କାଳବୈଶାଖୀରେ ବୃଦ୍ଧାଙ୍କ ଘର ଛପର ଉଡ଼ିଲା

ନୂଆପଡ଼ା,୧୦ା୫ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ୍‌ ଚୂଳାଭାଟ ପଞ୍ଚାୟତ ଗଙ୍ଗାଦିଗଡ଼ ଗାଁରେ ଶୁକ୍ରବାର କାଳବୈଶାଖୀରେ ଜଣେ ବୃଦ୍ଧାଙ୍କ ଘର ଛପର ଉଡ଼ିଯାଇଛି। ସୂଚନାକ୍ରମେ ଗାଁର ଶାନ୍ତିବାଈ ମାଝି (୭୦) ଘରେ ଏକାକୀ ରହନ୍ତି। ସେ ଦୀର୍ଘବର୍ଷ ହେବ ଆବାସ ଗୃହ ପାଇଁ ଆବେଦନ କରିଆସୁଥିଲେ ମଧ୍ୟ ସୁଫଳ ପାଇନାହାନ୍ତି। ତେଣୁ ସେ ବହୁ ପୁରୁଣା ଝାଟିମାଟି ଘରେ ରହିଆସୁଥିଲେ। ଏପରିସ୍ଥଳେ ଶୁକ୍ରବାର ରାତ୍ରିରେ ଖାଇ ଶୋଇଥିବା ସମୟରେ ହଠାତ୍‌ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇଥିଲା। ଏଥିରେ ତାଙ୍କ ଘର ଛାତ ଉଡ଼ିଯାଇଥିବାବେଳେ କାନ୍ଥ ଭାଙ୍ଗିପଡ଼ିଛି। ସୌଭାଗ୍ୟବଶତଃ ଶାନ୍ତିବାଈ ବର୍ତ୍ତିଯାଇଛନ୍ତି। ଘର ଭାଙ୍ଗିଯିବା ପରେ ସେ ଖୋଲା ଆକାଶ ତଳେ ପଡ଼ିରହିଛନ୍ତି। ଗ୍ରାମବାସୀ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ଏ ସମ୍ପର୍କରେ ଲିଖିତ ଭାବରେ ଜଣାଇଛନ୍ତି। ରାଜସ୍ବ ନିରୀକ୍ଷକ ଏହାର ତଦନ୍ତକରି କ୍ଷୟକ୍ଷତିର ଆକଳନକରି ସରକାରୀ ସହାୟତା ଯୋଗାଇଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ପିଟିଲା ବରଯାତ୍ରୀ ଗାଡ଼ି: ଦୁଇ ବାଇକ୍‌ ଆରୋହୀ ଗୁରୁତର

ଧର୍ମଶାଳା,୨୫।୫(ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଶଙ୍ଖାଢିଅ ନିକଟରେ ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବକ, ଗୋକନେଶ୍ୱର...

ମଇଁଷି ଚାଲାଣ ପଡ଼ିଲା ମହଙ୍ଗା

ଭଞ୍ଜନଗର,୨୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଗୁରୁବାର ଖାରିଗୁଡ଼ା ଟୋଲ୍‌ ଗେଟ ନିକଟରୁ ବେଆଇନ ଭାବେ ମଇଁଷି ଚାଲାଣ କରୁଥିବା ଅଭିଯୋଗରେ ୪ଜଣ ଯୁବକଙ୍କୁ...

ଓଡ଼ିଶା ହାଇକୋର୍ଟର ଅଭିନବ ରାୟ: ବ୍ୟାଙ୍କରେ ଠକେଇ କରିଥିବା ମହିଳାଙ୍କୁ ସେହି ବ୍ୟାଙ୍କରେ ସଫେଇ କାମ କରିବାକୁ ନିର୍ଦ୍ଦେଶ

କଟକ, ୨୨।୫: ଓଡ଼ିଶା ହାଇକୋର୍ଟ ଏକ ଅଭିନବ ରାୟ କରି ବ୍ୟାଙ୍କ ଠକେଇ ମାମଲାରେ ଅଭିଯୁକ୍ତ ମହିଳା ମନୋଜ୍ଞାନ ପଟ୍ଟନାୟକଙ୍କୁ ଏକ ଅସାଧାରଣ ସର୍ତ୍ତରେ ଜାମିନ...

ରାଜୀବ ଗାନ୍ଧୀଙ୍କ ନୀତି, ଆଦର୍ଶକୁ ଅନୁସରଣ କରାଯାଉ

କେସିଙ୍ଗା,୨୨ା୫(ତୁମେଶ୍ବର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା କଂଗ୍ରେସ ଭବନରେ ଗୁରୁବାର ଟାଉନ ସଭାପତି ସୁଭାଷ ଜୈନଙ୍କ ସଭାପତିତ୍ୱରେ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ସୃତିଚାରଣ ସଭା ଅନୁଷ୍ଠିତ...

ଜେଲ ଗଲେ କୁଖ୍ୟାତ ଅପରାଧୀ

ଦିଗପହଣ୍ଡି,୨୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଜଣାଶୁଣା କୁଖ୍ୟାତ ଜଣେ ପେସାଦାର ଅପରାଧୀଙ୍କୁ ଦିଗପହଣ୍ଡି ପୋଲିସ ପୁଣି ଗିରଫ କରି ଗୁରୁବାର କୋର୍ଟ...

୧୧୫୦୦୦ କୋଟି ଟଙ୍କାର ୨୪ ଶିଳ୍ପ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୩୬୦୦୦ ନିଯୁକ୍ତି ସୁଯୋଗ…

ଭୁବନେଶ୍ୱର, ୨୨।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଯାଜପୁରର କଳିଙ୍ଗନଗର ଠାରେ ୧,୧୫,୦୦୦ କୋଟି ଟଙ୍କାର ମୋଟ ୨୪ଟି ଶିଳ୍ପ ପ୍ରକଳ୍ପର ଉଦ୍‌ଘାଟନ ଏବଂ...

କୋର୍ଟରେ ମିଳିଲା ସାଂଘାତିକ ପ୍ରମାଣ! ପ୍ରିୟଙ୍କାଙ୍କ ସହ ଜ୍ୟୋତି ପୁରୀରେ…

ପୁରୀ,୨୨।୫: ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସହ ଓଡ଼ିଆ ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ପୁରୀ ପୋଲିସ ଜେରା କରିଛି। ଜେରା ସମୟରେ ପ୍ରିୟଙ୍କା କହିଛନ୍ତି ଯେ ଜ୍ୟୋତି...

ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ବାମୀଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମର ରିତୁ ବେହେରାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଥାନାରେ ଅଟକ ଥିବା ରିତୁଙ୍କ ସ୍ବାମୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri