ତୁର୍କୀରେ ଇତିହାସ ରଚିଲେ କଳାହାଣ୍ଡି ପୁଅ ଆକାଶ, ଭାରତ ପାଇଁ ଆଣିଲେ…

ଭବାନୀପାଟଣା,୨୨ା୬(ଉତ୍ତମ କୁମାର ଦାଶ): ତୁର୍କୀ ଦେଶର ମରସିନ ସହରରେ ଗତ ୧୮ରୁ ଚାଲିଥିବା ଓ୍ବାଲର୍‌ଡ ଆବିଲିଟିସ୍ପୋର୍ଟ ୟୁଥ୍‌ ଗେମ୍ସ-୨୦୨୬ରେ କଳାହାଣ୍ଡି ପୁଅ ଆକାଶ ରଞ୍ଜନ ମୁଣ୍ଡ ଇତିହାସ ରଚିଛନ୍ତି। ରବିବାର ଫାଇନାଲରେ ପୁରୁଷ ଏକକ (ଏସଏଲ୩) ଏବଂ ମିକ୍ସଡ ଡବଲ୍ସ (ଏସଏଲ୩-ଏସୟୁ୫) ୨ଟି ବିଭାଗରେ ଚାମ୍ପିୟନ ହୋଇ ଭାରତ ପାଇଁ ୨ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ସେହିପରି ଆଉ ଏକ ବିଭାଗରେ (ଇଭେଣ୍ଟ)ରେ ରୋପ୍ୟ ପଦକ ହାସଲ କରିଛନ୍ତି। ତାଙ୍କର ଏହି ସଫଳତାକୁ ନେଇଁ ରାଜ୍ୟ ତଥା ଦେଶର ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଅନେକ ଲୋକ ନିଜ ସୋସିଆଲ ମିଡିଆରେ ଆକାଶର ଏହି ସଫଳତାକୁ ନେଇ ଉତ୍ସାହ ଜାହିର କରିଛନ୍ତି।

Dharitri – Odisha’s No.1 Odia Daily

Share