ଖେଳ ସାମଗ୍ରୀ କ୍ରୟରେ ଦୁର୍ନୀତି ଅଭିଯୋଗ: ଭିଜିଲାନ୍ସର ତଦନ୍ତ ଆରମ୍ଭ

ଭବାନୀପାଟଣା,୧୨ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକରେ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରତି ପଞ୍ଚାୟତକୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଯୋଗାଯାଇଥିବା ଖେଳ ସାମଗ୍ରୀରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ନିମ୍ନମାନର ସାମଗ୍ରୀ ବଣ୍ଟନ କରାଯାଇଥିବା ଖେଳାଳିମାନେ ଅଭିଯୋଗ ଆଣିଥିଲେ।

ବ୍ଲକରେ ୩୪ ପଞ୍ଚାୟତ ରହିଥିବାବେଳେ ପ୍ରତି ପଞ୍ଚାୟତକୁ ଅଢେଇଲକ୍ଷ ଟଙ୍କା ହିସାବରେ ୮୫ଲକ୍ଷ ଟଙ୍କାର କ୍ରୀଡ଼ା ସାମଗ୍ରୀ ବ୍ଲକ ପ୍ରଶାସନ ପକ୍ଷରୁ ଯୋଗାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା କଳାହାଣ୍ଡି ଜିଲା ସମେତ ଓଡ଼ିଶାରେ ଅନେକ ଖେଳ ସାମଗ୍ରୀ ଦୋକାନ ରହିଥିବାବେଳେ ଛତିଶଗଡ଼ ରାଜ୍ୟ ରାୟପୁରର ଏକ ନିର୍ଦ୍ଦିଷ୍ଟ ଦୋକାନରୁ ଏହି ସାମଗ୍ରୀ କିଣାଯାଇଥିଲା। ଏହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଥିଲା। ଏହି ଘଟଣାକୁ ନେଇ ପ୍ରଥମେ ଗତ ଫେବୃଆରୀ ୧୨ରେ ଧରିତ୍ରୀରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ କାଲୋପଲା ପଞ୍ଚାୟତରେ ନିମ୍ନମାନର କ୍ରୀଡା ସାମଗ୍ରୀ ଯୋଗୁ ସ୍ଥାନୀୟ ଖେଳାଳି ପଞ୍ଚାୟତକୁ ଫେରାଇଥିଲେ। ଏହାକୁ ଭିଜିଲାନ୍ସ ଦ୍ବାରା ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଥିଲା। ଫଳରେ ଗତ ୨ଦିନ ହେଲା ଜୁନାଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି ଯୋଜନାରେ ଆସିଥିବା କ୍ରୀଡା ସାମଗ୍ରୀକୁ ତଦନ୍ତ କରୁଛି କଳାହାଣ୍ଡି ଭିଜିଲାନ୍ସ। ମଙ୍ଗଳବାର ପ୍ରଥମ ଦିନରେ ଭିଜିଲାନ୍ସ ବିଭାଗ ଜୁନାଗଡ଼ ବ୍ଲକର ବଣିଜରା, ମାଟିଗାଁ, ବୁଡିଦର, ତଲଜାରିଙ୍ଗ ପଞ୍ଚାୟତକୁ ଯାଇ ତଦନ୍ତ କରିଥିଲେ। ଦ୍ୱିତୀୟ ଦିନରେ ବୁଧବାର ବଳଦିଆମାଲ, ପଲାସ, କାଲୋପଲା, ମହିଚଲା ଓ ଚାରବାହାଲ ପଞ୍ଚାୟତକୁ ଯାଇ ତଦନ୍ତ କରିଥିବା ଜଣାପଡିଛି। ଏହାକୁ ନେଇ ଅଧିକାରୀ, କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ତଦନ୍ତ ବେଳେ ଭିଜିଲାନ୍ସ ଡ଼ିଏସ୍‌ପି ପ୍ରଦୀପ କୁମାର ଆଇନ୍ଦ, ଇନ୍ସପେକ୍ଟର ଆଲୋକ କୁମାର ମହାପାତ୍ର, ଷ୍ଟେନୋ ସନ୍ତୋଷ ମହାନ୍ତି ପ୍ରମୁଖ ସାମିଲ ଥିଲେ। ଏ ନେଇ ଭିଜିଲାନ୍ସ ଡ଼ିଏସ୍‌ପି ଆଇନ୍ଦଙ୍କୁ ପଚାରିବାରୁ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି, ତଦନ୍ତ ଶେଷ ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ଘାସ ଖାଇବାର କାଲି ଦେଖିଲି, କାହାକୁ ଏମିତି କହିଦେଲେ ଭକ୍ତ ଦାସ

କଟକ,୧୭।୩(ପ୍ରଭୁ କଲ୍ୟାଣ ପାଲ): ରାଜ୍ୟ ସଭା  ନିର୍ବାଚନରେ  ୩ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ନେଇ ବିଧାୟକ, ବିଧାୟିକାଙ୍କୁ  ନିଲମ୍ବନ କରାଯାଇଛି। ଏହି ପ୍ରସଙ୍ଗରେ ପିସିସି  ସଭାପତି…

ଚନ୍ଦ୍ରଭାଗା କୂଳରୁ ମିଳିଲା ଡଲଫିନ୍‌ର ମୃତଦେହ: ଡଙ୍ଗା କିମ୍ୱା ଟ୍ରଲର ମାଡ଼ରେ ମୃତ୍ୟୁ ସନ୍ଦେହ

କୋଣାର୍କ,୧୭।୩: ପୁରୀ ଜିଲା ଚନ୍ଦ୍ରଭାଗା ସମୁଦ୍ର କୂଳରୁ ମଙ୍ଗଳବାର ଏକ ଡଲଫିନ୍‌ର ମୃତଦେହ ଉଦ୍ଧାର କରାଯାଇଛି। ଡଙ୍ଗା କିମ୍ୱା ଟ୍ରଲର ମାଡ଼ରେ ଡଲଫିନ୍‌ର ମୃତ୍ୟୁ ଘଟିିଥିବା ସନ୍ଦେହ…

SCB ମେଡିକାଲ ଅଗ୍ନିକାଣ୍ଡ: ମତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

କଟକ,୧୭।୩: କଟକ SCB ମେଡିକାଲ ଅଗ୍ନିକାଣ୍ଡରେ ମତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ଘଟିଛି। ଏ ନେଇ ବିଧାନସଭାରେ ଉତ୍ତର ରଖିଲା ବେଳେ ସ୍ପଷ୍ଟ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ।…

ସିମନବାଡିରେ ଅଜବ ପରାମ୍ପରା: ବିଶ୍ୱାସ ରହିଛି ଏମିତି କଲେ ଦୂର ହୁଏ ରୋଗ ପିଡା

ଦାରିଙ୍ଗବାଡି, ୧୭ ।୩ (ଅରୁଣ ସାହୁ ): ବିଶ୍ୱାସ ଅନେକ ଦୁଃଖକୁ ଦୂର କରିବା ନଜିର ରହିଛି। ରୋଗ ବ୍ୟାଧି ହେଉ କି ହାଡଫୁଟି, ବସନ୍ତ ଭଳି…

ସିରିଜ୍‌ ଦୁର୍ଘଟଣା: ୪ ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଚାପି ହୋଇ ରହିଲେ ଡ୍ରାଇଭର, ଘଟଣାସ୍ଥଳରେ…

ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଚୈତ୍ରପର୍ବର ଦ୍ୱିତୀୟ ମଙ୍ଗଳବାର, ମା’ ତାରାତାରିଣୀଙ୍କ ଦର୍ଶନ ଲାଗି ପୀଠରେ ଭକ୍ତଙ୍କ ଭିଡ଼

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ବିତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ନିଆଁରେ ଜଳୁଥିଲେ ମେନକା, ଚିତ୍କାର କରି ଡାକୁଥିଲେ ପୁଅ: ଛାଡ଼ିଲେନି SCB ସିକ୍ୟୁରିଟୀ, ଆସିଲା ସାଂଘାତିକ ଅଭିଯୋଗ

ମହାକାଳପଡ଼ା, ୧୭ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):କଟକ ବଡ଼ ଡାକ୍ତରଖାନାରେ ରବିବାର ବିଳମ୍ବିତ ରାତିରେ ମେଡିସିନ ୱାର୍ଡ ଟ୍ରମା କେୟାର ଆଇସିୟୁରେ ଶର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିଲା। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri