ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ୮୩ ହଜାର ଟଙ୍କା ସହାୟତା ମାଗିଲେ ପ୍ରଶଂସକ, ଆଉ ତା’ପରେ

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର କିଛି ତାରକା କେବଳ ଅଭିନୟ ମାଧ୍ୟମରେ ଲକ୍ଷ ଲକ୍ଷ ଦର୍ଶକଙ୍କୁ ପ୍ରଭାବିତ କରନ୍ତି ନାହିଁ, ବାସ୍ତବ ଜୀବନରେ କିଛି ଅନୁକମ୍ପାମୂଳକ କାର୍ଯ୍ୟ କରି ମଧ୍ୟ ଲକ୍ଷ ଲକ୍ଷ ହୃଦୟକୁ ଜିତିଥାନ୍ତି। ଏହିପରି ତାରକା ତାଲିକାରେ ସଲମାନ ଖାନ, ଶାହାରୁଖ ଖାନ, ସୋନୁ ସୁଦଙ୍କ ପରି ଅନେକ ସେଲିବ୍ରିଟି ଅଛନ୍ତି। ଏବେ ଏହି ସାଲିକାରେ ସାମିଲ ହୋଇଛନ୍ତି, ସିଂଘମ ଅଭିନେତ୍ରୀ କାଜଲ ଅଗ୍ରୱାଲ। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରୁ ବଲିଉଡ ଡେଇଁଥିବା କାଜଲ ତାଙ୍କର ଜଣେ ପ୍ରଶଂସକଙ୍କୁ ସହାୟତାର ହାତ ବଢାଇଛନ୍ତି। ହାଇଦ୍ରାବାଦରୁ ଆସିଥିବା ଜଣେ ମହିଳା ପ୍ରଶଂସକଙ୍କ କଲେଜ ଫି’ ଦେଇଛନ୍ତି ସେ। ସୁମା ନାମକ ଜଣେ ଫାର୍ମାସି ଛାତ୍ରୀ କଲେଜ ଫି ଦେବାକୁ ତାଙ୍କ ପାଖରେ ଟଙ୍କା ନ ଥିଲା। ସେ ଟୁଇଟର ମାଧ୍ୟମରେ କାଜଲଙ୍କୁ ସାହାଯ୍ୟ ମାଗିଥିଲେ। ତାଙ୍କ ଆକାଉଣ୍ଟ ବିବରଣୀ ଶେୟାର କରି ସାହାଯ୍ୟ କରିବାକୁ ନିବେଦନ କରିଥିଲେ। କାଜଲ ବିଳମ୍ବ ନକରି ଛାତ୍ରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ।
ସୁମା ଏହି କାଜଲଙ୍କୁ ଟ୍ୟାଗ କରି ପୋଷ୍ଟରେ ଲେଖିଛନ୍ତି, ମୋର ଚାକିରି କିଛି ଦିନ ପୂର୍ବରୁ ଚାଲିଯାଇଛି, ଫଳରେ ମୁଁ ମୋର ପରବର୍ତ୍ତୀ ଅଧ୍ୟୟନ ଏମ୍‌ଫାର୍ମା ପାଇଁ ଟଙ୍କା ସଂଗ୍ରହ କରିପାରୁ ନାହିଁ, ଦୟାକରି ମୋର ଫି’ ଦେବାରେ ସାହାଯ୍ୟ କରନ୍ତୁ। କାଜଲଙ୍କ ପ୍ରତିନିଧୀ ସୁମାଙ୍କ ପୋଷ୍ଟକୁ ଦେଖି ସଙ୍ଗେ ସଙ୍ଗେ ଅଭିନେତ୍ରୀଙ୍କୁ ଜଣାଇଥିଲେ।ଏହା ପରେ କାଜଲ ତାଙ୍କ ଆକାଉଣ୍ଟକୁ ୧ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। ସୋସିଆଲ ମିଡିଆରେ କାଜଲଙ୍କ ଉଦାରତା ପୋଷ୍ଟ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri