥିଲା। ତେବେ ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଭାଜପା ସଦସ୍ୟମାନେ କଳାଗାମୁଛା କାନ୍ଧରେ ପକାଇ ହାତରେ ପ୍ଲାକାର୍ଡ ଧରି ଏବଂ କଂଗ୍ରେସ ସଦସ୍ୟମାନେ ବ୍ୟାନର ଓ ପ୍ଲାକାର୍ଡ ଦେଖାଇ ସରକାର ଓ ମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଆମର ଦାବି… ଆମର ଦାବି … ସ୍ଲୋଗାନ ଦେଇଥିଲେ। ବିରୋଧୀଙ୍କ ହଟ୍ଟଗୋଳରେ ବିଧାନସଭା ପ୍ରକମ୍ପିତ ହୋଇଥିଲା। ବାଚସ୍ପତି ତରବରିଆ ଭାବେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଅନୁମତି ଦେଇଥିଲେ। ମାତ୍ର ଦୁଇ ମିନିଟରେ ସେ ବଜେଟ ଉପସ୍ଥାପନ କାର୍ଯ୍ୟ ଶେଷ କରିଥିଲେ ା ପରେ ବାଚସ୍ପତି ଗୃହକୁ ଗୁରୁବାର ପୂର୍ବାହ୍ନ ୧୦ଟା ୩୦ ମିନିଟ ଯାଏ ମୁଲତବୀ ଘୋଷଣା କରିଥିଲେ।
ବିଧାନସଭା ବାହାରେ ପ୍ରତିକ୍ରିୟାରେ ସାଲୁଜା କହିଛନ୍ତି ଯେ, କଳଙ୍କିତ ମନ୍ତ୍ରୀଙ୍କୁ ଗୃହରେ ପୂରାଇ ଦେବୁନାହିଁ। ହତ୍ୟା ଘଟଣାରେ ମନ୍ତ୍ରୀ ପୂରା ସାମିଲ ଅଛନ୍ତି। କିନ୍ତୁ ଏ ସରକାର କିଛି କରୁନାହିଁ। ତାଙ୍କ ବାବଦରେ ତଦନ୍ତ କରାଯାଇନାହିଁ। ଯେ ପର୍ଯ୍ୟନ୍ତ ସରକାର ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରିନାହାନ୍ତି ସେ ପର୍ଯ୍ୟନ୍ତ ତାଙ୍କୁ ପବିତ୍ର ଗୃହରେ ପ୍ରବେଶ କରାଇ ଦିଆଯିବ ନାହିଁ।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଛନ୍ତି, ମମିତା ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ରହିବା ବେଳେ ରାଜ୍ୟ ସରକାର ଜାଣିଶୁଣି ଗୃହ ତାଙ୍କୁ ସୁରକ୍ଷା ଦେଉଛନ୍ତି। ମନ୍ତ୍ରୀଙ୍କୁ ବହିସ୍କାର ସହ ଏହି ଘଟଣାର ତଦନ୍ତ ସିବିଆଇକୁ ଦିଆଯାଉ ବୋଲି ଆମେ ବାରମ୍ବାର ଦାବି କରି ଆସୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri