ପୁଣି ନୋ କିସିଂ ନିୟମ ଭାଙ୍ଗିଲେ କାଜଲ, ଅନ୍‌ସ୍କ୍ରିନ୍‌ ସ୍ବାମୀଙ୍କୁ କିସ୍‌ ଦେଇ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଜଲ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଧାରାବାହିକ, ‘ଦି ଟ୍ରାଏଲ ୨’ ଓ୍ବେବ୍‌ ସିରିଜ୍‌ ଆଜି ଅର୍ଥାତ୍‌ ଶୁକ୍ରବାର JioHotstarରେ ରିଲିଜ ହୋଇଛି। ଏଥିରେ କାଜଲ ଜଣେ ଓକିଲ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କର ନୟୋନିକା ସେନଗୁପ୍ତାଙ୍କ ଚରିତ୍ର ପୁଣିଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।  ଓ୍ବେବ୍‌ ସିରିଜ୍‌ରେ ସେ ତାଙ୍କ ଅନସ୍କ୍ରିନ ସ୍ବମୀଙ୍କୁ କିସ୍‌ କରିଛନ୍ତି। ଏହା ଭାଇରାଲ ହେବାରେ ଲାଗିଛି।

ଯେତେବେଳେ କାଜଲ ବଲିଉଡରେ ଏଣ୍ଟ୍ରି କରିଥିଲେ, ସେ କିସ୍‌ ନ ଦେବା ପଲିସି ବା ନୀତି ବଜାୟ ରଖିଥିଲେ। ସେ ତାଙ୍କ ଫିଲ୍ମରୁ କିସିଂ ସିନ୍‌ କରିବାରୁ ନିବୃତ୍ତ ରହିଥିଲେ କିନ୍ତୁ ଓଟିଟି ପ୍ଲାଟ୍‌ଫର୍ମକୁ ଯିବା ପରେ ସେ ଏହି ନିୟମ ଭଙ୍ଗ କରିଛନ୍ତି।

Kajol kissing scene from her debut web series The Trial goes viral -Hindi Filmibeat

କାଜଲଙ୍କ ପ୍ରଥମ କିସ୍‌ ସିନ୍‌ ଦୃଶ୍ୟ ‘ଦି ଟ୍ରାଏଲ’ର ପ୍ରଥମ ସିଜିନରେ ପ୍ରଦର୍ଶିତ ହୋଇଥିଲା, ଯେଉଁଠାରେ ସେ ତାଙ୍କ ଅନସ୍କ୍ରିନ ସ୍ବାମୀ, ଜଣେ ପାକିସ୍ତାନୀ ଅଭିନେତାଙ୍କୁ କିସ୍‌ ଦେଇଥିଲେ। ଏବେ ଓ୍ବେବ୍‌ ସିରିଜ୍‌ର ଦ୍ୱିତୀୟ ସିଜିନ ଆସିଛି ଏବଂ ଏଥିରେ ଏକ କିସ୍‌ ସିନ୍‌ ମଧ୍ୟ ରହିଛି। ଶେଷ ଏପିସୋଡ୍‌ରେ, ଅଭିନେତ୍ରୀ ତାଙ୍କ ଅନସ୍କ୍ରିନ୍‌ ସ୍ବାମୀଙ୍କୁ କିସ୍‌ କରୁଥିବାର ଦେଖାଯାଇଛି। ଏହି ଭିଡିଓ ଭାଇରାଲ ହେଉଛି। ଏହି ସିନ୍‌ରେ ଯୀଶୁ ଏବଂ କାଜଲଙ୍କ ମଧ୍ୟରେ ଏକ ଭାବପ୍ରବଣ ସିନ୍‌ ଦର୍ଶାଯାଇଛି, ଯେଉଁଥିରେ ସେମାନେ ପରସ୍ପରକୁ କିସ୍‌ କରୁଥିବାର ଦେଖାଯାଉଛି।

Kajol best sale hot scene

ଏହା କହିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା କାଜଲ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ କିସ୍‌ ନ କରିବା ସହିତ। ସେ ତାଙ୍କ ୨୯ ବର୍ଷର କ୍ୟାରିଅରରେ କେବେ କୌଣସି କିସ୍‌ ସିନ୍‌ କିମ୍ବା ଅନ୍ତରଙ୍ଗ ସିନ୍‌ କରି ନ ଥିଲେ। ସେ କହିଥିଲେ ଯେ, ସେ ଏପରି ସିନ୍‌ ସହିତ ଅସହଜ ଥିଲେ, କିନ୍ତୁ ବର୍ତ୍ତମାନ ସମୟ ବଦଳି ଯାଇଛି ବୋଲି ସେ ଏପରି କରିଥିଲେ।

For The First Time Ever, Kajol Does A French Kiss On-Screen In New Web Show “The Trial” - RVCJ Media

‘ଦ ଟ୍ରାଏଲ ୨’ ବିଷୟରେ କହିବାକୁ ଗଲେ ଏହି ୬-ଏପିସୋଡ୍‌ ସିରିଜ୍‌ରେ କାଜଲ ତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ବିଚ୍ଛିନ୍ନ ହୋଇଥିବା ଦେଖାଯାଇଛି। କାଜଲ ପୁଣି ଥରେ ତାଙ୍କ ଅଭିନୟ ଦ୍ୱାରା ଦର୍ଶକଙ୍କୁ ପ୍ରଭାବିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri