Posted inଖେଳ

ଆଜି ଭାରତ-ଓମାନ ମୁକାବିଲା: ଏହି ସବୁ ଖେଳାଳିଙ୍କୁ ଦିଆଯାଇପାରେ ବିଶ୍ରାମ

ଆବୁଧାବି,୧୯ା୯: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଶୁକ୍ରବାର ଚଳିତ ଏସିଆ କପ୍‌ରେ ତା’ର ଅନ୍ତିମ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଓମାନକୁ ଭେଟିବ। ଭାରତ ପୂର୍ବରୁ ସୁପର-୪’ ପର୍ଯ୍ୟାୟରେ ସ୍ଥାନ ପକ୍କା କରିସାରିଥିବାରୁ ଶେଖ୍‌ ଜାୟେଦ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ର ବିଶେଷ ଗୁରୁତ୍ୱ ନାହିଁ।

ଆସନ୍ତା ରବିବାର ଭାରତୀୟ ଦଳ ସୁପର-୪’ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଏଣୁ ଓମାନ ବିପକ୍ଷ ମ୍ୟାଚ୍‌ ଜରିଆରେ ଦଳୀୟ ବ୍ୟାଟରଙ୍କୁ ଭରପୂର ସୁଯୋଗ ଦେବା ଲକ୍ଷ୍ୟରେ ରହିବ ଟିମ୍‌ ମ୍ୟାନେଜମେଣ୍ଟ।

ଓପନର ଅଭିଷେକ ଶର୍ମା ପ୍ରଥମ ଦୁଇ ମ୍ୟାଚ୍‌ରେ ଦଳକୁ ବିସ୍ଫୋରକ ଆରମ୍ଭ ପ୍ରଦାନ କରିଥିବା ବେଳେ ଉପଅଧିନାୟକ ଶୁବମନ ଗିଲ ଟିକେ ଲମ୍ବା ସମୟ ଧରି ବ୍ୟାଟିଂ କରିପାରି ନାହାନ୍ତି।

ଅଧିନାୟକ ସୂର୍ଯ୍ୟକୁମାର ପାକିସ୍ତାନ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ସେ ତିଲକ ବର୍ମାଙ୍କୁ ଅଧିକ ଗେମ୍‌ ଟାଇମ୍‌ ଦେବାକୁ ପସନ୍ଦ କରିପାରନ୍ତି। ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ସଞ୍ଜୁ ସାମସନ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିନାହିଁ।

ଭାରତ ଯଦି ଫାଇନାଲକୁ ଯାଏ, ତେବେ ଆସନ୍ତା ୭ ଦିନ ମଧ୍ୟରେ ୪ଟି ମ୍ୟାଚ୍‌ ଖେଳିବାକୁ ପଡ଼ିବ। ଏଣୁ ଭାରତୀୟ ମିଡିଲ ଅର୍ଡର ବ୍ୟାଟରଙ୍କୁ ଗୁରୁତ୍ୱପୂର୍ଣ୍ଣ ସପ୍ତାହ ପୂର୍ବରୁ ଅଧିକ ଗେମ୍‌ ଟାଇମର ଆବଶ୍ୟକତା ରହିଛି। କିନ୍ତୁ ଭାରତୀୟ ଦଳର ବୋଲିଂ ଲାଇନ ଅପ୍‌ ଏତେ ଶକ୍ତିଶାଳୀ ଯେ, ଏହା ଆଗରେ ଜତିନ୍ଦର ସିଂଙ୍କ ନେତୃତ୍ୱାଧୀନ ଓମାନ ଦଳର ଏକ ଭଲ ସ୍କୋର କରିବାର ଖୁବ କମ୍‌ ସମ୍ଭାବନା ରହିଛି।

ପାକିସ୍ତାନ ଓ ୟୁଏଇ ବିପକ୍ଷ ଦୁଇଟି ମ୍ୟାଚ୍‌ରେ ଓମାନ ଯଥାକ୍ରମେ ୬୭ ଓ ୧୩୦ ରନ କରିଥିଲା। ଉଭୟ ମ୍ୟାଚ୍‌ରେ ଦଳର କୌଣସି ବ୍ୟାଟର ୩୦ ରନ କରିପାରି ନ ଥିଲେ। ଏହି ମ୍ୟାଚ୍‌ ଲାଗି ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ବିଶେଷ କୌଣସି ଏକ୍ସପେରିମେଣ୍ଟ ନ କରିପାରନ୍ତି। କିନ୍ତୁ ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇପାରେ। ଏଭଳି ପରିସ୍ଥିତିରେ ବାମହାତୀ ପେସର ଅର୍ଶଦୀପ ସିଂଙ୍କୁ ଏକମାତ୍ର ସ୍ପେଶାଲିଷ୍ଟ ପେସର ଭାବେ ସାମିଲ କରାଯିବ। ଏହାଛଡ଼ା ବୋଲିଂ ଲାଇନ୍‌ ଅପ୍‌ରେ କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ଦିଆଯିବାର ସମ୍ଭାବନା ରହିଛି। ଏହି ସ୍ଥାନରେ ହର୍ଷିତ ରାଣାଙ୍କୁ ସାମିଲ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri