ଦିଗପହଣ୍ଡି-ସାନଖେମୁଣ୍ଡିରେ କାଳବୈଶାଖୀରେ ତାଣ୍ଡବ: କୁଆପଥର ମାଡ଼ ସହ ଝଡ଼ ବର୍ଷା, ଉଡିଗଲା…

ଦିଗପହଣ୍ଡି,୨୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ ଟାରୁ ସାଢ଼େ ୫ ଟା ଯାଏ କାଳବୈଶାଖୀ ପ୍ରଭାବରେ ଘନ ଘନ ବଜ୍ରପାତ ସାଙ୍ଗକୁ ଝଡ଼ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। କିଛି ଅଞ୍ଚଳରେ କୁଆପଥର ବର୍ଷା ହୋଇଥିଲା। ଝଡ଼ବର୍ଷା ଯୋଗୁ ଦୀର୍ଘ ସମୟ ଧରି ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ରାସ୍ତାଘାଟ ଶୁନଶାନ ହୋଇପଡିଥିଲା। କୌଣସି ବଡ ଧରଣର କ୍ଷୟକ୍ଷତି ରିପୋର୍ଟ ମିଳି ନ ଥିଲେ ମଧ୍ୟ ଅନେକ ଗ୍ରାମାଞ୍ଚଳରେ ଭୀଷଣ ପବନ ସାଙ୍ଗକୁ କାଳବୈଶାଖୀର ତାଣ୍ଡବ ଯୋଗୁ ଚାଳ ଓ ଟିଣ ଘର ଉଡ଼ିଯାଇଛି। ଅନେକ ଗ୍ରାମର ରାସ୍ତାକଡରେ ଥିବା ଗଛ ଉପୁଡ଼ି ପଡ଼ିବା ସହ ଗଛ ଡାଳ ଭାଙ୍ଗି ପଡ଼ିବାରୁ ରାସ୍ତା ଅବରୋଧ ହୋଇଥିଲା। କୁଆପଥର ମାଡରେ ଗ୍ରାମାଞ୍ଚଳ ମାନଙ୍କରେ ପନିପରିବା ଓ ଆମ୍ବ ଫସଲ ନଷ୍ଟ ହୋଇଥିବା ଜଣାପଡିଛି।

Share