Posted inଖେଳ

ସଚିନ ଆଉଟ୍‌ ହେବା ପରେ ‘ଦେବଦାସ’ ଫିଲ୍ମ ଦେଖିବାକୁ ଚାଲି ଯାଇଥିଲେ ଏହି କ୍ରିକେଟରଙ୍କ ମା’ବାପା; ପୁଅଙ୍କ ଖେଳ ଦେଖି ନ ଥିଲେ

ନୂଆଦିଲ୍ଲୀ,୧୫।୯: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କ ଅଧିନାୟକତ୍ୱରେ ଖେଳାଯାଇଥିବା ନେଟଓ୍ବେଷ୍ଟ ଟ୍ରଫିକୁ ଆଜି ବି ଲୋକେ ମନେ ପକାନ୍ତି। ଭାରତୀୟ ଟିମ୍‌ ଅନେକ ଫାଇନାଲ ହାରିବା ପରେ ଉକ୍ତ ଟୁର୍ନାମେଣ୍ଟରେ ଜିତିଥିଲା। ୨୦୦୨ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଇଲଂଣ୍ଡକୁ ହରାଇଥିଲା। ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମହମ୍ମଦ କୈଫ। ଏକ ସାକ୍ଷାତକାରରେ କୈଫ ଉକ୍ତ ମ୍ୟାଚ୍‌ ସହ ଜଡ଼ିତ କିଛି ସ୍ମୃତିକୁ ପୁନଃ ତାଜା କରିଛନ୍ତି। ମ୍ୟାଚ୍‌ରେ ସଚିନ୍‌ ତେନ୍ଦୁଲକର ଆଉଟ୍‌ ହୋଇଯିବା ପରେ ଲୋକେ ଷ୍ଟାଡିୟମରୁ ବାହାରକୁ ଚାଲିଯାଇଥିଲେ। କେବଳ ଏତିକି ନୁହେଁ ଲୋକେ ଟିଭି ଦେଖିବା ମଧ୍ୟ ବନ୍ଦ କରିଦେଇଥିଲେ।

ସଚିନ ଆଉଟ୍‌ ହେବା ପରେ କୈଫ ପଡ଼ିଆକୁ ଯାଇଥିଲେ। ହେଲେ ଦର୍ଶକେ ଷ୍ଟାଡିୟମ ବାହାରକୁ ଯାଉଥିବା ଦେଖିବାକୁ ମିଳିଥିଲା। ସେ ମନେ ମନେ ତାଙ୍କୁ ଦେଖିବାକୁ କହିଥିଲେ। ହେଲେ କେହି ଶୁଣି ନ ଥିଲେ। ଏପରିକି ତାଙ୍କ ବାପାମା’ ମଧ୍ୟ ଫିଲ୍ମ ଦେଖିବାକୁ ଚାଲିଯାଇଥିଲେ। ସେତେବେଳେ ଶାହାରୁଖଙ୍କ ଫିଲ୍ମ ଦେବଦାସ ରିଲିଜ ହୋଇଥିଲା। ଘର ପାଖରେ ସିନେମାହଲ୍‌ ଥିବାରୁ ଘରଲୋକେ ସେଠାକୁ ଫିଲ୍ମ ଦେଖିବାକୁ ଚାଲିଯାଇଥିଲେ। ହେଲେ ପୁଅର ବ୍ୟାଟିଂ ଦେଖି ନ ଥିଲେ। ଯେତେବେଳେ ଆମେ ଜିତିଗଲୁ ସେତେବେଳେ ପଡୋଶୀ ଘରକୁ ଆସିଥିଲେ। ମାତ୍ର ଘରେ ତାଲା ଝୁଲୁଥିଲା। ସେମାନେ ସିନେମାହଲ ଯାଇଥିବା ଜାଣିବା ପରେ ଲୋକେ ସେଠାରେ ପହଞ୍ଚି ତାଙ୍କୁ ଭାରତ ଜିତିଥିବା ବିଷୟରେ କହିଥିଲେ।

ଉକ୍ତ ମ୍ୟାଚ୍‌ରେ ୭ନଂ ସ୍ଥାନରେ ଖେଳିବାକୁ ଆସିଥିଲେ କୈଫ। ସବୁବେଳେ ତାଙ୍କୁ ୭ରୁ ୮ ଓଭର ଖେଳିବାକୁ ସୁଯୋଗ ମିଳୁଥିବା ବେଳେ ସେଦିନ ୨୫ ଓଭର ମିଳିଥିଲା। ସେ ଯୁବରାଜଙ୍କ ସହ ମିଶି ଭାରତକୁ ଜିତାଇବାରେ ସଫଳ ହୋଇଥିଲା। ୩୨୬ ରନ୍‌ର ପିଛା କରୁଥିବା ଦଳ ଇଲଂଣ୍ଡକୁ ହରାଇଥିଲା। ୧୦୯ ବଲ୍‌ରେ କୈଫ ୮୭ ରନ୍‌ କରିଥିଲେ। ଯେଉଁଥିରେ ୬ ଚଉକା ଓ ୨ ଛକା ଥିଲା ବୋଲି ସେ କହିଛନ୍ତି। ଏହି ସ୍ମୃତି ସବୁଦିନ ପାଇଁ ତାଙ୍କ ମନେ ରହିବ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri