Categories: ରାଜ୍ୟ

ସିବିଆଇର ଏସ୍‌ପି ଭାବେ କାର୍ଯ୍ୟ କରିବେ କେ.ଶିବା ସୁବ୍ରମଣୀ

ଭୁବନେଶ୍ୱର,୨୬ା୧୦(ବ୍ୟୁରୋ): ଢେଙ୍କାନାଳ ଏସ୍‌ପି କେ.ଶିବା ସୁବ୍ରମଣୀ କେନ୍ଦ୍ରୀୟ ଡେପୁଟେଶନରେ ଯିବେ। ତାଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ଆବସ୍ଥାପିତ କରାଯାଇଥିବା ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ୪ ବର୍ଷ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ସିବିଆଇର ଏସ୍‌ପି ଭାବେ କାର୍ଯ୍ୟ କରିବେ। ସୁବ୍ରମଣୀ ହେଉଛନ୍ତି ୨୦୧୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଫିସର। ସେ ପୂର୍ବରୁ ରାଉରକେଲା ଓ ବଲାଙ୍ଗୀର ଏସ୍‌ପି ଭାବେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି।