ଖେଳ ସାମଗ୍ରୀ କ୍ରୟରେ ଦୁର୍ନୀତି ଅଭିଯୋଗ: ଭିଜିଲାନ୍ସର ତଦନ୍ତ ଆରମ୍ଭ

ଭବାନୀପାଟଣା,୧୨ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକରେ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରତି ପଞ୍ଚାୟତକୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଯୋଗାଯାଇଥିବା ଖେଳ ସାମଗ୍ରୀରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ନିମ୍ନମାନର ସାମଗ୍ରୀ ବଣ୍ଟନ କରାଯାଇଥିବା ଖେଳାଳିମାନେ ଅଭିଯୋଗ ଆଣିଥିଲେ।

ବ୍ଲକରେ ୩୪ ପଞ୍ଚାୟତ ରହିଥିବାବେଳେ ପ୍ରତି ପଞ୍ଚାୟତକୁ ଅଢେଇଲକ୍ଷ ଟଙ୍କା ହିସାବରେ ୮୫ଲକ୍ଷ ଟଙ୍କାର କ୍ରୀଡ଼ା ସାମଗ୍ରୀ ବ୍ଲକ ପ୍ରଶାସନ ପକ୍ଷରୁ ଯୋଗାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା କଳାହାଣ୍ଡି ଜିଲା ସମେତ ଓଡ଼ିଶାରେ ଅନେକ ଖେଳ ସାମଗ୍ରୀ ଦୋକାନ ରହିଥିବାବେଳେ ଛତିଶଗଡ଼ ରାଜ୍ୟ ରାୟପୁରର ଏକ ନିର୍ଦ୍ଦିଷ୍ଟ ଦୋକାନରୁ ଏହି ସାମଗ୍ରୀ କିଣାଯାଇଥିଲା। ଏହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଥିଲା। ଏହି ଘଟଣାକୁ ନେଇ ପ୍ରଥମେ ଗତ ଫେବୃଆରୀ ୧୨ରେ ଧରିତ୍ରୀରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ କାଲୋପଲା ପଞ୍ଚାୟତରେ ନିମ୍ନମାନର କ୍ରୀଡା ସାମଗ୍ରୀ ଯୋଗୁ ସ୍ଥାନୀୟ ଖେଳାଳି ପଞ୍ଚାୟତକୁ ଫେରାଇଥିଲେ। ଏହାକୁ ଭିଜିଲାନ୍ସ ଦ୍ବାରା ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଥିଲା। ଫଳରେ ଗତ ୨ଦିନ ହେଲା ଜୁନାଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି ଯୋଜନାରେ ଆସିଥିବା କ୍ରୀଡା ସାମଗ୍ରୀକୁ ତଦନ୍ତ କରୁଛି କଳାହାଣ୍ଡି ଭିଜିଲାନ୍ସ। ମଙ୍ଗଳବାର ପ୍ରଥମ ଦିନରେ ଭିଜିଲାନ୍ସ ବିଭାଗ ଜୁନାଗଡ଼ ବ୍ଲକର ବଣିଜରା, ମାଟିଗାଁ, ବୁଡିଦର, ତଲଜାରିଙ୍ଗ ପଞ୍ଚାୟତକୁ ଯାଇ ତଦନ୍ତ କରିଥିଲେ। ଦ୍ୱିତୀୟ ଦିନରେ ବୁଧବାର ବଳଦିଆମାଲ, ପଲାସ, କାଲୋପଲା, ମହିଚଲା ଓ ଚାରବାହାଲ ପଞ୍ଚାୟତକୁ ଯାଇ ତଦନ୍ତ କରିଥିବା ଜଣାପଡିଛି। ଏହାକୁ ନେଇ ଅଧିକାରୀ, କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ତଦନ୍ତ ବେଳେ ଭିଜିଲାନ୍ସ ଡ଼ିଏସ୍‌ପି ପ୍ରଦୀପ କୁମାର ଆଇନ୍ଦ, ଇନ୍ସପେକ୍ଟର ଆଲୋକ କୁମାର ମହାପାତ୍ର, ଷ୍ଟେନୋ ସନ୍ତୋଷ ମହାନ୍ତି ପ୍ରମୁଖ ସାମିଲ ଥିଲେ। ଏ ନେଇ ଭିଜିଲାନ୍ସ ଡ଼ିଏସ୍‌ପି ଆଇନ୍ଦଙ୍କୁ ପଚାରିବାରୁ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି, ତଦନ୍ତ ଶେଷ ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ଜମି ଜବରଦଖଲ ବିରୋଧରେ ଗର୍ଜିଲେ ଗ୍ରାମବାସୀ: ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଦେଲେ ଏମିତି ଚେତାବନୀ

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ ଭୂମି ଜବରଦଖଲକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମର…

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ସନ୍ଧ୍ୟା ୫ଟାରେ ଜଳିବ ଝାଡ଼ଦୀପ

ଢେଙ୍କାନାଳ,୩୧ା୧(ରତନ ନାୟାର):ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଶନିବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ସନ୍ଧ୍ୟା…

ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଭି. ରମେଶଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ, ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୩୧।୧(ଦିଲ୍ଲୀପ ସାମଲ): ଭିନ୍ନକ୍ଷମ ହେଲେବି ସେ ସକ୍ଷମ । କ୍ରୀଡା କ୍ଷେତ୍ରରେ ବେଶ ସଫଳତା ହାସଲ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଅନ୍ତର୍ଜାତୀୟ…

ପାନୀୟ ପ୍ରକଳ୍ପ ଗ୍ୟାଲେରି ସୀମାରୁ ବାଲି ଉଠାଣ ନେଇ ଅସନ୍ତୋଷ: ୩ ଶହ ବଦଳରେ ୬ ଶହ ଟଙ୍କା ରୟାଲ୍‌ଟି

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲସ୍ଥିତ ସୁକତେଲ ନଦୀ ବାଲିଘାଟ ନେଇଥିବା ଲିଜଧାରୀଙ୍କ ମନମାନୀ ଦେଖିବାକୁ ମିଳିଛି। ଗତ ବୁଧବାର ଠାରୁ ହଠାତ୍‌ ବାଲିଉଠାଣ…

ପାନ ଦୋକାନରେ ଚଢାଉ : ତମାଖୁ ଉତ୍ପାଦ ବିକ୍ରି କରି ଗଣିଲେ ତଣ୍ଡ

ବରଗଡ଼, ୩୧।୧(ପ୍ରେମାନନ୍ଦ ଖମାରୀ):ବରଗଡ ଜିଲା ସ୍ବାସ୍ଥ୍ୟ, ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଏକ ମିଳିତ କାର୍ଯ୍ୟକାରୀ ସ୍କ୍ବାଡ୍‌ ଗଠିତ ହୋଇ ତମାଖୁ ନିୟନ୍ତ୍ରଣ ନିୟମ…

ଲାଗି ରହିଛି ଡ୍ରେନେଜ ଅବ୍ୟବସ୍ଥା, ଜିଲାପାଳଙ୍କୁ ଫେରାଦ ପଡ଼ାବାସୀ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରର ବିଭିନ୍ନ ସ୍ଥାନରେ ନର୍ଦ୍ଦମା ପାଣି ନିଷ୍କାସନ ତଥା ଡ୍ରେନେଜ ଅବ୍ୟବସ୍ଥା ଲାଗି ରହିଛି। ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri